ଆନ୍ତର୍ଜାତିକ ଯୋଗ ଦିବସ
ଆନ୍ତର୍ଜାତିକ ଯୋଗ ଦିବସ | |
---|---|
ନାମ | International Day of Yoga - IDY |
ଅନ୍ୟ ନାମ | ଯୋଗ ଦିବସ, ବିଶ୍ୱ ଯୋଗ ଦିବସ |
ପାଳନକାରୀ | ବିଶ୍ୱବ୍ୟାପୀ |
ପ୍ରକାର | ମିଳିତ ଜାତିସଙ୍ଘ |
ପାଳନ | ଯୋଗ, ଧ୍ୟାନ, ସଭା ସମିତି, ଆଲୋଚନା ଚକ୍ର , ସାଂସ୍କୃତିକ କାର୍ଯ୍ୟକ୍ରମ |
ତାରିଖ | ୨୧ ଜୁନ |
ପୌନଃପୁନିକତା | ବାର୍ଷିକ |
ଆନ୍ତର୍ଜାତିକ ଯୋଗ ଦିବସ ବିଶ୍ୱବ୍ୟାପୀ ଜୁନ ୨୧ ତାରିଖରେ ପାଳନ ହୁଏ । ଆନ୍ତର୍ଜାତିକ ସ୍ତରରେ ଏହାକୁ ପାଳନ କରିବା ପାଇଁ ମିଳିତ ଜାତିସଂଘ ଅଧିବେସନଦ୍ୱାରା ଡିସେମ୍ବର ୧୧, ୨୦୧୪ରେ ସଂକଳ୍ପ ହୋଇଥିଲା । ଯୋଗ ମୂଲ୍ୟବୋଧକୁ ସମ୍ମାନ ଦେବା ସହ ବିଶ୍ୱର କୋଣ ଅନୁକୋଣେ ଯୋଗକୁ ପହଞ୍ଚାଇବା ପାଇଁ ଭାରତ ପ୍ରସ୍ତାବ ଦେଇଥିଲା । ଅଳ୍ପ କେତୋଟି ମୁସଲିମ ରାଷ୍ଟ୍ରକୁ ବାଦ ଦେଲେ ପ୍ରାୟ ସମସ୍ତ ଦେଶ ଏହାକୁ ପାଳନ ଲାଗି ସମର୍ଥନ କରିଥିଲେ ।[୧] ଯୋଗ, ଏକ ଶାରୀରିକ, ମାନସିକ ଏବଂ ଆଧ୍ୟାତ୍ମିକ ଅଭ୍ୟାସ । । ପ୍ରାୟ ୬୦୦୦ ବର୍ଷ ପୂର୍ବେ ଏହାର ଉତ୍ପତ୍ତି ଭାରତରେ ହୋଇଥିବାର ଅନୁମାନ କରାଯାଏ । ଯୋଗଦ୍ୱାରା ସ୍ୱାସ୍ଥ୍ୟଗତ ଲାଭ ସମସ୍ତେ ନେବା ଓ ଏହାକୁ ଦୈନିକ ନିଜ ଦିନଚର୍ଯାରେ ଅଂଶିଭୂତ ପାଇଁ ଅନୁରୋଧ କରିବା ସହ ଭାରତ ଏହାକୁ ନିଜର ବୌଦ୍ଧିକ ସମ୍ପତି ଦାବୀ କରେନାହିଁ ବୋଲି ସ୍ପଷ୍ଟୋକ୍ତି ଦେଇଥିଲା । [୨]
ନରେନ୍ଦ୍ର ମୋଦୀଙ୍କ ପ୍ରସ୍ତାବ[ସମ୍ପାଦନା]
୨୦୧୪ ସେପ୍ଟେମ୍ବର ୨୭ରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୁନ ୨୧କୁ ଆନ୍ତର୍ଜାତିକ ସ୍ତରରେ ଯୋଗ ଅଭ୍ୟାସ ପୂର୍ବକ ଯୋଗ ଦିବସ ପାଳନ ପାଇଁ ପ୍ରଥମେ ପ୍ରସ୍ତାବ ଦେଇଥିଲେ । ଆମେରିକାର ମିଳିତ ଜାତିସଂଘ ସାଧାରଣ ପରିଷଦର ୬୯ତମ ଅଧିବେସନକୁ ପ୍ରଥମ କରି ସମ୍ବୋଧିତ କରି ଅଭିଭାଷଣରେ କହିଥିଲେ ଯେ, "ପରିବର୍ତ୍ତନଶୀଳ ଦୁନିଆରେ ସବୁକିଛି ପରିବର୍ତ୍ତନ ହେଉଥିବାବେଳେ ଜଳବାୟୁ ପରିବର୍ତ୍ତନ ହେବା ସମସ୍ତଙ୍କ ପାଇଁ ଏକ ଚିନ୍ତାର ବିଷୟ । ଆମ ଭାରତୀୟ ସଂସ୍କୃତିରେ ଏହାର ମୁକାବିଲା କରିବା ପାଇଁ ଯୋଗ ଉପରେ ଗୁରୁତ୍ୱ ଦିଆଯାଇଛି । ଯୋଗକୁ କେବଳ ବ୍ୟାୟାମରେ ସୀମିତ ନରଖି ଶାସ୍ତ୍ରାନୁସାରେ ପରିବ୍ୟାପ୍ତ କରାଗଲେ ସବୁକିଛିର ପରିବର୍ତ୍ତନ କରାଯାଇପାରିବ । ତେଣୁ ଆନ୍ତର୍ଜାତିକ ସ୍ତରରେ ଯୋଗ ଦିବସ ପାଳନ କରାଯିବା ଉଚିତ ।" [୩][୪][୫][୬]
ମିଳିତ ଜାତିସଂଘର ଘୋଷଣା[ସମ୍ପାଦନା]
ବିଶେଷତ୍ୱ[ସମ୍ପାଦନା]
