ଆତ୍ସୁତା ଶାଳ

ଉଇକିପିଡ଼ିଆ ରୁ
Jump to navigation Jump to search
ଆତ୍ସୁତା ଶାଳ
熱田神宮
Atsuta Shrine.jpg
ହାଇଦେଁ, ବା ପ୍ରାର୍ଥନା କକ୍ଷ, ୨୦୧୯
ଧର୍ମ
ଧର୍ମସମ୍ପ୍ରଦାୟShinto
ଆରାଧ୍ୟଆତ୍ସୁତାନୋ ଓକାମି
ଆମାତେରାଶୁ
ସୁସାନୋ
ୟାମାତୋତାକେରୁ
ମିଆସୁହିମେ
ତାକେନାଦାନେ
ପର୍ବଆତ୍ସୁତା ସାଇ; ୫ ଜୁନ
ସମ୍ପ୍ରଦାୟଚୋକୁସାଇଶା
ବେପ୍ପ୍ଯୋ ଜିଞ୍ଜା, ଶିକିନାଇସ୍ଯା
ଓୱାରୀନୋ କୁନି ସାନ୍ନୋମିୟା
(ପୂର୍ବର କାନପେଇତାଇଶା)
ସ୍ଥାନ
ସ୍ଥାନ୧-୧-୧, ଜିଙ୍ଗୁ, ଆତ୍ସୁତା ସାହି
ନାଗୋୟା, ଆଇଚି ୪୫୬-୮୫୮୫
ଆତ୍ସୁତା ଶାଳ is located in Japan
ଆତ୍ସୁତା ଶାଳ
ଭିତରେ ପ୍ରଦର୍ଶିତ Japan
ଭୌଗଳିକ ଦିଗବାରେଣି35°07′39″N 136°54′30″E / 35.12750°N 136.90833°E / 35.12750; 136.90833Coordinates: 35°07′39″N 136°54′30″E / 35.12750°N 136.90833°E / 35.12750; 136.90833
ସ୍ଥାପତ୍ୟ
ସ୍ଥାପତ୍ୟ ଶୌଳୀଶିନ୍ମେଜୁକୁରୀ
ୱେବ ସାଇଟ
www.atsutajingu.or.jp/eng/index.htm
Icon of Shinto.svg Glossary of Shinto
ନୋବୁନାଗା-ବେ
କାଗୁରାଦେଁ

ଆତ୍ସୁତା ଶାଳ ବା ଆତ୍ସୁତା ଜିଙ୍ଗୁ (熱田神宮) ହେଉଛି ସମ୍ରାଟ କେଏକୋଙ୍କ ରାଜୁତି କାଳରେ ଆଇଚି ରାଜ୍ଯ ନାଗୋୟାର ଆତ୍ସୁତା ସାହିରେ ତିଆରି କରାଯାଇ ଥିବା ଏକ ଶିଣ୍ଟୋଶାଳ[୧] ଏହି ଶାଳକୁ ସମ୍ମାନର ସହ ଆତ୍ସୁତା ସାମା ବା ମିଆ ବୋଲି କୁହାଯାଏ । ଏହାକୁ ଇଶେ ମହାଶାଳ ସହ ତୁଳନା କରାଯାଏ ।[୨]

ଇତିହାସ[ସମ୍ପାଦନା]

କୋଯିକୀରେ ଲେଖାଅଛି ଯେ ଏକ କିମ୍ବଦନ୍ତୀ ଖଡ୍ଗ କୁସାନାଗିନୋ ତ୍ସୁରୁଗି (କୁସାନାଗିର ଖଣ୍ଡା)କୁ ରଖିବା ପାଇଁ ଆତ୍ସୁତା ଶାଳ ନିର୍ମିତ ।

