ଆର୍ଟିମେଥର/ଲୁମିଫାଣ୍ଟ୍ରିନ
| Combination of | |
|---|---|
| Artemether | Antimalarial |
| Lumefantrine | Antimalarial |
| Clinical data | |
| Trade names | Coartem, Riamet, Falcynate-LF |
| AHFS/Drugs.com | monograph |
| MedlinePlus | a609024 |
| Pregnancy category |
|
| Routes of administration | Oral |
| ATC code | |
| Identifiers | |
| ChemSpider | |
| Chemical and physical data | |
| 3D model (JSmol) | |
| |
| |
| (verify) | |
ଆର୍ଟିମେଥର/ଲୁମିଫାଣ୍ଟ୍ରିନ, ବିକ୍ରୟ ନାମ କୋଆର୍ଟେମ, ଦୁଇ ଔଷଧ ଆର୍ଟିମେଥର ଓ ଲୁମିଫାଣ୍ଟ୍ରିନ ନାମକ ଦୁଇ ଔଷଧର ମିଶ୍ରଣର ନାମ ।[୧] ପ୍ଲାଜମୋଡିଅମ ଫାଲ୍ସିପାରମ ଜନିତ ମ୍ୟାଲେରିଆ କ୍ଲୋରୋକ୍ୱିନ ଚିକିତ୍ସାରେ ଉପଶମ ନ ହେଲେ ଏହି ଔଷଧ ଦିଆଯାଏ । ଏହା ମ୍ୟାଲେରିଆ ପ୍ରତିଷେଧକ ଭାବରେ ବ୍ୟବହାର କରାଯାଏନି । ଏହା ପାଟିରେ ଦିଆଯାଏ ।[୧]
ଏହାର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟରେ ଗଣ୍ଠି ଯନ୍ତ୍ରଣା, ଜ୍ୱର, ଅରୁଚି ଓ ମୁଣ୍ଡବଥା ଦେଖାଯାଏ । ପାର୍ଶ୍ୱ ପ୍ରତିକ୍ରିୟା ସାଂଘାତିକ ହେଲେ ପ୍ରୋଲୋଙ୍ଗ୍ଡ କ୍ୟୁଟି ସିଣ୍ଡ୍ରୋମ ହୁଏ । ଉତ୍ତମ ରୂପେ ଅନୁଶୀଳନ ହୋଇ ନଥିଲେ ମଧ୍ୟ ଗର୍ଭାବସ୍ଥାରେ ଏହା ଠିକ ଥାଏ ।ସାମାନ୍ୟ ଓ ମଧ୍ୟମ ଧରଣର ଯକୃତ ଓ ବୃକ୍କ ରୋଗରେ ଏହାର ଡୋଜ ବଦଳ କରିବା ଆବଶ୍ୟକ ନୁହେଁ ।[୧]
ଏହି ଔଷଧ ସନ ୧୯୯୨ରୁ ବ୍ୟବହାର ଆରମ୍ଭ କରାଗଲା ।[୨] ଚୀନରେ ଏହି ଦୁଇ ଔଷଧ ପ୍ରସ୍ତୁତ କରାଯାଇଥିଲା ।[୨][୩] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୪] ସନ ୨୦୧୪ରେ ଏହାର ହୋଲସେଲ ମୂଲ୍ୟ ୦.୧୦ରୁ ୧.୨ ଆମେରିକୀୟ ଡଲାର ଥିଲା ।[୫] ଏହା ଜେନେରିକ ଔଷଧ ନାମରେ ଉପଲବ୍ଧ ହୁଏ ନାହିଁ ଓ ଆମେରିକାରେ ଏହାର ଗୋଟିଏ ପୁରାମାତ୍ରାର ଦାମ ୧୦୦ରୁ ୨୦୦ ଡଲାର ।[୬]
ଆଧାର
[ସମ୍ପାଦନା]- 1 2 3 "Artemether and Lumefantrine". The American Society of Health-System Pharmacists. Retrieved Dec 2, 2015.
- 1 2 Ravina, Enrique (2011). The evolution of drug discovery : from traditional medicines to modern drugs (1. Aufl. ed.). Weinheim: Wiley-VCH. p. 139. ISBN 9783527326693.
- ↑ Nightingale, Charles H. (2007). Antimicrobial pharmacodynamics in theory and clinical practice (2nd ed.). New York: Informa Healthcare. p. 380. ISBN 9781420017137.
- ↑ "WHO Model Lists of Essential Medicines". World Health Organization (in ବ୍ରିଟିଶ୍ ଇଂରାଜୀ). Retrieved 2015-11-05.
- ↑ "Artemether + Lumefantrine". International Drug Price Indicator Guide. Retrieved 4 December 2015.[permanent dead link]
- ↑ Hamilton, Richart (2015). Tarascon Pocket Pharmacopoeia 2015 Deluxe Lab-Coat Edition. Jones & Bartlett Learning. p. 45. ISBN 9781284057560.