ଆନ୍ନାକୋଟେଶ୍ଵର ମନ୍ଦିର

ଉଇକିପିଡ଼ିଆ‌ରୁ
ଆନ୍ନାକୋଟେଶ୍ୱର ମନ୍ଦିର
Religion
ଅନୁବନ୍ଧଗୁଡ଼ିକହିନ୍ଦୁ ଧର୍ମ
DistrictDhenkanal district ଢେଙ୍କାନାଳ ଜିଲ୍ଲା
ଦେବାଦେବୀଆନ୍ନାକୋଟେଶ୍ୱର ଶିବ ମନ୍ଦିର
Location
ସ୍ଥାନତହସିଲର ଲତାଦେଇପୁର
Stateଓଡ଼ିଶା
Countryଭାରତ

ଆନ୍ନାକୋଟେଶ୍ୱର ମନ୍ଦିର ଭାରତର ଓଡ଼ିଶା ପ୍ରଦେଶରେ ଥିବା ଢେଙ୍କାନାଳ ଜିଲ୍ଲାର ଗଁଦିଆ ତହସିଲସ୍ଥିତ ଲତାଦେଇପୁର ଗ୍ରାମରେ ଅବସ୍ଥିତ ।[୧][୨] ପ୍ରସ୍ତର ନିର୍ମିତ ଶିବଲିଙ୍ଗ ପ୍ରଭୁ ଶିବଙ୍କୁ ସମର୍ପିତ ହୋଇଛି ।[୩]

ଆନ୍ନାକୋଟେଶ୍ୱର ମନ୍ଦିର, ଲତାଦେଇପୁର, ଢେଙ୍କାନାଳ

ସ୍ଥାପତ୍ୟ[ସମ୍ପାଦନା]

ଏହା ଏକ ପଞ୍ଚରଥ ମନ୍ଦିର ଓ ଏଥିରେ ରେଖା ଦେଉଳ ବିମାନ (ବିମାନ) ଓ ପିଢ ଦେଉଳ ଅଛି । ଖାଖରାମୁଣ୍ଡି ଓ ପିଢମୁଣ୍ଡି ଓ ଦେଉଳରେ ଏହି ମନ୍ଦିର ସୁସଜ୍ଜିତ ହୋଇଛି । ମନ୍ଦିର ଗଠନରୁ ଏହା ୧୬ଶ ଶତାବ୍ଦୀର ସୂର୍ଯ୍ୟବଂଶୀ ଗଜପତିଙ୍କ ସମୟରେ ନିର୍ମିତ ହୋଇଥିବା ଜଣାଯାଏ । ମନ୍ଦିରର କିଛି ଭଗ୍ନ ଅଂଶ ଯତନରେ ରଖାଯାଇଛି । ଗର୍ଭଗୃହରେ ଏକ ବୃତ୍ତାକାର ଯୋନି ପୀଠ ଅଛି । ଏଠାରେ ଥିବା ଲିଙ୍ଗ ମୂର୍ତ୍ତିକୁ ଅତୀତରେ ଥିବା ବେଙ୍ଗଲ, ମୁର୍ଶିଦାବାଦ ନବାବଙ୍କର ମୁସଲମାନ ଅନୁପ୍ରବେଶକାରୀ କଳାପାହାଡ଼ ଭାଙ୍ଗିଦେଇଥିଲେ । ଏହି ମନ୍ଦିରକୁ ଆର୍କିଓଲୋଜିକାର ସର୍ଭେ ଅଫ ଇଣ୍ଡିଆ ଏକ ସ୍ମାରକୀ ମାନ୍ୟତା ଦେଇଛନ୍ତି ।[୪]

ଆଧାର[ସମ୍ପାଦନା]

  1. "Annakotisvara Siva Temple - Latadeipur - Dhenkanal". Indira Gandhi National Centre for the Arts. Archived from the original on 1 October 2012. Retrieved 5 June 2015.
  2. "Destinations: Dhenkanal". Orissa Tourism. Archived from the original on 11 November 2014. Retrieved 5 June 2015.
  3. "Temples (of Dhenkanal): Saiva Temples". District Portal: Dhenkanal. Government of Odisha. Retrieved 5 June 2015.
  4. "Alphabetical List of Monuments - Orissa". Archaeological Survey of India. Retrieved 5 June 2015.

ବାହ୍ୟ ଲିଙ୍କ[ସମ୍ପାଦନା]