ଆମାୟରା ଦସ୍ତୁର

ଉଇକିପିଡ଼ିଆ‌ରୁ
ଅମାୟରା ଦସ୍ତୁର
୨୦୧୬ ଅକ୍ଟୋବରରେ ଫିଲ୍ମ‌ଫେୟାର ଗ୍ଲାମର ଆଣ୍ଡ ଷ୍ଟାଇଲ ଆୱାର୍ଡ଼ରେ ଅମାୟରା
Born
ଆମି ଦସ୍ତୁର

(1993-05-07) ୭ ମଇ ୧୯୯୩ (ବୟସ ୩୦)[୧][୨]
Occupation(s)ଅଭିନେତ୍ରୀ, ମଡେଲ
Height1.70 m (5 ft 7 in)

ଅମାୟରା ଦସ୍ତୁର (ଜନ୍ମ: ୭ ମଇ ୧୯୯୩)[୧][୨] ଜଣେ ଭାରତୀୟ କଥାଚିତ୍ର ଅଭିନେତ୍ରୀ ।[୩][୪] ୨୦୧୩ରେ ସେ ପ୍ରତୈକ ବାବ୍ୱରଙ୍କ ସ‌ହ ହିନ୍ଦୀ ଚଳଚ୍ଚିତ୍ର ଇସ୍କ ଜରିଆରେ ଅଭିନୟ ଜଗତରେ ପ୍ରବେଶ କରିଥିଲେ । ସେ ୧୬ ବର୍ଷ ବୟସରେ ମଡେଲିଂରେ ପ୍ରବେଶ କରିଥିଲେ ଏବଂ କ୍ଲିନ୍ ଆଣ୍ଡ କ୍ଲିଅର୍, ଡୋଭ୍, ଭୋଡ଼ାଫୋନ୍ ଏବଂ ମାଇକ୍ରୋମାକ୍ସ ଭଳି କିଛି ଜିନିଷର ବିଜ୍ଞାପନ କରିଥିଲେ । ସେ ୨୦୧୫ରେ ହିନ୍ଦୀ କଥାଚିତ୍ର ଅଭିନେତା ଇମ୍ରାନ ହାସିମ୍‌ଙ୍କ ସ‌ହ ମିଷ୍ଟର ଏକ୍ସରେ ଅଭିନୟ କରିଥିଲେ ।[୫] ସେ ଅଭିନେତା ଧନୁଷଙ୍କ ସ‌ହ ତାମିଲ କଥାଚିତ୍ର ଆନୀଗନ୍‌ରେ ମଧ୍ୟ ଅଭିନୟ କରିତିଲେ । ଏହି ଚଳଚ୍ଚିତ୍ର ପାଇଁ ସେ ସାଇମା ପୁରସ୍କାର ମଧ୍ୟ ପାଇଥିଲେ ।

ପ୍ରାରମ୍ଭିକ ଜୀବନ[ସମ୍ପାଦନା]

ଆମାୟରା ଦସ୍ତୁର ମୁମ୍ବାଇ, ମହାରାଷ୍ଟ୍ରରେ ୭ ମଇ ୧୯୯୩ରେ ଜନ୍ମଗ୍ରହଣ କରିଥିଲେ । ଜନ୍ମ‌ବେଳେ ତାଙ୍କ ନାମ ଆମି ଦସ୍ତୁର ରଖାଯାଇଥିଲା । ସେ କାଥେଡ୍ରାଲ ଆଣ୍ଡ ଜନ୍ କୋନନ୍ ସ୍କୁଲରୁ ତାଙ୍କ ଶିକ୍ଷା ଆରମ୍ଭ କରିଥିଲେ । ସେ ତାଙ୍କ ଉଚ୍ଚଶିକ୍ଷା ଧିରୁଭାଇ ଅମ୍ବାନୀ ଇଣ୍ଟରନେସନାଲ ସ୍କୁଲରେ ଆରମ୍ଭ କରିଥିଲେ, ମାତ୍ର ସେ ଅଭିନୟ ପାଇଁ ତାଙ୍କ ଉଚ୍ଚ ଶିକ୍ଷା ଶେଷ କରିପାରିନଥିଲେ ଏବଂ ସ୍କୁଲ ଛାଡ଼ିଥିଲେ ।ଆମାୟରା ଜଣେ ପାର୍ସୀ ହୋଇଥିଲେ ମଧ୍ୟ ଘରେ ଇଂରାଜୀ ଏବଂ ଗୁଜରାଟିରେ କଥା ହୁଅନ୍ତି ।[୬] ଅଭିନୟ ଦୁନିଆରେ ପ୍ରବେଶ କରିବା ପରେ ସେ ପୁଣିଥରେ ପାଠ ପଢ଼ା ଆରମ୍ଭ କରିଥିଲେ । ସେ ମୁମ୍ବାଇର ଏଚ୍ ଆର୍ କଲେଜରେ ପଢ଼ାପାଇଁ ଯୋଗ ଦେଇଥିଲେ ।[୭] ସେ ଜଣେ ମଡେଲ ଭାବରେ ପ୍ରଥମେ ବିଜ୍ଞାପନରେ ଅଭିନୟ କରିଥିଲେ, ଏବଂ ପରେ ପରେ ଅଭିନୟ ଦୁନିଆରେ ମଧ୍ୟ ପ୍ରବେଶ କରିଥିଲେ ।

