ଆଦିତ୍ୟ ଗାଦଭି

ଉଇକିପିଡ଼ିଆ‌ରୁ
ଆଦିତ୍ୟ ଗାଦଭି
୨୦୨୦ ମସିହାରେ ଆଦିତ୍ୟ
Background information
ଜନ୍ମ (1994-04-03) ୩ ଅପ୍ରେଲ ୧୯୯୪ (ବୟସ ୩୦)
ସୁରେନ୍ଦ୍ରନଗର, ଗୁଜରାଟ, ଭାରତ
କାର୍ଯ୍ୟକାଳ୨୦୦୫ – ଏବେଯାଏଁ

ଆଦିତ୍ୟ ଗାଦଭି (ଜନ୍ମ: ୩ ଅପ୍ରେଲ ୧୯୯୪) ଜଣେ ଭାରତୀୟ ଗୁଜରାଟୀ ଲୋକଗୀତ ଗାୟକ ତଥା କଥାଚିତ୍ରର ପ୍ରଚ୍ଛଦପଟ ଗାୟକ । ସେ ବିଭିନ୍ନ ଭାରତୀୟ ଭାଷାରେ ଅନେକ ଚାର୍ଟ-ଟପିଙ୍ଗ୍ ଗୀତ ପରିବେଷଣ କରିଛନ୍ତି । ଗୁଜରାଟୀ କଥାଚିତ୍ରରେ ଗୀତ ଗାଇବା ସହିତ ତାଙ୍କର କିଛି ଆଲବମ୍ ମୁକ୍ତିଲାଭ କରିଛି ।[୧] ତାଙ୍କର ଉଲ୍ଲେଖନୀୟ ଗୀତ ମଧ୍ୟରେ ଖାଲାସି, ରଙ୍ଗ ମୋର୍ଲା, ଆଇପିଏଲ୍ ଦଳ ଗୁଜରାଟ ଟାଇଟନ୍ସର ଆନ୍ଥେମ୍ ଆଭା ଦେ ଆଦି ଅନ୍ୟତମ ।[୨][୩][୪][୫]

ପ୍ରାରମ୍ଭିକ ଜୀବନ[ସମ୍ପାଦନା]

ଗାଦଭି ୧୯୯୪ ମସିହାର ଅପ୍ରେଲ ୩ ତାରିଖରେ ଗୁଜରାଟର ଏକ ଗୁଜରାଟୀ ଭାଷାଭାଷୀ ପରିବାରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ହେଉଛି ଯୋଗେଶ ଗାଦଭି । ସେ ଗୁଜରାଟୀ, ହିନ୍ଦୀମରାଠୀ ଭାଷାରେ କଥାବାର୍ତ୍ତା କରନ୍ତି ।

ପେଷା[ସମ୍ପାଦନା]

କାମସୂତ୍ର ୩ଡିରେ ସେ ଦୁଇଟି ଗୀତ ଗାଇଥିଲେ ।[୬][୭][୮] ୧୮ ବର୍ଷ ବୟସରେ ସେ ଇ-ଟିଭି ଗୁଜରାଟରେ ପ୍ରସାରିତ ସଙ୍ଗୀତ ରିଆଲିଟି ଶୋ 'ଲୋକ ଗାୟକ ଗୁଜରାଟ'ର ବିଜୟୀ ହୋଇଥିଲେ ।[୯] ସେ ଏ.ଆର୍. ରେହମାନଙ୍କ ସହିତ ଦୁବାଇ, ବଡ଼ୋଦରା ଆଦି ଜାଗାରେ ମଞ୍ଚରେ ସଙ୍ଗୀତ ପରିବେଷଣ କରିଛନ୍ତି ।[୧୦] ସେ ରେହମାନଙ୍କ ସହିତ ହିନ୍ଦୀ କଥାଚିତ୍ର ଲେକର୍ ହମ୍ ଦିୱାନା ଦିଲ୍‌ରେ କାମ କରିଛନ୍ତି ।[୧୧][୧୨]

