ଖଣିଜ ଜଳ

ଉଇକିପିଡ଼ିଆ‌ରୁ
ଖଣିଜ ଜଳ ଝରଣା

ଖଣିଜ ଜଳ, (ଇଂରାଜୀ ଭାଷାରେ Mineral water/ମିନେରାଲ ୱାଟର୍), ଏକ ପ୍ରକାର ଜଳ ଯାହା ଖଣିଜ ଝରରୁ (mineral spring) ସଂଗ୍ରହ କରାଯାଇଥାଏ ଓ ସେଥିରେ ବିଭିନ୍ନ ପ୍ରକାରର ଖଣିଜ ଦ୍ରବ୍ୟ ଯେପରିକି ସଲ୍‌ଫର ଯୌଗିକ ପଦାର୍ଥ ଓ ଲବଣ ଥାଏ । ଏହି ଖଣିଜ ଜଳରେ ଗ୍ୟାସ୍ ଥିବା ଯୋଗୁ ଉଜ୍ଜ୍ୱଳ ଦେଖାଯାଏ ଓ ସେଥିରେ ବୁଦ୍‌ବୁଦ ଦେଖାଯାଏ ।

ପରମ୍ପରା ଅନୁସାରେ ଉତ୍ସା ସ୍ଥାନରେ ଏହି ଜଳ ବ୍ୟବ‌ହାର ହେଉଥିଲା; ଔଷଧୀୟ ଗୁଣ ଥିବା ବିଶ୍ୱାସରେ ଜଳ ପିଉଥିଲେ ଓ ସେଥିରେ ସ୍ନାନ କରୁଥିଲେ । ସେହି ସ୍ଥାନ‌କୁ ସ୍ପା, ସ୍ନାନାଗାର ବା କୂପ କୁହାଯାଉଥିଲା । ସ୍ପା ଜଳ ପାନ ଓ ସ୍ନାନ ନିମନ୍ତେ ବ୍ୟବ‌ହାର କରାଯାଉଥିଲା । ସ୍ନାନାଗାର ଜଳ ଗାଧୁଆ, ଚିକିତ୍ସା ଓ ଆମୋଦ ପ୍ରମୋଦ ନିମନ୍ତେ ବ୍ୟବ‌ହାର କରାଯାଉଥିଲା । କୂପ ଜଳ କେବଳ ପାନ କରିବା ପାଇଁ ବ୍ୟବ‌ହାର କରାଯାଉଥିଲା ।

ଆଧୁନିକ ସମୟରେ ଖଣିଜ ଜଳକୁ ଉତ୍ସ ସ୍ଥାନରେ ବୋତଲରେ ଭର୍ତ୍ତି କରି ପାନୀୟ ଭାବରେ ବିକ୍ରୟ ନିମନ୍ତେ ବଣ୍ଟନ କରାଯାଏ । ଅଧୁନା ଏହି ଜଳ ନିମନ୍ତେ ଉତ୍ସ ସ୍ଥାନ‌କୁ କ୍ୱଚିତ କେହି ଯାଆନ୍ତି । ଅନେକ ଏହିପରି ଅନେକ ସ୍ଥାନ‌କୁ ବ୍ୟବସାୟୀକ ଭିତ୍ତିରେ ସଂରକ୍ଷିତ କରାଯାଇଥାଏ । ଅଧୁନା ସାରା ପୃଥିବୀରେ ପ୍ରାୟ ୩,୦୦୦ ବ୍ରାଣ୍ଡର ଖଣିଜ ଜଳ ଉପଲବ୍‌ଧ ହେଉଛି ।[୧]

ସ୍ଥାନ[ସମ୍ପାଦନା]

ପୁରାକାଳରୁ ଖଣିଜ ଜଳ ଥିବା ସ୍ଥାନମାନଙ୍କରେ ପର୍ଯ୍ୟଟକ କେନ୍ଦ୍ରମାନ ବିସ୍ତାର ଲାଭ କରିଥିଲା । ଉଦାହରଣ ସ୍ୱରୁପ ରୋମାନିଆରେ ସାରା ୟୁରୋପର ଏକ ତୃତୀୟାଂଶ ମିନେରାଲ ଜଳ ଓ ଉଷ୍ମ ପ୍ରସ୍ରବଣ ଅଛି ।[୨][୩] ପର୍ଯ୍ୟଟକମାନଙ୍କ ନିମନ୍ତେ ଅନେକ ସ୍ପା ଟାଉନ ଓ ହାଇଡ୍ରୋପାଥିକ ବା ହାଇଡ୍ରୋ ହୋଟେଲ ଖୋଲିଛି ।

