ଦିଶା ପଟାନୀ

ଉଇକିପିଡ଼ିଆ‌ରୁ
ଦିଶା ପଟାନୀ
ଫିଲ୍ମ‌‌ଫେୟାର ଗ୍ଲାମର ଆଣ୍ଡ ଷ୍ଟାଇଲ୍ ଆୱାର୍ଡ଼ ୨୦୧୬ରେ ଦିଶା ।
ଜନ୍ମ(1992-06-13)୧୩ ଜୁନ ୧୯୯୨


or (1995-07-27)୨୭ ଜୁଲାଇ ୧୯୯୫


[୧][୨] (୩୧ or ୨୮)
ଜାତୀୟତାଭାରତୀୟ
ବୃତ୍ତି(ସମୂହ)ଅଭିନେତ୍ରୀ, ମଡେଲ
ସକ୍ରିୟ ବର୍ଷ୨୦୧୨ – ଏବେଯାଏଁ
ପିତାମାତା
  • ଜଗଦିଶ ସିଂହ ପଟାନୀ [୩] (father)
ନିଜର ପ୍ରଥମ ସିନେମା ପ୍ରମୋସନ ସମୟରେ ଦିଶା

‌ଦିଶା ପଟାନୀ‌ ଜଣେ ଭାରତୀୟ କଥାଚିତ୍ର ଅଭିନେତ୍ରୀ ଏବଂ ମଡେଲ । ୨୦୧୫ରେ ଦିଶା ଏକ ତେଲୁଗୁ କଥାଚିତ୍ର ଜରିଆରେ ଅଭିନୟ ଜଗତରେ ପ୍ରବେଶ କରିଥିଲେ । ଏହାପରେ ୨୦୧୬ରେ ସେ ଏକ ହିନ୍ଦୀ ଗୀତରେ ଅଭିନେତା ଟାଇଗର ଶ୍ରଫ୍‌ଙ୍କ ସ‌ହ ଅଭିନୟ କରିଥିଲେ ଏବଂ ସେହିବର୍ଷ ‌ଏମ୍. ଏସ୍. ଧୋନି- ଦ ଅନଟୋଲ୍ଡ ଷ୍ଟୋରୀ‌ ଜରିଆରେ ହିନ୍ଦୀ କଥାଚିତ୍ର ଜଗତରେ ପ୍ରବେଶ କରିଥିଲେ । ୨୦୧୭ରେ ଦିଶା ଆଭିନେତା ସୋନୁ ଶୁଦ୍‌ଙ୍କ ଏବଂ ଜ୍ୟାକି ଚାନ୍‌ଙ୍କ ସ‌ହ ଏକ ଇଂରାଜୀ, ଚାଇନିଜ୍ ଏବଂ ତେଲୁଗୁ ଭାଷାରେ ମୁକ୍ତିଲାଭ କରିଥିବା ‌କୁଙ୍ଗ୍ ଫୁ ଯୋଗ‌ରେ ଅଭିନୟ କରିଥିଲେ ।

ଅଭିନୟ ଜୀବନ[ସମ୍ପାଦନା]

୨୦୧୫ରେ ଦିଶା ‌କ୍ୟାଡାବରି ଡେରୀ ମିଲ୍କ‌ ଚକୋଲେଟର ଏକ ବିଜ୍ଞାପନ କରିଥିଲେ, ଯେଉଁଥିପାଇଁ ସେ ଅଧିକ ଲୋକପ୍ରିୟ ହୋଇଥିଲେ । ୨୦୧୫ରେ ଦିଶାଙ୍କୁ ତେଲୁଗୁ କଥାଚିତ୍ର ନିର୍ଦ୍ଦେଶକ ‌ପୁରୀ ଜଗନ୍ନାଧ‌ ଲୋଫର୍ ଚଳଚ୍ଚିତ୍ରରେ ନାୟିକା ଭାବରେ ପ୍ରଥମ ସୁଯୋଗ ଦେଇଥିଲେ ।[୪] ୨୦୧୬ରେ ଦିଶା ଅଭିନେତା ଟାଇଗର ଶ୍ରଫ୍‌ଙ୍କ ସ‌ହ ହିନ୍ଦୀ ଆଲବମ୍ ଗୀତ ‌ବେଫିକର୍‌‌ରେ ଅଭିନୟ କରିଥିଲେ ।[୫][୬]