"ଯୋଗ ଭାରତର ପ୍ରାଚୀନ ସଂସ୍କୃତିର ଏକ ଅମୂଲ୍ୟ ଉପହାର । ଏହା ମନ ଏବଂ ଶରୀରକୁ ସଂଯୋଗ; ଚିନ୍ତା ଏବଂ କ୍ରିୟା; ସଂଯମ ଏବଂ ପୂର୍ଣ୍ଣତା; ମନୁଷ୍ୟ ଏବଂ ପ୍ରକୃତି ସହ ସଂଗତି; ସ୍ୱାସ୍ଥ୍ୟ ଏବଂ ସମୃଦ୍ଧି ପାଇଁ ଏକ ସିଦ୍ଧ ଉପଚାର ଅଟେ । ଏହା କେବଳ ଏକ ବ୍ୟାୟାମ ନୁହେଁ ନିଜ ଭିତରେ ଜଗତ ଏବଂ ପ୍ରକୃତି ସହ ଏକାଗ୍ରତା ଆବିଷ୍କାର କରିବାକୁ ହୋଇଥାଏ, ଚେତନା ଉଦ୍ରେକକରି ଆମ ଜୀବନଶୈଳୀରେ ପରିବର୍ତ୍ତନ ଆଣି ଆମ ପାରିପାର୍ଶ୍ୱିକ ଜଗତରେ ସହ ଖାପ ଖୁଆଇ ଚାଲିବାରେ ସହଯୋଗ କରେ । "[୭][୮] ଜୁନ ୨୧ ଗ୍ରୀଷ୍ଣ ସଂକ୍ରାନ୍ତିରେ ସୂର୍ଯ୍ୟ ଦକ୍ଷିଣାୟନ ମୋଡ଼ ନେଇଥାନ୍ତି, ଏହି ଦିନକୁ ଆନ୍ତର୍ଜାତିକ ଯୋଗ ଦିବସ ଭାବେ ନରେନ୍ଦ୍ର ମୋଦୀ ପ୍ରସ୍ତାବ ଦେଇ ଉପସ୍ଥାପନ କରିଥିଲେ ଯେ ଉତ୍ତର ଗୋଲାର୍ଦ୍ଧରେ ପୁରା ବର୍ଷରେ ଏହି ଦିନର ଅବଧି ବଡ଼ ହୋଇଥିବା ସହ ବିଶ୍ୱରେ ବିଭିନ୍ନ ସ୍ଥାନରେ ଏହିଦିନର ମହତ୍ୱ ଅଛି । [୯]
ପୂର୍ବ ପ୍ରଚେଷ୍ଟା[ସମ୍ପାଦନା]
ପାଳନ[ସମ୍ପାଦନା]
ଆନ୍ତର୍ଜାତିକ ଯୋଗ ଦିବସ ପାଇଁ ୨୦୧୫ ହିଁ ପ୍ରଥମ ପାଳନ ବର୍ଷ ଥିଲା ।
ଭାରତ ସରକାରଙ୍କ ଆୟୁଷ ମନ୍ତ୍ରଣାଳୟଦ୍ୱାରା ଅୟୋଜିତ ଏକ କାର୍ଯ୍ୟକ୍ରମରେ ରାଜଧାନୀନୂଆ ଦିଲ୍ଲୀର ରାଜପଥଠାରେ ୮୪ ଦେଶର ୩୫,୯୮୫ ଜଣ ଅଂଶଗ୍ରହଣକାରୀ ଭାଗନେଇ ଦୁଇଟି ଗିନିସ ବର୍ଲ୍ଡ ରେକର୍ଡ ସ୍ଥାପନ କରିଥିଲେ ।[୧୦]ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲାଙ୍କ ସହ କେନ୍ଦ୍ର କ୍ୟାବିନେଟ୍ ମନ୍ତ୍ରୀ, ସାଂସଦ, ସେନ ଓ ପୋଲିସର ଯବାନ, ପ୍ରଶାସନିକ ଅଧିକାରୀ ଓ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ ଏବଂ ଅଧାଘଣ୍ଟା ଧରି ଯୋଗ କରିଥିଲେ । ଯୋଗ ଦିବସ ପାଳନ କାର୍ଯ୍ୟକ୍ରମରେ ବହୁ କେନ୍ଦ୍ରମନ୍ତ୍ରୀ, ବ୍ୟୁରୋକ୍ରାଟ, କୂଟନୈତିଜ୍ଞ ତଥା କେନ୍ଦ୍ର ସରକାରଙ୍କ ବରିଷ୍ଠ ଅଧିକାରୀ ମାନେ ସାମିଲ ହୋଇଥିଲେ । ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ପ୍ରଦର୍ଶନ ପାଇଁ ୨ ହଜାର ଡିଜିଟାଲ ସିନେମା ସ୍କ୍ରିନ ବ୍ୟବସ୍ଥା କରାଯାଇଥିଲା ।ଏହି ଆୟୋଜନ ୧୦ ବର୍ଷର ଏକ ପୁରୁଣା ରେକର୍ଡକୁ ଭାଙ୍ଗି ଦେଇଥିଲା ।[୧୧]୧୦ ବର୍ଷ ତଳେ ୨୦୦୫ ନଭେମ୍ବର ୧୯ ତାରିଖରେ ଗ୍ୱାଲିଅରରେ ୧୯,୯୭୩ ଜଣ ଲୋକ ଏକାସାଙ୍ଗରେ ଗୋଟିଏ ସ୍ଥାନରେ ଯୋଗାଭ୍ୟାସ କରିଥିଲେ । ଆଉ ଏହା ବିଶ୍ୱ ରେକର୍ଡ ହେବା ସହିତ ‘ଗିନିଜ ବୁକ ଅଫ ବର୍ଲ୍ଡ ରେକର୍ଡ’ରେ ସ୍ଥାନିତ ହୋଇଥିଲା । ଏହା ସହିତ ଦେଶର ସ୍କୁଲ, କଲେଜ ଭଳି ଶିକ୍ଷାନୁଷ୍ଠାନ, ଅନ୍ୟାନ୍ୟ ଘରୋଇ ଓ ସରାକାରୀ ଅନୁଷ୍ଠାନ ଏବଂ ସ୍ୱେଚ୍ଛାସେବୀ ସଂସ୍ଥାଗୁଡ଼ିକ ଯୋଗ ଦିବସ ପାଳନ କରିଥିଲେ । ସେହିପରି ବିଶ୍ୱର ବିଭିନ୍ନ କୋଣ ଅନୁକୋଣରେ ମଧ୍ୟ ଯୋଗ ଦିବସ ପାଳନ କରାଯାଇଥିଲା । [୧୨]