ପାରମ୍ପରିକ ସ୍ରୋତ ଅନୁସାରେ ସମ୍ରାଟ କେଇକୋଙ୍କ ଶାସନର ୪୩ ଅଙ୍କରେ (景行天皇43年) (ଅର୍ଥାତ୍ ୧୧୩ ଖ୍ରୀଷ୍ଟାବ୍ଦରେ) ୟାମାତୋ ତାକେରୁଙ୍କ ମୃତ୍ଯୁ ହୋଇଥିଲା ।[୩] ମୃତ ରାଜକୁମାରଙ୍କ ଜିନିଷ ସବୁ କୁସାନାଗି ଖଡ୍ଗ ସହ ସଂଗ୍ରହ କରାଗଲା । ତାଙ୍କ ବିଧବା ପତ୍ନୀ ନିଜ ଘରେ ତାଙ୍କ ସ୍ମରଣରେ ଶାଳ ତିଆରି କଲେ । କିଛି ସମୟ ପରେ, ଏହି ସ୍ମାରକ ସବୁକୁ ବର୍ତ୍ତମାନର ଆତ୍ସୁତା ଶାଳ ପାଖରେ ନେଇ ରଖାଗଲା ଓ ଏକ ଶାଳ ତିଆରି କରାଗଲା ।[୪] ନିହୋଁ ଶୋକୀ ଅନୁସାରେ ଏହି ପରିବର୍ତ୍ତନଟି କେଇକୋଙ୍କ ୫୧ ଅଙ୍କରେ ଘଟିଥିଲା । କିନ୍ତୁ ଶାଳର ପରମ୍ପରାଗତ ଲେଖ, ଏହି ଘଟଣାଟି ଚୁଆଇ ସମ୍ରାଟଙ୍କ ପ୍ରଥମ ଅଙ୍କରେ ହୋଇଥିଲା ବୋଲି କହେ ।[୫]

ଉତ୍ତର ଓ ଦକ୍ଷିଣ ସଭା ଯୁଗରେ ଏହା ବିଶ୍ବାସ କରାଯାଉଥିଲା ଯେ ଆତ୍ସୁତା ଶାଳରେ କୁସାନାଗିନୋ ତ୍ସୁରୁଗି ରଖାଯାଇଅଛି । ତେଣୁକରି ବହିଷ୍କୃତ ସମ୍ରାଟ ଗୋ ଦାଇଗୋ (ଦକ୍ଷିଣ ଦରବାର) ଏବଂ ନୂଆ ସମ୍ରାଟ ଆଶିକାଗା ତାକାଉଜିଙ୍କ (ଉତ୍ତର ଦରବାର) ମଧ୍ଯରେ ଏହା ଉପରେ ନିଜର ଅଧିକାର ସାବ୍ଯସ୍ତ କରିବା ପାଇଁ ଚାହୁଁ ଥିଲେ । ସମ୍ରାଟ ଗୋ ଦାଇଗୋ, ଏହି ଶାଳର କର୍ମଚାରୀ ଆତ୍ସୁତା ମାସାୟୋଶୀଙ୍କର ଜଣେ ପୃଷ୍ଠପୋଷକ ଥିଲେ । ୧୩୩୬ ମସିହାରେ ସେ ଓ ମାସାୟୋଶୀ ହିଏ ପର୍ବତକୁ ପଳାୟନ କରିଥିଲେ ଏବଂ ୧୩୩୭ରେ ସମ୍ରାଟଙ୍କ ପାଇଁ ସୈନ୍ଯବାହିନୀ ନିୟନ୍ତ୍ରଣ କରିଥିଲେ । ୧୩୩୫ରେ ଗୋ ଦାଇଗୋଙ୍କ ବିରୁଦ୍ଧରେ ବିଦ୍ରୋହ କରି, ତାକାଉଜି ଏକ ନୂଆ କାନ୍ନୁଶୀ ନିଯୁକ୍ତି ଦେଲେ । ମିନାମୋତୋନୋ ୟୋରିତୋମୋଙ୍କ ପଦାନୁସରଣ କରି, ତାକାଉଜି ସେହିଠାରେ ପ୍ରାର୍ଥନା କଲେ ଓ ରାଜଧାନୀ ଆଡକୁ ଅଗ୍ରସର ହେଲେ ।[୬]

