ଆମ୍ପିସିଲିନ

ଉଇକିପିଡ଼ିଆ‌ରୁ

ଆମ୍ପିସିଲିନ
Ampicillin Structural Formulae V.1.svg
Ampicillin 3d structure pdb.gif
Clinical data
Trade namesPrincipen among others
AHFS/Drugs.commonograph
MedlinePlusa685002
data
Pregnancy
category
Routes of
administration
Oral, intravenous
ATC code
Legal status
Legal status
  • UK: POM (Prescription only)
Identifiers
CAS Number
PubChem CID
DrugBank
ChemSpider
UNII
KEGG
ChEBI
ChEMBL
ECHA InfoCard100.000.645 Edit this at Wikidata
Chemical and physical data
FormulaC16H19N3O4S
Molar mass349.41 gmol−1
3D model (JSmol)
  (verify)

ଆମ୍ପିସିଲିନ ଏକ ଆଣ୍ଟିବାୟୋଟିକ ଯାହା ଅନେକ ଗୁଡ଼ିଏ ଜୀବାଣୁ ଜନିତ ସଂକ୍ରମଣକୁ ପ୍ରତିରୋଧ ଓ ଚିକିତ୍ସା ନିମନ୍ତେ ବ୍ୟବ‌ହାର କରାଯାଏ । [୧] ଶ୍ୱାସକ୍ରିୟା ନଳୀ ସଂକ୍ରମଣ, ପରିସ୍ରା ନଳୀ ସଂକ୍ରମଣ, ମେନିଞ୍ଜାଇଟିସ, ସାଲମୋନେଲା ସଂକ୍ରମଣଏଣ୍ଡୋକାର୍ଡ଼ାଇଟିସ ଇତ୍ୟାଦି ରୋଗମାନଙ୍କ ଚିକିତ୍ସା ଆମ୍ପିସିଲିନ ସାହାଯ୍ୟରେ କରାଯାଏ । ନବଜାତ ଶିଶୁର ଗ୍ରୁପ ବି ସ୍ଟ୍ରେପ୍ଟୋକୋକାଲ ସଂକ୍ରମଣ ପ୍ରତିରୋଧ ନିମନ୍ତେ ମଧ୍ୟ ଦିଆଯାଏ । ଏହା ପାଟିବାଟେ ତ‌ଥା ମାଂସପେଶୀ ଓ ଶୀରାରେ ଇଞ୍ଜେକସନ ଆକାରରେ ଦିଆଯାଏ । [୧] ଭୂତାଣୁ ନିମନ୍ତେ ଏହା ଆବଶ୍ୟକ ନୁହେଁ ।

ରାସ, ଅଇ ଓ ତରଳ ଝାଡ଼ା ଇତ୍ୟାଦି ଆମ୍ପିସିଲିନର ସାଧାରଣ ପାର୍ଶ୍ୱପ୍ରତିକ୍ରିୟା । ପେନିସିଲିନ ଆଲର୍ଜି ଥିବା ଲୋକଙ୍କୁ ଏହି ଔଷଧ ଦିଆଯାଏ ନାହିଁ । କ୍ଲସ୍ଟ୍ରିଡିଅମ ଡିଫିସିଲ କୋଲାଇଟିସ କିମ୍ବା ଆନାଫାଇଲାକ୍ସିସ ଏହାର ଅତି ଗମ୍ଭୀର ପ୍ରତିକ୍ରିୟା । ବୃକ୍‌କ ସମସ୍ୟାରେ ଏହା ଦେଇହୁଏ କିନ୍ତୁ ମାତ୍ରା କମ ଦିଆଯାଏ । [୧] ଗର୍ଭାବସ୍ଥାସ୍ତନ୍ୟପାନ ସମୟରେ ଏହା ନିରାପଦ । [୧][୨]

ସନ ୧୯୬୧ରେ ଆମ୍ପିସିଲିନ ପ୍ରସ୍ତୁତ ହୋଇଥିଲା । [୩] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ । [୪] ଏହାର ହୋଲସେଲ ଦାମ ସନ ୨୦୧୪ରେ ଏକ ଶୀରା ଇଞ୍ଜେକସନ ଭାଏଲ ପ୍ରତି 0.୧୩ରୁ ୧.୨0 ଆମେରିକୀୟ ଡଲାର । [୫] ଆମେରିକାରେ ଏହା ଜେନେରିକ ନାମରେ ମିଳେ ଓ ୧୦ ଦିନ ଚିକିତ୍ସାର ମୂଲ୍ୟ ୧୩ ଆମେରିକୀୟ ଡଲାର । [୧]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ "Ampicillin". The American Society of Health-System Pharmacists. Retrieved 1 ଅଗଷ୍ଟ 2015.
  2. "Ampicillin use while Breastfeeding". ମାର୍ଚ୍ଚ 2015. Retrieved 1 ଅଗଷ୍ଟ 2015.
  3. Ravina, Enrique (2011). The evolution of drug discovery : from traditional medicines to modern drugs (1 ed.). Weinheim: Wiley-VCH. p. 262. ISBN 9783527326693.
  4. "WHO Model List of EssentialMedicines" (PDF). World Health Organization. ଅକ୍ଟୋବର 2013. Retrieved 22 ଅପ୍ରେଲ 2014.
  5. "Ampicillin". International Drug Price Indicator Guide. Retrieved 1 ଅଗଷ୍ଟ 2015.