୨୦୧୬ରେ ଦିଶାଙ୍କୁ ଭାରତୀୟ କ୍ରିକେଟ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ଜିବନୀ ଉପରେ ଆଧାରିତ କଥାଚିତ୍ର ‌ଏମ୍. ଏସ୍. ଧୋନି- ଦ ଅନଟୋଲ୍ଡ ଷ୍ଟୋରୀ‌ରେ ନାୟିକା ଭାବରେ ହିନ୍ଦୀ କଥାଚିତ୍ର ଜଗତରେ ଅଭିନୟର ସୁଯୋଗ ମିଳିଥିଲା ।[୭]

ଏହାପରେ ସେ ଓସ୍କାର ବିଜେତା ଅଭିନେତା ଜ୍ୟାକି ଚାନ୍‌ଙ୍କ ହଲିଉଡ୍ ଚଳଚ୍ଚିତ୍ର ‌କୁଙ୍ଗ୍ ଫୁ ଯୋଗ‌ରେ ଦିଶାଙ୍କୁ ସୁଯୋଗ ମିଳିଥିଲା । ୩ ଫେବୃଆରୀ ୨୦୧୭ରେ ଏହି ଚଳଚ୍ଚିତ୍ରଟି ମୁକ୍ତିଲାଭ କରିଥିଲା । ଏହି ଚଳଚ୍ଚିତ୍ରରେ ଭାରତୀୟ କଥାଚିତ୍ର ଅଭିନେତା ସୋନୁ ଶୁଦ୍ ମଧ୍ୟ ଅଭିନୟ କରିଥିଲେ । ଭାରତର ଯୋଗ ଏବଂ ଚାଇନାର କୁଙ୍ଗ୍ ଫୁକୁ ନେଇ ନିର୍ମାଣ ହୋଇଥିବା ଏହି ଚଳଚ୍ଚିତ୍ରଟି ଇଂରାଜୀ ଭାଷା ସମେତ ହିନ୍ଦୀ ଏବଂ ଚାଇନିଜ୍‌ରେ ମୁକ୍ତିଲାଭ କରିଥିଲେ ।[୮]

ଅଭିନୀତ କଥାଚିତ୍ର[ସମ୍ପାଦନା]

  • ୨୦୧୫: ଲୋଭର୍ (ତେଲୁଗୁ)
  • ୨୦୧୬: ଏମ୍. ଏସ୍. ଧୋନି- ଦ ଅନଟୋଲ୍ଡ ଷ୍ଟୋରୀ (ହିନ୍ଦୀ)
  • ୨୦୧୭: କୁଙ୍ଗ୍ ଫୁ ଯୋଗ (ଇଂରାଜୀ/ହିନ୍ଦୀ/ଚାଇନିଜ୍)
  • ୨୦୧୮: ବାଘୀ-୨ (ହିନ୍ଦୀ)
  • ୨୦୧୯: ଭାରତ (ହିନ୍ଦୀ) ତିଆରି ଚାଲୁଅଛି [୯]

ଆଧାର[ସମ୍ପାଦନା]

  1. http://timesofindia.indiatimes.com/entertainment/hindi/bollywood/news/Is-Disha-Patani-lying-about-her-age/articleshow/53300643.cms
  2. http://www.mid-day.com/articles/is-tiger-shroffs-rumoured-girlfriend-disha-patani-faking-her-age/17445164
  3. "Disha Patani Family". StarsFact.com. Retrieved 2017-05-05.
  4. Kavirayani, Suresh (17 December 2015). "They treated me like a baby on sets: Disha Patani". Deccan Chronicle. Retrieved 5 May 2017.
  5. "Check out the teaser of Tiger Shroff and girlfriend Disha Patani's Befikra"
  6. "Watch: Tiger Shroff and Disha Patani sizzling chemistry in Befikra song"
  7. Thakur, Charu (6 January 2016). "MS Dhoni – The Untold Story: Tiger Shroffs girlfriend Disha Patani bags a role in the biopic". India Today. Retrieved 5 May 2017.
  8. Vyavahare, Renuka (27 April 2016). "Jackie Chan impressed by Disha Patani". The Times of India. Retrieved 5 May 2017.
  9. https://www.ndtv.com/entertainment/disha-patani-welcome-aboard-salman-khans-bharat-1853389

ଅଧିକ ତ‌ଥ୍ୟ[ସମ୍ପାଦନା]