ଆମ୍ବ ମୁରବା
Jump to navigation
Jump to search
ଆମ୍ବ ମୁରବା | |
ଆରମ୍ଭ | |
---|---|
ମୂଳ ଜାଗା | ଭାରତ |
ଅଞ୍ଚଳ | ଓଡ଼ିଶା |
ଖାଇବାର ସବିଶେଷ | |
ମୂଳ ଉପାଦାନ | କଞ୍ଚାଆମ୍ବ, ଚିନି, ସାଇଟ୍ରିକ ଏସିଡ, ଲୁଣ |
ଆମ୍ବ ମୁରବା ଭାରତର ଓଡ଼ିଶାରେ ତିଆରି କରା ଯାଉଥିବା ଏକ ଖାଦ୍ୟ ।
ଉପାଦାନ[ସମ୍ପାଦନା]
- କଞ୍ଚାଆମ୍ବ – ୧ କି.ଗ୍ରା.,
- ଚିନି – ୧ କି.ଗ୍ରା.,
- ସାଇଟ୍ରିକ ଏସିଡ – ଅଧ ଚାମଚ,
- ଲୁଣ – ସ୍ୱାଦ ଅନୁସାରେ
ତିଆରି ପ୍ରଣାଳୀ[ସମ୍ପାଦନା]
୧୦ଟି ପୁରା ଟାଣ କଞ୍ଚା ଆମ୍ବ ବାଛନ୍ତୁ। ଏହାକୁ ଭଲରୂପେ ଧୋଇ ଚୋପାଛଡ଼ାଇ, ଟାକୁଆ ବାହାର କରି ବଡ଼ ବଡ଼ କରି କାଟି ରଖନ୍ତୁ। ଆମ୍ବ ଖଣ୍ଡଗୁଡ଼ିକୁ ଲୁଣ ପାଣିରେ ଅଧ ଘଣ୍ଟାଯାଏଁ ପକାଇ ରଖନ୍ତୁ। ଏହାପରେ ଖଣ୍ଡେ ସଫା କପଡ଼ାରେ ଏହି ଆମ୍ବ ଖଣ୍ଡଗୁଡ଼ିକୁ ବାନ୍ଧି ଦଶ ମିନିଟ ରଖନ୍ତୁ। ୩ ଭାଗ ଚିନିରେ ଏକ ଭାଗ ପାଣି ଦେଇ ଶିରା ପ୍ରସ୍ତୁତ କରନ୍ତୁ। ଏଥିରେ ସାଇଟ୍ରିକ ଏସିଡ ପକାଇ ଗରମ କରନ୍ତୁ। ତାକୁ ଛାଣନ୍ତୁ ଓ ଥଣ୍ଡା କରନ୍ତୁ। ସେଥିରେ ଆମ୍ବ ଖଣ୍ଡ ଗୁଡ଼ିକୁ ପକାଇ ଗୋଳାନ୍ତୁ। ଏହି ମିଶ୍ରଣକୁ ବହଳିଆ ହେବା ପର୍ଯ୍ୟନ୍ତ ଘାଣ୍ଟନ୍ତୁ। ଏବେ ନିଅନ୍ତୁ ଆମ୍ବ ମୁରବାର ମଜା। ଏହାକୁ ଶୀତଳ କରି କାଚ ଜାରରେ ଭଲ ଭାବରେ ବନ୍ଦ କରି ଶୀତଳ ଓ ଶୁଷ୍କ ସ୍ଥାନରେ ରଖନ୍ତୁ।
ଆଧାର[ସମ୍ପାଦନା]
- ଖାଆନ୍ତୁ ଓ ଖୁଆନ୍ତୁ – ଉପାସୀ କଠାର - ପ୍ରଜାତନ୍ତ୍ର ସାପ୍ତାହିକୀ-(୧୧-୧୭ ଅଗଷ୍ଟ ୨୦୦୨)