ଆଲୋଚନା:ଭାରତୀୟ ସମ୍ବିଧାନର ମୁଖବନ୍ଧ ଓ ମୌଳିକ ବୈଶିଷ୍ଟ୍ୟ

Page contents not supported in other languages.
ଉଇକିପିଡ଼ିଆ‌ରୁ

ପ୍ରସଙ୍ଗର ନାମ[ସମ୍ପାଦନା]

ଏ ପ୍ରସଙ୍ଗଟି ଏକ ଉନ୍ନତମାନର ପ୍ରସଙ୍ଗ। ମୋ ମତରେ ଏ ପ୍ରସଙ୍ଗର ସମସ୍ତ ତଥ୍ୟ ଭାରତୀୟ ସମ୍ବିଧାନକୁ ଶିରୋନାମ ଦେଇ ଘୁଞ୍ଚାଇଲେ ଭଲ ହୁଅନ୍ତା। କାରଣ ଭାରତୀୟ ସମ୍ବିଧାନର ମୁଖବନ୍ଧ ଓ ମୌଳିକ ବୈଶିଷ୍ଟ୍ୟ ପ୍ରସଙ୍ଗ ନାମ ଅନୁସାରେ କେହି ଓଡ଼ିଆ ଉଇକିପିଡ଼ିଆରେ ଖୋଜିବେନି । ଭାରତୀୟ ସମ୍ବିଧାନ ପ୍ରସଙ୍ଗରେ ଆହୁରି ଦେଖନ୍ତୁ କରି ଏ ପ୍ରସଙ୍ଗ ଲିଙ୍କ ଦେଲେ ତଥ୍ୟ ଖୋଜୁଥିବା ବ୍ୟକ୍ତିଙ୍କ(ଉଇକିଆଳି ବ୍ୟତୀତ ) ପାଇଁ ମଧ୍ୟ ଠିକ ହେବନି। ତଥ୍ୟକୁ ଘୁଞ୍ଚାଇଲେ ଭଲ ହେବ କି ..  ? --ଆଦିତ୍ୟ ମହାର (ମୋ ଆଲୋଚନା) ୧୨:୪୩, ୨୫ ଜାନୁଆରୀ ୨୦୧୪ (UTC)