୧୩୩୮ରେ, ଯେତେବେଳେ କିତାବାତାକେ ଆକୀଏ ଏକ ବିଶାଳ ସୈନ୍ଯ ନେଇ ଆସିଲେ, ଦକ୍ଷିଣ ଶାସନକୁ ଆତ୍ସୁତା ଅଧିକାର କରିବା ପାଇଁ ଆଉ ଏକ ସୁଯୋଗ ମିଳିଲା ।[୬][୭] ୧୩୩୮ର ପ୍ରଥମ ମାସରେ ଆକିଏ ମଧ୍ଯ ଶାଳରେ ପ୍ରାର୍ଥନା କରିଥିଲେ, କିନ୍ତୁ ଯୁଦ୍ଧରେ ସେ ଖୁବ୍ ଶୀଘ୍ର ମରିଗଲେ । ଫଳରେ ଆଶିକାଗା ଆତ୍ସୁତା ଉପରେ ନିଜ ଅଧିକାର ସାବ୍ଯସ୍ତ କଲେ ।[୬]

୧୮୬୨ ମସିହାରୁ ୧୯୪୬ ମସିହା ପର୍ଯ୍ୟନ୍ତ, ଆତ୍ସୁତା ଶାଳ ଆନୁଷ୍ଠାନିକ ଭାବରେ କାମ୍ପେଇ ତାଇଶା (官幣大社) ଉପାଧି ପାଇଲା ।[୮]

ସ୍ଥାପତ୍ୟ[ସମ୍ପାଦନା]

ଦାନରେ ମିଳୁଥିବା ଅର୍ଥରେ ଶାଳର ପରିସରର ଯତ୍ନ ନିଆଯାଉଥିଲା । ସେଙ୍ଗୋକୁ ଯୁଗର ଅନେକ ମାନ୍ଯଗଣ୍ଯ ବ୍ଯକ୍ତି, ଯେପରିକି ଓଗା ନୋବୁନାଗାତୋୟୋତୋମୀ ହିଦେୟୋଶୀ ତଥା ତୋକୁଗାୱା ଆଦି, ଅର୍ଥ ଦାନ କରିଥିଲେ । ନୋବୁନାଗା ବାଇ, ଏକ ୭.୪ ମି. ଉଚ୍ଚ କାଦୁଅର କାନ୍ଥକୁ ନୋବୁନାଗାମାନଙ୍କ ଦ୍ବାରା ୧୫୬୦ରେ ଶାଳକୁ ଦାନ କରାଯାଇଥିଲା ।[୯]

୧୮୯୩ରେ, ଶିନ୍ମେଜୁକୁରୀ ସ୍ଥାପତ୍ଯଶୈଳୀରେ ଏହାର ପୁନଃସ୍ଥାପନ କରାଯାଇ ଥିଲା । ୧୯୩୫ରେ ଏକ ଉତ୍ସବ ପରେ ଶାଳର ସମ୍ପୂର୍ଣ୍ଣ ପୁନର୍ବିନ୍ଯାସ କରାଯାଇ ଥିଲା ।[୨]

ଦ୍ୱିତୀୟ ବିଶ୍ୱଯୁଦ୍ଧର ବୋମାବର୍ଷଣ ସମୟରେ ଅଗ୍ନି ଦ୍ବାରା ଆତ୍ସୁତାର ଅନେକ କୋଠା ଧ୍ବଂସ ହୋଇଯାଇଥିଲା । ଶାଳର ମୁଖ୍ଯ କୋଠା ହୋନ୍ଦେଁକୁ ପୁଣି ତିଆରି କରାଗଲା ଯାହା ୧୯୫୫ରେ ସମ୍ପୁର୍ଣ୍ଣ ହେଲା ।[୨] ଶାଳର ସଂଗ୍ରହାବଳୀ, ପାଣ୍ଡୁଲିପି ତଥା ଅନ୍ୟାନ୍ଯ ନଥିପତ୍ର ଆଦିକୁ ରଖିବା ପାଇଁ ୧୯୬୬ରେ ରତ୍ନଭଣ୍ଡାରକୁ ସମ୍ପୂର୍ଣ୍ଣ କରାଗଲା ।[୧୦]