ଆଇପିଏଲ୍ ୨୦୨୩ ସମୟରେ ସେ ନରେନ୍ଦ୍ର ମୋଦଇ ଷ୍ଟାଡିୟମରେ ଖେଳ ଆରମ୍ଭ ହେବା ପୂର୍ବରୁ ଗୁଜରାଟ ଟାଇଟନ୍ସର ଆନ୍ଥେମ୍ 'ଆଭା ଦେ ' ପରିବେଷଣ କରିଥିଲେ ।[୧୩] ସେ ଆମେରିକାକାନାଡ଼ାରେ ମଞ୍ଚ ସଙ୍ଗୀତ ପରିବେଷଣ କରିଛନ୍ତି ।[୧୪][୧୫]

ପୁରସ୍କାର ଓ ସମ୍ମାନ[ସମ୍ପାଦନା]

  1. ଶ୍ରେଷ୍ଠ ପାରମ୍ପାରିକ ଲୋକଗୀତ ଆଲବମ୍ ପାଇଁ ଗ୍ଲୋବାଲ୍ ଇଣ୍ଡିଆନ୍ ମ୍ୟୁଜିକ୍ ଏକାଡେମୀ ପୁରସ୍କାର
  2. ୨୦୧୪ ମସିହାରେ ଓସ୍କାର ପୁରସ୍କାର ପାଇଁ ମନୋନୀତ ହୋଇଥିବା କଥାଚିତ୍ର କାମସୂତ୍ର ୩ଡିରେ ସେ ଦୁଇଟି ଗୀତ ଗାଇଥିଲେ ।[୬]

ଆଧାର[ସମ୍ପାଦନା]

  1. "Aditya Gadhvi shoots a music video for his next folk song - Times of India". The Times of India (in ଇଂରାଜୀ). Retrieved 2020-01-21.
  2. "PM Modi says 'Khalasi' is 'topping the charts', praises singer Aditya Gadhvi". India Today (in ଇଂରାଜୀ). Retrieved 2023-11-03.
  3. "Watch: Gujarat Titans release anthem 'Aava de'". The Indian Express (in ଇଂରାଜୀ). 2022-03-25. Retrieved 2023-06-19.
  4. "Aditya Gadhvi records two new songs - Times of India". The Times of India (in ଇଂରାଜୀ). Retrieved 2020-01-21.
  5. Mishra, Abhimanyu (13 August 2020). "Aditya Gadhavi releases a special song for Independence Day". The Times of India. Retrieved 8 June 2022.
  6. ୬.୦ ୬.୧ "Gujarati boy's songs shortlisted for Oscars in best original song category". dailybhaskar (in ଇଂରାଜୀ). 2013-12-23. Retrieved 2020-01-21.
  7. Patel, Dilip (23 December 2013). "City boy's songs in Oscars shortlist". Ahmedabad Mirror (in ଇଂରାଜୀ). Retrieved 2020-01-21.
  8. "Aditya Gadhvi records a song for a Hindi GEC - Times of India". The Times of India (in ଇଂରାଜୀ). Retrieved 2020-01-21.
  9. "This Sharad Purnima, dance the Garba to Aditya Gadhvi's tunes under the moonlight". Creative Yatra (in ଆମେରିକୀୟ ଇଂରାଜୀ). Retrieved 2020-01-21.
  10. "Photo Aditya Gadhvi shares the stage with AR Rahman for a live show". NewsJizz (in ଇଂରାଜୀ). Retrieved 2020-01-21.
  11. "Photo: Aditya Gadhvi shares the stage with AR Rahman for a live show - Times of India". The Times of India (in ଇଂରାଜୀ). Retrieved 2020-01-21.
  12. "Aditya Gadhvi's new single releases today - Times of India". The Times of India (in ଇଂରାଜୀ). Retrieved 2020-01-21.
  13. "IPL 2023: Singer Aditya Gadhvi To Perform Ahead of GT vs KKR Match in Ahmedabad". LatestLY (in ଇଂରାଜୀ). 2023-04-08. Retrieved 2023-06-19.
  14. "Watch! Popular singer Aditya Gadhvi enjoys the breath-taking beauty of Niagara Falls". The Times of India. 2022-10-14. ISSN 0971-8257. Retrieved 2023-06-19.
  15. "Aditya Gadhvi returns to India post his International shows". The Times of India. 2022-10-21. ISSN 0971-8257. Retrieved 2023-06-19.

ବାହାର ଲିଙ୍କ୍[ସମ୍ପାଦନା]