ଭାଇ ମୋ ମତରେ ଉଭୟ ପ୍ରସଙ୍ଗର ସ୍ଵତନ୍ତ୍ର ବୈଶିଷ୍ଟ୍ୟ ଅଛି । ଏଣୁ ଅଲଗା ରହିବା ଠିକ ହେବ । ଏଥିରେ ଯେଉଁ ବିଷୟ ଅଛି ତାହା ମୋଟାମୋଟି ଉପରେ ଭାରତୀୟ ସମ୍ବିଧାନ ଉପରେ ନୁହେଁ ବରଂ ମୁଖବନ୍ଧ ବାବଦରେ । ସମ୍ବିଧାନ ପ୍ରସଙ୍ଗରେ ଏକ ଉପ-ଶିରୋନାମାରେ ଏଥିରୁ କିଛି ନିର୍ବାଚିତ ସାରାଂଶ ରଖି, {{main|ଭାରତୀୟ ସମ୍ବିଧାନର ମୁଖବନ୍ଧ ଓ ମୌଳିକ ବୈଶିଷ୍ଟ୍ୟ}} ଦେଇ ଏହି ଏହି ପ୍ରୁଷ୍ଠାକୁ ଲିଙ୍କ ଦେବା ଠିକ ହେବ । ଇଂରାଜୀ ଉଇକିରେ କୌଣସି ବୃହତ ପ୍ରସଙ୍ଗ ଦେଖିପାରନ୍ତି । ତେବେ ଏହା ମୋ ବ୍ୟକ୍ତିଗତ ମତ, ଅନ୍ୟ ମାନଙ୍କ ମତାମତକୁ ଅପେକ୍ଷା !--ଶିତିକଣ୍ଠ (ଆଲୋଚନା) ୨୨:୨୫, ୧୦ ମାର୍ଚ୍ଚ ୨୦୧୪ (UTC)
ହଁ ଭାଇ ଠିକ କଥା, କିନ୍ତୁ ସମ୍ବିଧାନର ମୁଖବନ୍ଧ ଓ ମୌଳିକ ବୈଶିଷ୍ଟ୍ୟ ଭାରତୀୟ ସମ୍ବିଧାନର ଅର୍ନ୍ତଗତ । ଭାରତୀୟ ସମ୍ବିଧାନର ମୁଖବନ୍ଧ ଓ ମୌଳିକ ବୈଶିଷ୍ଟ୍ୟ ନାମରେ ପ୍ରସଙ୍ଗ ଅନ୍ୟ କୈଣସି ଉଇକିପିଡିଆରେ ମଧ୍ୟ ନାହିଁ, ଆଉ ଯେ କୈଣସି ଜଣାଶୁଣା ନାଁ ଥିବା ପ୍ରସଙ୍ଗରେ ଏମିତି ଗୁରୁତ୍ଵପୂର୍ଣ୍ଣ ତଥ୍ୟ ରହିଲେ ଭଲ ହୁଅନ୍ତା କିମ୍ବା en:Category:Constitution of India ଶ୍ରେଣୀରେ ଥିବା କିଛି ପ୍ରସଙ୍ଗକୁ ଅନୁକରଣ କରି ନୂଆ ନାଆଁକୁ ଘୁଞ୍ଚାଇଲେ ଭଲ ହୁଅନ୍ତା। ଅନ୍ୟ ଉଇକିକୁ ଅନୁକରଣ କରିବା ସବୁସ୍ଥାନରେ ସମ୍ଭବ ହୋଇନପାରେ ଆମ ସ୍ଥିତି ଅନୁଯାୟୀ । ଓଡ଼ିଆ ଉଇକିରେ ମଧ୍ୟ କେତେକ ଲମ୍ବା ପ୍ରସଙ୍ଗରେ (ଯଥା : ଓଡ଼ିଶା. ଜଗନ୍ନାଥଙ୍କ ସମ୍ବନ୍ଧିୟ) {{main|ପ୍ରସଙ୍ଗର ନାମ}} ଦେଇ ଅନ୍ୟ ପ୍ରସଙ୍ଗର ଲିଙ୍କ ଦିଆଯାଇଛି, କାରଣ ଲିଙ୍କରେ ଦିଆଯାଇଥିବା ପ୍ରସଙ୍ଗର ନାମ ଜଣାଶୁଣା ଓ ପ୍ରଚଳିତ ପାଠପୁସ୍ତକ ବର୍ହିଭୁତ । ମୋର ମଧ୍ୟ ନିର୍ଦ୍ଧିଷ୍ଟ/ସଠିକ ଜ୍ଞାନ ନାହିଁ ଏପରି ନାମ ଥିବା ପ୍ରସଙ୍ଗମାନଙ୍କରେ,ଅନ୍ୟମାନଙ୍କ ମତ ସହ ମୁଁ ରାଜି । --ଆଦିତ୍ୟ ମହାର (ଆଲୋଚନା) ୧୦:୩୧, ୧୧ ମାର୍ଚ୍ଚ ୨୦୧୪ (UTC)
ଠିକ ଅଛି ଭାଇ, ଆପଣଙ୍କ ମତ ପ୍ରଣିଧାନ ଯୋଗ୍ୟ । ଏହି ଲେଖାରୁ ବହୁତ ତଥ୍ୟ ମୂଳ ପ୍ରସଙ୍ଗକୁ ନେଇଯିବା ଠିକ ହେବ । ଯେପରିକି ମୁଖବନ୍ଧ ବାବଦରେ କିଛି ଓ ସଂପୂର୍ଣ୍ଣ ମୌଲିକ ବୈଶିଷ୍ଟ୍ୟ । ଏହି ଲେଖାଟିକୁ ଏକ ସହୋଯୋଗୀ ଛୋଟିଆ ଲେଖା ଭାବେ ରଖିପାରିବା । ତେବେ ମୂଳ ଲେଖକଙ୍କୁ ଅନୁରୋଧ କରିଦେଇଛି । ସେ ଏଥିରେ ମତ ଦିଅନ୍ତୁ ଓ ଯଦି ଆବଶ୍ୟକ merging କରିବାରେ ବି ସହଯୋଗ କରନ୍ତୁ । ଏହି ବିଷୟ ବାବଦରେ ତାଙ୍କର ଭଲ ଧାରଣା ଅଛି । ଆମେ ତାଙ୍କ ମତାମତ ପାଇଁ ଟିକିଏ ଅପେକ୍ଷା କରିବା ଠିକ ହେବ ।--ଶିତିକଣ୍ଠ (ଆଲୋଚନା) ୦୩:୧୭, ୧୨ ମାର୍ଚ୍ଚ ୨୦୧୪ (UTC)
ଯଦି ପ୍ରସଙ୍ଗର ନାମ ପରିବର୍ତ୍ତନର ପ୍ରସ୍ତାବ ଆସିଛି, ତେବେ ଭାରତୀୟ ସମ୍ବିଧାନର ବୈଶିଷ୍ଟ୍ୟ ରଖିଲେ ଭଲ ହେବ । ଭାରତୀୟ ସମ୍ବିଧାନର ଶିରୋନାମା ମୋତେ ଠିକ୍‌ ଲାଗୁନାହିଁ, ଯେହେତୁ ତାହା ଏକ ବୃହତ୍‌ ପ୍ରସଙ୍ଗ ଏବଂ ଏହି ପ୍ରସଙ୍ଗଟି ଏକ ଉପକ୍ରମଣିକା ଭାବେ ମୁଁ ଲେଖିଥିଲି । --Gorvachove (ମୋ ଆଲୋଚନା) ୧୬:୦୮, ୧୨ ମାର୍ଚ୍ଚ ୨୦୧୪ (UTC)
ତେବେ ଇଂରାଜୀ ଉଇକିପିଡ଼ିଆରେ ଥିବା ଲେଖାର ନାମ କଣ? ଯଦି ସେଇ ଏକା ଲେଖା ତାହେଲେ ଏହା ଭାରତୀୟ ସମ୍ବିଧାନ ଭିତରେ ଆସିବ । କାରଣ ସମ୍ବିଧାନ ବାବଦରେ ଆଉଗୋଟେ ଲେଖା ରହିଲେ ବି ଏ ଲେଖାର ସବୁ ତ‌ଥ୍ୟ ସେଥିରେ ର‌ହିବ । ତେଣୁ ଏଇଟି ମୁଖ୍ୟ ଲେଖା ଭାରତୀୟ ସମ୍ବିଧାନ ସ‌ହିତ ମିଶାଇଦେଲେ ଭଲ ହେବ ।--ସୁଭାସିସ ପାଣିଗାହି ମୋ ସଙ୍ଗେ ଆଲୋଚନା କରନ୍ତୁ ୧୮:୫୩, ୧୨ ମାର୍ଚ୍ଚ ୨୦୧୪ (UTC)
ଇଂରାଜୀ ଉଇକିପିଡ଼ିଆରେ ଏହି ପ୍ରସଙ୍ଗ ଭଳି ବିସ୍ତାର ଭାବେ କୌଣସି ପ୍ରସଙ୍ଗ ନାହିଁ । ଇଂରାଜୀ ଉଇକିରେ ମୁଖବନ୍ଧ(Preamble), ନାଗରିକତା (Citizenship), ମୌଳିକ ଅଧିକାର(Fundamental Rights)ଇତ୍ୟାଦି ଭାବେ ସମ୍ବିଧାନର ବିଭିନ୍ନ ପରିଚ୍ଛେଦର ଅଲଗା ପ୍ରସଙ୍ଗ ରହିଛି । କିନ୍ତୁ ଯଦି ସମସ୍ତଙ୍କର ମତ merging ପାଇଁ, ମୋର କୌଣସି ଅସୁବିଧା ନାହିଁ । --Gorvachove (ମୋ ଆଲୋଚନା) ୧୯:୫୩, ୧୨ ମାର୍ଚ୍ଚ ୨୦୧୪ (UTC)