ଶିଣ୍ଟୋ ବିଶ୍ୱାସ[ସମ୍ପାଦନା]

ଶାଳର ରତ୍ନଭଣ୍ଡାର ବୁଙ୍କାଦେଁ

ଆତ୍ସୁତାନୋ ଓକାମିଙ୍କ ଉପାସନା ପାଇଁ ଏହି ଶାଳଟି ସମର୍ପିତ । ଏହି ଶାଳରେ ଆତ୍ସୁତାର ପଞ୍ଚମହାକାମି ନାମରେ ଖ୍ଯାତ - ଆମାତେରାଶୁ ଓମିକାମି, ତାକେହାୟା ସୁସାନୋନୋ ମିକୋତୋ, ୟାମାତୋ ତାକେରୁନୋ ମିକୋତୋ, ମିଆସୁହିମେନୋ ମିକୋତୋ, ତଥା ତାକେ ଇନାଦାନେନୋ ମିକୋତୋ.[୧୧] ଆଦି ପାଞ୍ଚ କାମିଙ୍କୁ ପ୍ରତିଷ୍ଠା କରାଯାଇଛି ।

କୁସାନାଗୀନୋ ତ୍ସୁରୁଗି ବା କୁସାନାଗୀର ଖଡ୍ଗ, ଯାହାକୁ ଜାପାନର ପବିତ୍ର ତ୍ରିନିଧି, ପାରମ୍ପରିକ ଭାବରେ ଆତ୍ସୁତାରେ ରହିଆସୁଛି ।[୧୨] ଏହି ବିଶେଷ ଖଡ୍ଗଟି ଶିଣ୍ଟୋବାଦରେ ଅତି ମହତ୍ତ୍ବପୂର୍ଣ୍ଣ ଅଟେ କାରଣ ଏହା ଦେବୀ ଆମାତେରାଶୁଙ୍କ ତରଫରୁ ଶାଳର ଅଧିଷ୍ଠାତାଙ୍କୁ ଏକ ଉପହାର । ଅନେକ ସମୟ ପୂର୍ବରୁ ଏହି ଖଡ୍ଗଟି ଜାପାନୀ ସମ୍ରାଟଙ୍କ ଅଧିକାର ଓ ସମ୍ମାନର ସୂଚକ ରୂପେ ସ୍ଥାନ ପାଇଛି ।[୧୩]

ସମ୍ରାଟ ସୁଜିନଙ୍କ ରାଜତ୍ବ କାଳରେ, ଏହି ରାଜଚିହ୍ନକୁ ଚୋରିରୁ ବଞ୍ଚାଇବା ପାଇଁ ଏହାର କେତେକ ନକଲ ତିଆରି କରାଯାଇଥିଲା ।[୧୪] ଚୋରିର ଏହି ଭୟ ଶେଷରେ ସତ ହେଲା, ଯେତେବେଳେ ସମ୍ରାଟ ତେଞ୍ଜିଙ୍କ ରାଜତ୍ବରେ ପବିତ୍ର ଖଡ୍ଗଟି ଆତ୍ସୁତାରୁ ଚୋରି ହୋଇଯାଇଥିଲା । ଦୀର୍ଘ ସମୟ ପରେ, ସମ୍ରାଟ ତେନ୍ମୁଙ୍କ ରାଜତ୍ବରେ ଖଡ୍ଗଟି ପୁନଃ ଆତ୍ସୁତା ଶାଳକୁ ଅଣାଯାଇ ପାରିଲା ।[୩] ସେହି ସମୟରୁ ସାଧାରଣ ଜନତା ଖଡ୍ଗଟିର ଦର୍ଶନ କରିପାରି ନାହାଁନ୍ତି, କିନ୍ତୁ ଏହା ବିଶ୍ବାସ କରାଯାଏ ଯେ ଖଡ୍ଗଟି ଶାଳରେ ସୁରକ୍ଷିତ ରହିଛି ।

