ଆଲୋଚନା:ଖଣିଜ ଜଳ

Page contents not supported in other languages.
ଉଇକିପିଡ଼ିଆ‌ରୁ

ନାମ ବାବଦରେ[ସମ୍ପାଦନା]

Subas Chandra Rout, ଖଣିଜ ଜଳ ବୋଲି ଶବ୍ଦଟେ କାନ ଉଠିଲା ଦିନୁ ଶୁଣିନଥିଲି ମୋ ମତରେ ଏଇଟା ସେଇ ମିନେରାଲ ପାଣି କି ଶୁଦ୍ଧ ପାଣି ହେବ । କାରଣ ଖଣିରୁ ବାହାରିଲେ ଖଣିଜ । ହେଲେ ମିନେରାଲ ପାଣି କାରଖାନାରେ ତିଆରି ହେଉଛି, ଖଣିରେ ନୁହେଁ । ଏଥିରେ ମିନେରାଲ ବାଖଣିଜ ପଦାର୍ଥ ରହୁଥିବା ହେତୁ ଏହାକୁ ମିନେରାଲ ପାଣି କୁହାଯାଏ । --ସୁଭାସିସ ପାଣିଗାହି (ଆଳାପ) ୧୪:୨୬, ୮ ଜୁଲାଇ ୨୦୧୬ (IST)[reply]

ସୁଭାସିସ ପାଣିଗାହି, ମୁଁ ବି ସେଇ ଶବ୍ଦ ଶୁଣି ନ ଥିଲି । ସେହି ଜଳରେ ମିନେରାଲ ଥିବା ଯୋଗୁ ମିନେରାଲ ୱାଟର କୁହାଯାଏ । ଆମେ ବଜାରରୁ ପିଉଥିବା ପାଣିକୁ ମିନେରାଲ ୱାଟର ଅନେକ କ‌ହନ୍ତି, କିନ୍ତୁ ପ୍ରକୃତରେ ତାହା ପରଷ୍କାର ପାଣି । ଇଂରାଜୀରେ ମିନେରାଲ ମାନେ ଖଣିରୁ ଜାତ ପଦାର୍ଥ । ମିନେରାଲ ଲେଖିଲେ ଥୋକେ କ‌ହିବେ ଏଇଟା ଇଂରାଜୀ ଶବ୍ଦ ହେଇଗଲା, ବଦଳାଅ । ତେଣୁ ସେହି ବିଷୟର ଆରମ୍ଭରେ ମିନେରାଲ ୱାଟର ଲେଖିଛି, କେହି ସର୍ଚ୍ଚ କଲେ ବିଷୟଟି ଆସିଯିବ, ଭାବୁଛି । ଯାହା ଲେଖିଲେ କିଛି ନା କିଛି କମେଣ୍ଟ ମିଳିବ । ଓଡ଼ିଆରେ ସବୁ ଶବ୍ଦର ପ୍ରତିଶବ୍ଦ ନାହିଁ, ତେଣୁ ଏ ଅସୁବିଧା । ଆମେ ଗୋଟାଏ ଶବ୍ଦ ଲେଖିଲେ ଆପେ ଆପେ ସେଇଟା ଅଭ୍ୟାସରେ ପଡ଼ିଯିବ ।--Subas Chandra Rout (ମୋ ଆଲୋଚନା) ୧୬:୦୬, ୮ ଜୁଲାଇ ୨୦୧୬ (IST)[reply]

