ଆଲୋଚନା:ଦାରିଙ୍ଗବାଡ଼ି

Page contents not supported in other languages.
ଉଇକିପିଡ଼ିଆ‌ରୁ

ଦିଗବାରେଣି ସହ Info box ଟିଏ ଆପଣ ଲଗେଇ ଦିଅନ୍ତୁ--ପ୍ରିତିରଞ୍ଜନ ତ୍ରିପାଠୀ (ମୋ ଆଲୋଚନା) ୧୨:୦୮, ୧୦ ସେପ୍ଟେମ୍ବର ୨୦୧୨ (UTC)

 ଆଦିତ୍ୟ ମହାରଙ୍କ ଦ୍ଵାରା କାର୍ଯ୍ୟଟି ସମ୍ପନ୍ନ ହେଲା । --ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୧୭:୧୬, ୧୦ ସେପ୍ଟେମ୍ବର ୨୦୧୨ (UTC)
ଧନ୍ୟବାଦ ଆଦିତ୍ୟ ମହାର । ଏ ଦିଗବାରେଣି ଟି କେମିତି ନିର୍ଣୟ କରାଯାଏ, ଟିକିଏ ବୁଝେଇ ଦିଅନ୍ତୁ। --ପ୍ରିତିରଞ୍ଜନ ତ୍ରିପାଠୀ (ମୋ ଆଲୋଚନା) ୦୫:୫୩, ୧୧ ସେପ୍ଟେମ୍ବର ୨୦୧୨ (UTC)
କ୍ଷମା କରିବେ ପ୍ରିତିରଞ୍ଜନ ତ୍ରିପାଠୀ ଭାଇ, ମୋର ସେତିକି ଅଭିଜ୍ଞତା ନାହିଁ , ମୁଁ ସେପରି ସ୍ଥାନରେ ଅନ୍ୟ ଭାଷାର ଉଇକିପିଡ଼ିଆରୁ ନକଲ କରେ, ତେଣୁ ମୃତ୍ୟୁଞ୍ଜୟ କର ଭାଇଙ୍କୁ ଅନୁରୋଧ କରୁଛି , ସେ ଦିଗବାରେଣି କେମିତି ନିର୍ଣ୍ଣୟ କରାଯାଏ ସେ ବିଷୟରେ ବୁଝେଇଦେବେ। --Aditya Mahar (ମୋ ଆଲୋଚନା) ୦୬:୩୦, ୧୧ ସେପ୍ଟେମ୍ବର ୨୦୧୨ (UTC)
ଦିଗବାରେଣି ନିର୍ଣ୍ଣୟ କରିବାର ଅନେକ ଗୁଡ଼ିଏ ବାଟ ରହିଛି, ସେଥି ମଧ୍ୟରୁ ମୁଁ ଯେଉଁ ବାଟଟି ବ୍ୟବହାର କରିଥାଏ ସେ ବାବଦରେ ଲେଖୁଛି । ଉଦାହରଣ ଭାବେ ଦାରିଙ୍ଗବାଡ଼ିର ଅବସ୍ଥାନ/ ଭୂଜକୋଟି (ଅକ୍ଷାଂଶ ଓ ଦ୍ରାଘିମା) ନିର୍ଣ୍ଣୟ କରିବା । ପ୍ରଥମେ ଗୁଗଲ ମାନଚିତ୍ରରେ ଦାରିଙ୍ଗବାଡ଼ିକୁ ଚିହ୍ନଟ କରିବା (ମାନଚିତ୍ର ଦେଖି ଜାଣି ନ ପାରିଲେ ଜାଗାର ନାମ ଲେଖି ଖୋଜିବାକୁ ପଡ଼ିଥାଏ) । ଗୁଗଲ ମାନଚିତ୍ରରେ ଦାରିଙ୍ଗବାଡ଼ି ଉପରେ କମ୍ପ୍ୟୁଟର ମାଉସ ରଖି ଡାହାଣ ପଟେ କ୍ଳିକ କଲେ କିଛି ବିକଳ୍ପ ଦେଖାଇବ ସେଥିମଧ୍ୟରୁ What's here? କୁ ଚୟନ କଲେ ଖୋଜିବା ସ୍ଥାନରେ ଦାରିଙ୍ଗବାଡ଼ିର ଅକ୍ଷାଂଶ ଓ ଦ୍ରାଘିମା ଦେଖାଇବ । ସେହି ଠିକଣାକୁ ନକଲ (Copy) କରି ଜିଓଲୋକେଟର ପୃଷ୍ଠା ଖୋଲି ସେଠାରେ ଥିବା ୧ନମ୍ବର କୋଠରୀରେ (Type/paste any initial coordinates, template or map URL in almost any format:ର ତଳେ) ଲଗାଇ (Paste) କରି Apply ଦବାଇଲେ ପୂର୍ବୋକ୍ତ ଠିକଣାଟି ଆମେ ନିଜ ପସନ୍ଦ ମୁତାବକ ଛାଞ୍ଚରେ ପାଇବା କିମ୍ବା ସିଧା ସଳଖ ସେଠାରୁ ଡିଗ୍ରି, ମିନଟ ଓ ସେକେଣ୍ଡ ଦେଖି ଉଇକିପିଡ଼ିଆ ପ୍ରସଙ୍ଗର ତଥ୍ୟପେଟିରେ ବ୍ୟବହାର କରିପାରିବା ।
ଇଂରାଜୀ ଉଇକିପିଡ଼ିଆରେ ଏ ସମ୍ବନ୍ଧୀୟ କେତୋଟି ପୃଷ୍ଠା : Obtaining geographic coordinates, Geographic coordinate conversionWikiProject Geographical coordinates
ବୁଝିବାରେ କିଛି ଅସୁବିଧା ପୁଣି ପଚାରିପାର । --ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୦୯:୦୧, ୧୧ ସେପ୍ଟେମ୍ବର ୨୦୧୨ (UTC)
ଧନ୍ୟବାଦ ମୃତ୍ୟୁଞ୍ଜୟ କର :-)--ପ୍ରିତିରଞ୍ଜନ ତ୍ରିପାଠୀ (ମୋ ଆଲୋଚନା) ୦୯:୧୨, ୧୧ ସେପ୍ଟେମ୍ବର ୨୦୧୨ (UTC)