ନିଧିସମୂହ[ସମ୍ପାଦନା]

ଶାଳର "ବୁଙ୍କାଦେଁ" ବା ରତ୍ନଭଣ୍ଡାରରେ ୪,୦୦୦ରୁ ଉର୍ଦ୍ଧ୍ୱ ପ୍ରାଚୀନ ସ୍ମାରକ ସବୁ ରହିଛି, ଏଥିରେ ୧୭୪ଟି ମହତ୍ତ୍ବପୂର୍ଣ୍ଣ ସାଂସ୍କୃତିକ ସମ୍ପତ୍ତି ତଥା ଜାପାନର ଜାତୀୟ ନିଧି ଭାବେ ଅଭିହିତ ଏକ କଟାରି ଅନ୍ତର୍ଭୁକ୍ତ । ଆତ୍ସୁତା ଜିଙ୍ଗୁ ମ୍ଯୁଜିଅମ, ଅନେକ ଐତିହାସିକ ପଦାର୍ଥ, ଯେପରିକି - "କୋଶିମ୍ପୋ" (ସ୍ଥାପିତ କାମିଙ୍କ ବ୍ଯବହାର ପାଇଁ ପବିତ୍ର ବସ୍ତ୍ର, ଆସବାବପତ୍ର ତଥା ବାସନକୁସନ ଇତ୍ୟାଦି) ଆଦିର ସଂରକ୍ଷଣ ଓ ପ୍ରଦର୍ଶନ କରିଥାଏ । ଅସଂଖ୍ଯ ଦାନ କରାଯାଇଥିବା ଖଡ୍ଗ, ଦର୍ପଣ ତଥା ଅନ୍ଯାନ୍ଯ ବସ୍ତୁଗୁଡ଼ିକ ଏହି ଶାଳ ଅଧିନରେ ରହିଛି; ଏଥିରେ "ବୁଗାକୁ" ମାସ୍କ ତଥା ରାଜଦରବାରରେ ପ୍ରଦର୍ଶିତ ନୃତ୍ଯ ସହ ସମ୍ପୃକ୍ତ ପଦାର୍ଥ ଆଦି ଅନ୍ତର୍ଭୁକ୍ତ । ଆଇଚି ରାଜ୍ଯ ୧୭୪ଟି ବୁଙ୍କାଦେଁ ସାମଗ୍ରୀକୁ ମହତ୍ତ୍ବପୂର୍ଣ୍ଣ ସାଂସ୍କୃତିକ ସମ୍ପତ୍ତି ବୋଲି ଅଭିହିତ କରିଅଛି ।[୧୫]

ପର୍ବପର୍ବାଣି[ସମ୍ପାଦନା]

ଶାଳର ତୋରି

ବାର୍ଷିକ ୭୦ରୁ ଉର୍ଦ୍ଧ୍ୱ ସଂସ୍କାର ଓ ପର୍ବପର୍ବାଣି ଏହି ଶାଳରେ ପାଳନ କରାଯାଏ ।[୧୦]