──────────────────────────────────────────────────────────────────────────────────────────────────── ମୋ ମତ ହେଲା, merging ହେଉ କିନ୍ତୁ ମୁଖବନ୍ଧ ଓ ବୈଶିଷ୍ଟ୍ୟ ଅଲଗା ଅଲଗା ଲେଖା ଭାବେ ବି ରହୁ । ଲେଖକ ନିଜେ ଯଦି ଏହି merging କରନ୍ତେ ଭଲ ହୁଅନ୍ତା । କାରଣ ତାଙ୍କର ଏହି ବିଷୟ ଉପରେ ଭଲ ଭାବେ ଧାରଣା ଅଛି ।--ଶିତିକଣ୍ଠ (ଆଲୋଚନା) ୨୦:୧୧, ୧୨ ମାର୍ଚ୍ଚ ୨୦୧୪ (UTC)

ପେଶାଗତ ତଥା ବ୍ୟକ୍ତିଗତ କାରଣ ନିମନ୍ତେ ଉଇକିପିଡ଼ିଆ ପାଇଁ ସମୟ ଦେଇ ପାରୁନାହିଁ । ଏଥି ପାଇଁ ଦୁଃଖିତ । ଅନ୍ୟକେହି ଲେଖା ତଥା merging କଲେ ଭଲ ହେବ । --Gorvachove (ମୋ ଆଲୋଚନା) ୦୬:୦୦, ୧୩ ମାର୍ଚ୍ଚ ୨୦୧୪ (UTC)