ଆଲୋଚନା:ଜ୍ୱାଲା ଜୀ

Page contents not supported in other languages.
ଉଇକିପିଡ଼ିଆ‌ରୁ

ଜ୍ୱାଲା ଜୀଜ୍ୱାଳାଜୀ‌

ଓଡ଼ିଆ ବନାନ[ସମ୍ପାଦନା]

ଦୁଇଟି ବିଷୟ:

  1. ଜ୍ୱାଳା ବନାମ ଜ୍ୱାଲା: ଓଡ଼ିଆରେ ଜ୍ୱାଳା ଶବ୍ଦଟି ନୂଆ ନୁହେଁ । ଆଗରୁ ନଥିବା ଶବ୍ଦଟିଏ (ଧରନ୍ତୁ "ବେଞ୍ଜାମିନ ନେଟାନାହ୍ୟୁ" ହେବ କି "ନେତାନାହ୍ୟୁ" କି "ନେଟାନାହୁ" ସେ କଥାରେ ସିନା ଦ୍ୱନ୍ଦ ରହିଛି) କଥା ଅଲଗା । ହେଲେ ଜ୍ୱାଳା ଭଳି ଆଗରୁ ଥିବା ଶବ୍ଦ ହିନ୍ଦୀ କି ପଞ୍ଜାବୀରେ ଅଲଗା ଲେଖାଗଲା ବୋଲି ଓଡ଼ିଆରେ କାହିଁକି ଅଲଗା ଲେଖାଯିବ?
  2. ଜୀ: ଓଡ଼ିଆରେ ସାଧାରଣତଃ "ଜୀ" ଏକ ବିଦେଶୀ ଶବ୍ଦ ଭାବେ ବ୍ୟବହାର ଆରମ୍ଭ ହୋଇ ପରେ ଆବଶ୍ୟକତ ସ୍ଥଳେ ଓଡ଼ିଆ ଶବ୍ଦ ଭାବେ ଚଳିଆସିଛି ଯଥା: ବାବାଜୀ, ମାତାଜୀ । କିନ୍ତୁ "ଜୀ" ସବୁବେଳେ ମୂଳ ଶବ୍ଦ ସହ ଲାଗି ରହିବା ଦେଖାଯାଏ । କଥା ପ୍ରସଙ୍ଗରେ ଅମୁକଜୀ, ସମୁକଜୀ (ଅମୁକେଇ, ସମୁକେଇ) ଭଳି ବ୍ୟବହାର ମଧ୍ୟ ଉପହାସ ଛଳରେ ରହିଛି । ଏଠି ପ୍ରସଙ୍ଗର ନାମ ବୋଧେ ଜ୍ୱାଳାଜୀ ଲେଖାଯିବା ଯୁକ୍ତିଯୁକ୍ତ ହେବ ।

--ସୁଭ (ଆଳାପ) ୧୯:୨୪, ୩ ମାର୍ଚ୍ଚ ୨୦୨୦ (IST)[reply]