ଉଇକିପିଡ଼ିଆ:ପ୍ରସଙ୍ଗର ନାମ

ଉଇକିପିଡ଼ିଆ‌ରୁ
(ଉଇକିପିଡ଼ିଆ:Article titlesରୁ ଲେଉଟି ଆସିଛି)

ଏକ ପ୍ରସଙ୍ଗର ନାମ ପ୍ରସଙ୍ଗର ବିଷୟବସ୍ତୁ ଉପରେ ପ୍ରଦର୍ଶିତ ଏକ ବଡ଼ ଶିରୋନାମ । [୧] ଏହି ଶିରୋନାମ, ପ୍ରସଙ୍ଗଟି ବାକି ପ୍ରସଙ୍ଗମାନଙ୍କ ଠାରୁ କିପରି ଭିନ୍ନ ତାହା ସୂଚିତ କରିଥାଏ । [୨]

ସାଧାରଣଭାବେ ବ୍ୟବହୃତ ନାମ ବ୍ୟବହାର କରନ୍ତୁ[ସମ୍ପାଦନା]

ଶିରୋନାମମାନ ସାଧାରଣତଃ ପୃଷ୍ଠାର ବିଷୟ ହୋଇଥାନ୍ତି, ଯଥା: ପ୍ରସଙ୍ଗଟି ଜଣେ ବ୍ୟକ୍ତିବିଶେଷଙ୍କ ଉପରେ ଥିଲେ ତାଙ୍କର ନାମ, କିମ୍ବା ଏକ ସ୍ଥାନ ଉପରେ ହୋଇଥିଲେ ତାହାର ନାମ । କେତେକ ବିଷୟର ଏକାଧିକ ନାମ ରହିଥାଏ । ସେହି କ୍ଷେତ୍ରରେ ପ୍ରସଙ୍ଗର ନାମକୁ ନେଇ ଦ୍ୱନ୍ଦ ଉପୁଜିଥାଏ । ଉଇକିପିଡ଼ିଆ ସାଧାରଣରେ ଜଣାଶୁଣା ନାମ (ବିଶ୍ୱସନୀୟ ଆଧାରମାନଙ୍କରେ ବ୍ୟବହୃତ ନାମ) ବ୍ୟବହାର କରିଥାଏ ଯାହା ପ୍ରସଙ୍ଗଟିକୁ ସହଜରେ ଚିହ୍ନାପକାଇଥାଏ । ଏହା ଉଇକିପିଡ଼ିଆରେ, ସାଧାରଣ ଭାବେ "ସାଧାରଣ ନାମ (COMMONNAME)" ଭାବେ ଜଣାଶୁଣା ।[୩]

ଦ୍ରଷ୍ଟବ୍ୟ[ସମ୍ପାଦନା]

  1. ବିଶେଷ କରି, ଏହା ପ୍ରସଙ୍ଗର ସଭା ଉପରେ ଥିବା ଏକ <h1 id="firstHeading"> ଏଚଟିଏମଏଲ ଏଲିମେଣ୍ଟ । ଏହା ଏକମାତ୍ର <h1> ହେବା ଉଚିତ । କିନ୍ତୁ ସମ୍ପାଦକମାନଙ୍କୁ ଯେକୌଣସି ସଂଖ୍ୟକ ଶିରୋନାମ ଯୋଡ଼ିବାର ସ୍ୱାଧୀନତା ମିଳିଥିବାରୁ ଏହା ନିଶ୍ଚିତ କରିବା କଷ୍ଟ ।
  2. ପ୍ରସଙ୍ଗରେ ପ୍ରଦର୍ଶିତ ଶିରୋନାମାର ପ୍ରାୟତଃ ବାକି ଶିରୋନାମମାନଙ୍କ ସହ ସମାନ । ଅଧିକ ବୈଷୟିକ ବିବରଣ ପାଇଁ Wikipedia:ପୃଷ୍ଠାର ନାମ ଦେଖନ୍ତୁ ।
  3. ଯେଉଁଠାରେ "ସାଧାରଣ ନାମ କିମ୍ବା COMMONNAME" ଅଥବା "common name" ଦେଖିବାକୁ ମିଳିଥାଏ ତାହା ସାଧାରଣ ଭାବେ ବା ଅଧିକ ବ୍ୟବହୃତ ନାମକୁ ବୁଝାଇଥାଏ । ତେବେ, ଏହାର ଅର୍ଥ, ବିଭିନ୍ନ ସ୍ଥାନରେ ବ୍ୟବହୃତ ହେଉଥିବା ବୈଜ୍ଞାନିକ ନାମ ବଦଳରେ ଏକ କଥିତ ନାମ ବ୍ୟବହାର କରିବା ।