ଏକମତ । କିନ୍ତୁ ଉଇକିପିଡ଼ିଆର ନିୟମ ଅନୁସାରେ ଚଳନ୍ତି ଶବ୍ଦ (ବିଦେଶୀ ହେଲେ ମଧ୍ୟ)କୁ ସବୁବେଳେ ଅଗ୍ରାଧୀକାର ଦିଆଯିବ । ତେଣୁ ମିନେରାଲ ୱାଟର ଏ କ୍ଷେତ୍ରରେ ଏକ ଚଳନ୍ତି ଶବ୍ଦ । ଖଣିଜ ଜଳ ଏକ ନୂଆ ଶବ୍ଦ । ଆଉ ତା ସଙ୍ଗେ ଏଥିରେ ଦ୍ୱନ୍ଦ ଉପୁଜିବା ଭଳି ଉପାଦାନଟିଏ ମଧ୍ୟ ଅଛି । ତାହା ଆଗରୁ ଲେଖିଥିଲି ଯେ ଖଣିରୁ ଜାତ ପଦାର୍ଥକୁ ସବୁବେଳେ ଖଣିଜ ବୋଲି କୁହାଯାଏ । ଖଣିଜ ପଦାର୍ଥ ଥିବା ବସ୍ତୁକୁ ଖଣିଜ କୁହାଯିବାର ନଜିର ମଧ୍ୟ ନାହିଁ । --ସୁଭାସିସ ପାଣିଗାହି (ଆଳାପ) ୧୭:୦୩, ୮ ଜୁଲାଇ ୨୦୧୬ (IST)[reply]
ଭିତରେ ଥିବା କିଛି ତଥ୍ୟ ଯଥା-
  • Mineral water is water from a mineral spring that contains various minerals, such as salts and sulfur compounds. Mineral water may be effervescent due to contained gases.
  • In the European Union, bottled water may be called mineral water when it is bottled at the source and has undergone no or minimal treatment
  • In Romania, a country enjoying a privileged position as home to over one-third of the European mineral and thermal springs
ଆଧାରରେ ଖଣିଜ ଜଳ ଠିକ ହେବ ଭାବୁଛି । ମୁଁ ବି ପ୍ରଥମେ 'ମିନାରାଲ ୱାଟର' ଠିକ ହେବ ଭାବୁଥିଲି କିନ୍ତୁ ଭିତର ତଥ୍ୟ ଦେଖିବାପରେ 'ଖଣିଜ ଜଳ' ରହିଲେ ଠିକ ଭାବୁଛି (ଆଉ ଏକ କଥା 'ମନୋଜ ଦାସ' ତାଙ୍କ ବହି 'ଦୂର ଦୁରାନ୍ତର' ରେ ମିନାରାଲ ୱାଟର ପାଇଁ 'ଝରଣା ଜଳ' ନାମକ ଶବ୍ଦ ବ୍ୟବହାର କରିଛନ୍ତି) । 'ଖଣିଜ ଜଳ' ଅବ୍ୟବହୃତ ଶବ୍ଦ ହୋଇଥିବା ସ୍ଥଳେ 'ମିନାରାଲ ୱାଟର' ସମସ୍ତେ ବ୍ୟବାହର କରନ୍ତି । ଏଣୁ କିଛି ଦ୍ଵନ୍ଦ ନିହାତି ରହୁଛି । ତେବେ ଅନ୍ୟମାନଙ୍କ ମତକୁ ଅପେକ୍ଷା କରାଯାଉ ।--ଶିତିକଣ୍ଠ (ଆଲୋଚନା) ୧୭:୪୩, ୮ ଜୁଲାଇ ୨୦୧୬ (IST)[reply]
ଉଇକିପିଡ଼ିଆର ନିୟମ ଅନୁସାରେ ଅଧିକ ପ୍ରଚଳିତ ଶବ୍ଦ ଗ୍ରହଣୀୟ ହେଲେ ମଧ୍ୟ, ଏଠାରେ ପ୍ରସଙ୍ଗର ତଥ୍ୟ ଅନୁସାରେ ଖଣିଜ ଜଳ ଠିକ ହେବ ।

--ଆଦିତ୍ୟ ମହାର (ଆଲୋଚନା) ୧୬:୪୨, ୯ ଜୁଲାଇ ୨୦୧୬ (IST)[reply]

ଧନ୍ୟବାଦ: ଏହି ଆଲୋଚନାରେ ଭାଗ ନେଇଥିବାରୁ ଶିତିକଣ୍ଠ, ନିଷ୍ଠାରଞ୍ଜନଦାଶଆଦିତ୍ୟ ମହାର (ଆଲୋଚନା)ଙ୍କୁ ଧନ୍ୟବାଦ ।--Subas Chandra Rout (ମୋ ଆଲୋଚନା) ୧୯:୫୧, ୯ ଜୁଲାଇ ୨୦୧୬ (IST)[reply]