ଆପ୍ରାକ୍ଲୋନିଡାଇନ

ଉଇକିପିଡ଼ିଆ‌ରୁ
ଆପ୍ରାକ୍ଲୋନିଡାଇନ
Clinical data
Trade namesIopidine
SynonymsApraclonidine hydrochloride
AHFS/Drugs.commonograph
MedlinePlusa608005
Routes of
administration
Eye drop
Legal status
Legal status
  • UK: POM (Prescription only)
  • US: ℞-only
  • ℞ (Prescription only)
Pharmacokinetic data
Protein binding98.7%
Elimination half-life8 hours
Identifiers
  • 2,6-Dichloro-N- (4,5-dihydro-1H-imidazol-2-yl) benzene-1,4-diamine
ECHA InfoCard100.164.104 Edit this at Wikidata
Chemical and physical data
FormulaC9H10Cl2N4
Molar mass୨୪୫.୧୧ g·mol−1
3D model (JSmol)
  • Clc1c(c(Cl)cc(N)c1)N/C2=N/CCN2
  • InChI=1S/C9H10Cl2N4/c10-6-3-5(12)4-7(11)8(6)15-9-13-1-2-14-9/h3-4H,1-2,12H2,(H2,13,14,15) checkY
  • Key:IEJXVRYNEISIKR-UHFFFAOYSA-N checkY
  (verify)

ଆପ୍ରାକ୍ଲୋନିଡାଇନ, ଏକ ବେପାର ନାମ ଆଇଓପିଡାଇନ୍, ଗ୍ଲୁକୋମା ଚିକିତ୍ସା ପାଇଁ ବ୍ୟବହୃତ ଏକ ଔଷଧ । [୧] ନିର୍ଦ୍ଦିଷ୍ଟ ଭାବରେ ଏହା ଅନ୍ୟ ଚିକିତ୍ସାଦ୍ୱାରା ନିୟନ୍ତ୍ରିତ ହୋଇନଥିବା ଖୋଲା ଆଙ୍ଗଲ୍ ଗ୍ଲୁକୋମା ପାଇଁ ସ୍ୱଳ୍ପ ମିଆଦି ଭାବରେ ବ୍ୟବହୃତ ହୁଏ । [୧] କେତେକ ପ୍ରକାରର ଲେଜର ଚକ୍ଷୁ ଅସ୍ତ୍ରୋପଚାର କରାଯାଉଥିବା ବ୍ୟକ୍ତିଙ୍କର ଇଣ୍ଟ୍ରୋକୋକୁଲାର ଚାପକୁ ରୋକିବା ପାଇଁ ଏହା ମଧ୍ୟ ବ୍ୟବହୃତ ହୋଇପାରେ ।| [୨] ଏହା ଆଖି ବୁନ୍ଦା ଭାବରେ ବ୍ୟବହୃତ ହୁଏ | [୧]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ନାଲି ଆଖି, ଗଲୁ, ଶୁଖିଲା ପାଟି, ବିସ୍ତାରିତ ନେତ୍ର ପିତୁଳା, ନାକରୁ ପାଣି ପ୍ରବାହ ଏବଂ ଶୁଖିଲା ଆଖି ହୋଇପାରେ । [୧] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆଲର୍ଜି ପ୍ରତିକ୍ରିୟା, ପାଲ୍ପିଟେସନ୍, ଅବସାଦ ଏବଂ ମୁଣ୍ଡ ବୁଲାଇବା ହୋଇପାରେ । [୧] ଗର୍ଭାବସ୍ଥାରେ ସୁରକ୍ଷା ଅସ୍ପଷ୍ଟ ଅଟେ। [୧] ଏହା ମୁଖ୍ୟତଃ ଏକ α<sub id="mwIw">୨</sub> ଆଡ୍ରେନର୍ଜିକ୍ ରିସେପ୍ଟର ଆକ୍ଟିଭେଟର୍ ଏବଂ ଆକ୍ୱିଅସ ହ୍ୟୁମର ଉତ୍ପାଦନ ହ୍ରାସ କରି କାର୍ଯ୍ୟକ୍ଷମ ହୁଏ । [୧] [୨]

୧୯୮୭ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା ବ୍ୟବହାର ପାଇଁ ଆପ୍ରାକ୍ଲୋନିଡାଇନ୍ ଅନୁମୋଦିତ ହୋଇଥିଲା। [୧] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ। [୩] ଯୁକ୍ତରାଷ୍ଟ୍ରରେ ୨୦୨୨ ସୁଦ୍ଧା ୫ ମିଲି ଔଷଧର ମୂଲ୍ୟ ୨୬ ଡଲାର ଅଟେ। [୩] ଯୁକ୍ତରାଜ୍ୟରେ ଏହି ରାଶିର ମୂଲ୍ୟ £୧୧ ଅଟେ । [୨]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ "Apraclonidine Monograph for Professionals". Drugs.com (in ଇଂରାଜୀ). Archived from the original on 25 January 2021. Retrieved 15 January 2022.
  2. ୨.୦ ୨.୧ ୨.୨ BNF 81: March-September 2021. BMJ Group and the Pharmaceutical Press. 2021. p. 1232. ISBN 978-0857114105.
  3. ୩.୦ ୩.୧ "Apraclonidine Prices, Coupons & Savings Tips - GoodRx". GoodRx. Archived from the original on 10 July 2016. Retrieved 15 January 2022.