ଅଭିନୟ ଜୀବନ[ସମ୍ପାଦନା]

ଆମାୟରା ତାଙ୍କର ଅଭିନୟ ଜଗତର ଯାତ୍ରା ମନିଷ ତିୱାରୀଙ୍କ ରୋମାଣ୍ଟିକ ହିନ୍ଦୀ ଚଳଚ୍ଚିତ୍ର[୮] ଇସ୍କ ଜରିଆରେ ଆରମ୍ଭ କରିଥିଲେ ।[୯][୧୦]

୨୦୧୫ରେ ସେ ତାମିଲ କଥାଚିତ୍ର ଆନିଗନ୍ ଜରିଆରେ ତାମିଲ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ଏହି ଚଳଚ୍ଚିତ୍ରରେ ତାଙ୍କ ସ‌ହ ଅଭିନେତା ଧନୁଷ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ର ପାଇଁ ଆମାୟରାଙ୍କୁ ସାଇମାରେ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ମିଳିଥିଲା । ୨୦୧୫ରେ ସେ ଇମ୍ରାନ ହାସିମଙ୍କ ସ‌ହ ମଧ୍ୟ ଏକ ହିନ୍ଦୀ କଥାଚିତ୍ର ମିଷ୍ଟ ଏକ୍ସରେ ଅଭିନୟ କରିଥିଲେ ।

୨୦୧୭ରେ ସେ ଓସ୍କାର ବିଜେତା ଅଭିନେତା ଜ୍ୟାକି ଚାନ୍‌ଙ୍କ ସ‌ହ କୁଙ୍ଗ୍‌ ଫୁ ଯୋଗରେ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ରରେ ଭାରତରୁ ସୋନୁ ସୁଦ୍ ଏବଂ ଦିଶା ପଟାନୀ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ରଟି ଚାଇନିଜ୍, ହିନ୍ଦୀ ଏବଂ ଇଂରାଜୀରେ ମୁକ୍ତିଲାଭ କରିଥିଲା ।[୧୧]

ଅଭିନୀତ କଥାଚିତ୍ର[ସମ୍ପାଦନା]

  • ୨୦୧୩: ଇସ୍କ (ହିନ୍ଦୀ)
  • ୨୦୧୫: ଆନୀଗନ୍ (ତାମିଲ)
  • ୨୦୧୫: ମିଷ୍ଟ ଏକ୍ସ (ହିନ୍ଦୀ)
  • ୨୦୧୭: କୁଙ୍ଗ୍ ଫୁ ଯୋଗ (ହିନ୍ଦୀ/ଇଂରାଜୀ/ଚାଇନିଜ୍)
  • ୨୦୧୭: ଉଡ଼ି ଉଡ଼ି ଉଝାଇକାନୁମ୍ (ତାମିଲ)

ଆଧାର[ସମ୍ପାଦନା]

  1. ୧.୦ ୧.୧ "Amyra Dastur celebrates her 22nd birthday in Thailand". Mid-Day. 12 May 2015. Retrieved 4 June 2017.
  2. ୨.୦ ୨.୧ TNN (9 May 2015). "Amyra's flaunts her bikini in Thailand - Times of India". The Times of India. Retrieved 4 June 2017.
  3. "A royal gift for Manish Tiwary". mid-day.com.
  4. "Amyra's headstrong nature helped her bag debut film". The Times of India. Archived from the original on 2013-11-05. Retrieved 2017-06-04.
  5. Avinash Lohana (30 May 2015). "Amyra Dastur in 'Ticket To Bollywood'". The Times of India. Retrieved 4 June 2017.
  6. "I never really wanted to act for fame: Amyra Dastur". The Times of India.
  7. "I am not a romantic person: Amyra Dastur". Hindustantimes.com. Archived from the original on 2013-08-15. Retrieved 2017-06-04.
  8. Priya Sharma. "Juliet comes to Benaras". The Hindu.
  9. "Director Manish Tiwary talks about his film Issaq, Prateik Babbar and Amyra Dastur". dna.
  10. "Prateik goes down on his knees for Amyra Dastur". mid-day.com.
  11. [୧]

ଅଧିକ ତ‌ଥ୍ୟ[ସମ୍ପାଦନା]