ପ୍ରାୟ ୧୯୧ଟି ଦେଶର ୨୫୧ଟି ସହରରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମମାନ ଆୟୋଜନ ହୋଇଥିଲା । ନିୟୁର୍କ ସ୍ଥିତ ଜାତିସଂଘ ମୁଖ୍ୟ କାର୍ଯ୍ୟାଳୟରେ ପ୍ରଥମ ଆନ୍ତର୍ଜାତିକ ଯୋଗ ଦିବସ ପାଳନ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଭାରତର ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ଅତିଥି ଭାବେ ଯୋଗ ଦେଇଥିଲେ ।
ସରକାରୀ ପ୍ରୋତ୍ସାହନ[ସମ୍ପାଦନା]
ଯୋଗ ଦିବସ ଲୋଗୋ[ସମ୍ପାଦନା]
ଅଧିକ ଦେଖନ୍ତୁ[ସମ୍ପାଦନା]
- Yoga Sutras of Patanjali
- Nine activities for the celebration of The International day of Yoga
- UN General Assembly Resolution
- Celebrations of International Yoga Day in San Francisco, California, USA
- International Yoga Day Quotes
- International Yoga Day Website
ଆଧାର[ସମ୍ପାଦନା]
- ↑ UN Declared 21st June as International Day of Yoga
- ↑ "What is International Yoga Day?". internationalyogaday21june.com. Retrieved 18 June 2015.
- ↑ UN should adopt an International Yoga Day: Modi
- ↑ India leader proposes International Yoga Day
- ↑ PM Modi asks world leaders to adopt International Yoga Day
- ↑ Narendra Modi asks world leaders to adopt International Yoga Day
- ↑ Modi calls for Yoga Day in US General Assembly
- ↑ UN-declares-June-21-as-International-Day-of-Yoga/articleshow/45480636.cms UN Adopts 21 June as International Yoga Day]
- ↑ UN declares June 21 as 'International Day of Yoga'
- ↑ PTI. Missing or empty
|title=
(help);|access-date=
requires|url=
(help) - ↑ http://odishareporter.in/rajapathare-jogavyasa-kari-puni-viswa-record-bhangila-bharat/
- ↑ http://odishareporter.in/rajyare-bibhirna-stanare-biswa-yoga-diwas-palita/
ବାହାର ଲିଙ୍କ[ସମ୍ପାଦନା]
![]() |
ଉଇକିମିଡ଼ିଆ କମନ୍ସରେ International Day of Yoga ବାବଦରେ ମାଧ୍ୟମ ରହିଛି । |