ଉପାଦାନ[ସମ୍ପାଦନା]

ଖଣିଜ ଜଳ

ଜଳରେ ଅଧିକ ପରିମାଣର କ୍ୟାଲସିଅମ ଓ ମ୍ୟାଗନେସିଅମ ଦ୍ରବୀଭୁତ ହୋଇଥିଲେ ତାହାକୁ ଭାରୀ ଜଳ ବା ହାର୍ଡ଼ ୱାଟର, (ହିନ୍ଦୀ ଭାଷାରେ କଠୋର ଜଳ) କୁହାଯାଏ । ଅଳ୍ପ ପରିମାଣର କ୍ୟାଲସିଅମ ଓ ମ୍ୟାଗନେସିଅମ ଆୟନ ଜଳରେ ଥିଲେ ତାହାକୁ ସଫ୍ଟ ୱାଟର ବା ମୃଦୁ ଜଳ କୁହାଯାଏ ।[୪]

ଯୁକ୍ତରାଷ୍ଟ୍ର ଆମେରିକାର ଫୁଡ ଆଣ୍ଡ ଡ୍ରଗ ଆଡମିନିଷ୍ଟ୍ରେସନ ଅନୁସାରେ ମିନେରାଲ ଜଳରେ ଏକ ମିଲିଅନ ଅଂଶରେ ୨୫୦ ଅଂଶ ଦ୍ରବିଭୁତ କଠିନ ପଦାର୍ଥ ଥାଏ ଯାହା ଭୌଗଳିକ ଓ ଶାରୀରିକ ସୁରକ୍ଷାପ୍ରାପ୍ତ ହୋଇ ଭୂଗର୍ଭରେ ଲୁକ୍କାୟିତ ଭାବରେ ଥାଏ । ଏଥିରେ କୌଣସି ଖଣିଜ ପଦାର୍ଥ ମିଶାଯାଏ ନାହିଁ । [୫] ଅନେକ ସ୍ଥାନରେ କାର୍ବୋନେଟେଡ ଜଳ ବା ସୋଡ଼ା ଜଳକୁ ମିନେରାଲ ୱାଟର କୁହାଯାଏ ଯାହା ପାଇପ ଜଳଠାରୁ ପୃଥକ୍ ।

ଉତ୍ସ ସ୍ଥାନରେ କୌଣସି ମିଶ୍ରଣ ହୋଇ ନ ଥିବା ବୋତଲ ଜଳକୁ ୟୁରୋପରେ ମିନେରାଲ ୱାଟର କୁହାଯାଏ ।[୬] ଏହି ଜଳରୁ ଡିକାଣ୍ଟେସନ ଓ ଫିଲଟ୍ରେସନ ପଦ୍ଧତିରେ ଲୌହ, ମାଙ୍ଗାନିଜ, ସଲଫର ଓ ଆର୍ସେନିକ କାଢ଼ିନେବାକୁ ଅନୁମତି ଦିଆଯାଏ ଯେ ପର୍ଯ୍ୟନ୍ତ ଏହାର ଅତ୍ୟାବଶ୍ୟକୀୟ ଉପାଦାନରେ ପରିବର୍ତ୍ତନ କରାଯାଇ ନାହିଁ । ଭୌତିକ ଉପାୟରେ ଏହି ଜଳରେ ଅଙ୍ଗାରକାମ୍ଳ ମିଶ୍ରଣ ବା ନିଷ୍କାସନ ବା ପୁନର୍ମିଶ୍ରଣ କରାଯାଇପାରେ । ଏହାକୁ ଡିସିନଫେକସନ ବା ବ୍ୟାକ୍ଟେରିଓସ୍ଟାଟିକ ପଦାର୍ଥ ମିଶାଯାଏ ନାହିଁ ।


ଆଧାର[ସମ୍ପାଦନା]

  1. Mineral Waters of the World, Home page
  2. Bucureşti, staţiune balneară – o glumă bună? in Capital, 19 January 2009. Retrieved: 26 April 2011
  3. Ruinele de la Baile Herculane si Borsec nu mai au nimic de oferit in Ziarul Financiar, 5 May 2010. Retrieved: 26 April 2011
  4. "Hard Water". USGS. 8 April 2014. Retrieved 16 May 2015.
  5. FDA U.S. Food and Drug Administration, Regulation of Bottled Water: Appendix: "Mineral Water" Retrieved 28 March 2010
  6. EU Directive 2009/54/EC

ଗ୍ରନ୍ଥସୂଚୀ[ସମ୍ପାଦନା]

ବାହାର ଲିଙ୍କ[ସମ୍ପାଦନା]