  • ହାତ୍ସୁ-ଏବିସୁ (୫ ଜାନୁଆରୀ): ଭାଗ୍ୟର କାମି, ଏବିସୁଙ୍କଠାରୁ ନବବର୍ଷରେ ସୌଭାଗ୍ଯ ମାଗିବା ପାଇଁ ।[୧୬]
  • ଯୋଦାମେଶୀ ଶିଞ୍ଜି (୭ ଜାନୁଆରୀ): ପୂର୍ବରତ୍ନଭଣ୍ଡାର ଗୃହର ଚଟାଣ ତଳେ ରଖାଯାଇଥିବା ଏକ ପାତ୍ରରେ ଥିବା ଜଳର ପରିମାଣ ମାପି ଆଗାମୀ ବର୍ଷର ବାର୍ଷିକ ବର୍ଷାର ଭବିଷ୍ଯବାଣୀ କରିବା ।[୧୬]
  • ତୌକା ଶିଞ୍ଜି (୧୧ ଜାନୁଆରୀ): A variation on an annual ceremony (Touka-no-sechie) of the Imperial Court in the Heian period (10th-12th Century), the shrine dance becomes a prayer in movement hoping for bumper crops of the year.[୧୬]
  • Hosha Shinji (January 15): Ceremonial which involves shooting an arrow at a wooden piece called chigi fixed at the center of a huge mark.[୧୬]
  • Bugaku Shinji (May 1): A ceremonial dance from the Heian era is performed outdoors on a red painted stage.[୧୬]
  • Eyoudo Shinji (May 4): A festival to commemorate the return of the sacred sword in the reign of Emperor Tenji.[୧୬]
  • Shinyo-Togyo Shinji (May 5): A festival in which portable shrine (mikoshi) is carried in a formal procession to the Western Gate, where ceremonies and prayers for the security of the Imperial Palace are performed in the open air.[୧୬] In the Meiji period and Taisho period, this procession moved in sober and solemn silence. The ceremony at the gate was brief, lasting only 20 minutes; and then the mikoshi and its attendants returned into the Shrine precincts. Shōgun Ashikaga Yoshimasa provided a new mikoshi and a complete set of robes and other accouterments for this festival on the occasion of repairs to the shrine in the 1457-1459 (Chōroku 1-3).[୧୭]
  • Rei Sai (June 5): Portable tabernacles (mikoshi) in various styles are carried along the approaches to the shrine; and at night, groups of 365 lanterns (makiwara) appear lit at the gates.[୧୬] This festival commemorates an Imperial proclamation (semmyō) issued in 1872 (Meiji 5). After 1906 (Meiji 39), exhibitions of judo, fencing (gekken), and archery (kyūdō) are presented for the gratification of the kami.[୧୭]

ଆଧାର[ସମ୍ପାଦନା]

  1. Ponsonby-Fane, Richard. (1962). Studies in Shinto and Shrines. pp. 429-453.
  2. ୨.୦ ୨.୧ ୨.୨ Atsuta-jingū org: Archived June 14, 2006, at the Wayback Machine. "Introduction." Archived April 29, 2008, at the Wayback Machine.
  3. ୩.୦ ୩.୧ Ponsonby-Fane, p. 433.
  4. Ponsonby-Fane, p. 434.
  5. Ponsonby-Fane, p. 435.
  6. ୬.୦ ୬.୧ ୬.୨ Conlan, Thomas Donald (2011-08-11). From Sovereign to Symbol: An Age of Ritual Determinism in Fourteenth Century Japan (in ଇଂରାଜୀ). Oxford University Press. ISBN 9780199778119.
  7. ""Ryouzen Ima Mukashi Monogatari" Tourism Pamphlet" (PDF). date-shi.jp. Retrieved 2019-07-11.
  8. Encyclopedia of Shinto: Atsuta Shinkō
  9. Atsuta-jingū org: "Precinct" (map). Archived April 26, 2008, at the Wayback Machine.
  10. ୧୦.୦ ୧୦.୧ Japan National Tourist Organization (JNTO): Atsuta-jingū Shrine.
  11. Ponsonby-Fane, p. 429.
  12. JapanGuide.com: Atsuta Shrine
  13. Ponsonby-Fane, pp. 438-439.
  14. Ponsonby-Fane, pp. 430-431.
  15. Atsuta-jingū org: "Treasure." Archived May 4, 2008, at the Wayback Machine.
  16. ୧୬.୦ ୧୬.୧ ୧୬.୨ ୧୬.୩ ୧୬.୪ ୧୬.୫ ୧୬.୬ ୧୬.୭ Atsuta-jingū org: "Festivals." Archived April 27, 2009, at the Wayback Machine.
  17. ୧୭.୦ ୧୭.୧ Ponsonby-Fane, p. 452.