ଆଞ୍ଜିଓମାୟୋଲାଇପୋମା

ଉଇକିପିଡ଼ିଆ‌ରୁ
Angiomyolipoma
Angiomyolipoma in both kidneys (arrows) as seen on CT scan. The tumors are hypodense (dark) due to fat content.
ବିଭାଗNephrology
ଲକ୍ଷଣNone, blood in the urine, pain[୧]
ଆକ୍ରାନ୍ତ ସମୟ20 to 50 years[୨]
କାରଣTuberous sclerosis, lymphangioleiomyomatosis, spontaneous[୧][୨]
ରୋଗ ନିର୍ଣ୍ଣୟ ପଦ୍ଧତିCT scan or MRI[୨]
ସଠିକ ରୋଗ ନିର୍ଣ୍ଣୟRenal cell cancer[୨]
ଚିକିତ୍ସାSurveillance, surgical removal, embolisation,ablation[୨]
ପୁନଃପୌନିକUncommon[୨]

ଆଞ୍ଜିଓମାୟୋଲାଇପୋମା ( AML ) ସାଧାରଣତଃ ବୃକ୍‌କରେ ହେଉଥିବା ଏକ କୋହଳ ଅର୍ବୁଦ ଯାହା ଚର୍ବି, ରକ୍ତନଳୀ ଓ ମାଂସପେଶୀ ତନ୍ତୁରୁ ସୃଷ୍ଟି ହୁଏ । [୧] [୩] ଏହି ରୋଗର କ୍ୱଚିତ୍ ଲକ୍ଷଣ ସୃଷ୍ଟି ହୁଏ, କିନ୍ତୁ ବେଳେବେଳେରକ୍ତମେହ ହୁଏ କିମ୍ବା ଫୁଲା ହୋଇପାରେ ଯାହାର ଆକାର ବୃଦ୍ଧି ହେଲେ ଯନ୍ତ୍ରଣା ହୁଏ | [୧] [୨] ରୋଗ ଜଟିଳ ହେଲେ ହେମୋରେଜିକ ସକ ବା ବୃକ୍‌କ ବିଫଳତା ହୋଇପାରେ | [୩] [୨] ବେଳେବେଳେ ଅନ୍ୟାନ୍ୟ ଅଙ୍ଗ ଯେପରିକି ଯକୃତ ମଧ୍ୟ ପ୍ରଭାବିତ ହୋଇପାରେ | [୩]

ଏହି ଅର୍ବୁଦ ୯୦% କ୍ଷେତ୍ରରେ ଟ୍ୟୁବରସ ସ୍କ୍ଲେରୋସିସ (ଟିଏସସି) ଓ ୫୦% କ୍ଷେତ୍ରରେ ଲିମ୍ଫାଞ୍ଜିଓଲିଓମାୟୋମାଟୋସିସ (ଏଲଏଏମ) ରୋଗ ଯୋଗୁ ହୋଇଥାଏ । [୧] [୨] ଟ୍ୟୁବରସ ସ୍କ୍ଲେରୋସିସରେ ଏକାଧିକ ସ୍ଥାନରେ ଏହି ରୋଗ ଦେଖାଯାଏ | [୨] ସେଗୁଡ଼ିକ ମଧ୍ୟ ସ୍ୱତଃପ୍ରବୃତ୍ତ ଭାବରେ ହୋଇପାରେ | [୨] ସେମାନଙ୍କୁ ସାଧାରଣତଃ ସିଟି ସ୍କାନ ବା ଏମଆରଆଇଦ୍ୱାରା ଚିହ୍ନଟ କରାଯାଇପାରେ। [୨]

ଲକ୍ଷଣ ସୃଷ୍ଟି କରୁନଥବା ଛୋଟ ଆଞ୍ଜିଓମାୟୋଲାଇପୋମା ଗୁଡ଼ିକୁ ସାଧାରଣତଃ ତୀକ୍ଷ୍ଣ ନ‌ଜରରେ ରଖାଯାଏ | [୨] ବୃହତ୍ କିମ୍ବା ଲକ୍ଷଣ ପ୍ରକାଶିତ ରୋଗ ଥିଲେ ଅସ୍ତ୍ରୋପଚାର କରି ଅପସାରଣ କରାଯାଏ, ଇମ୍ବୋଲାଇଜେସନ ବା ଆବ୍ଲାସନ ଚିକିତ୍ସା କରାଯାଏ । [୨]ଟିଏସସି କିମ୍ବା ଏଲଏଏମ କାରଣ ଥିଲେ ଏମଟିଓଆର ଚିକିତ୍ସା ଏକ ବିକଳ୍ପ ହୋଇପାରେ | [୨] ବେଳେବେଳେ ଡାଏଲିସିସ୍ କିମ୍ବା ବୃକ୍‌କ ପ୍ରତିରୋପଣ ଆବଶ୍ୟକ ହୁଏ | [୩] ଏହି ରୋଗ ସାଧାରଣତଃ ବ‌ହୁତ କମ୍ ଦେଖାଯା । [୨] ପୁରୁଷଙ୍କ ଅପେକ୍ଷା ମହିଳାମାନେ ଅଧିକ ପ୍ରଭାବିତ ହୁଅନ୍ତି । [୨] ସାଧାରଣତଃ ୨୦ରୁ ୫୦ ବର୍ଷ ମଧ୍ୟରେ ଏହି ରୋଗ ହୋଇଥାଏ | [୨] ଏହାର ବର୍ଣ୍ଣନା ୧୯୦୦ ମସିହାରେ ପ୍ରଥମେ ହୋଇଥିଲା [୨]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ "NCI Search Results - National Cancer Institute". www.cancer.gov (in ଇଂରାଜୀ). 2 February 2011. Retrieved 26 January 2021.
  2. ୨.୦୦ ୨.୦୧ ୨.୦୨ ୨.୦୩ ୨.୦୪ ୨.୦୫ ୨.୦୬ ୨.୦୭ ୨.୦୮ ୨.୦୯ ୨.୧୦ ୨.୧୧ ୨.୧୨ ୨.୧୩ ୨.୧୪ ୨.୧୫ ୨.୧୬ ୨.୧୭ ୨.୧୮ Flum, AS; Hamoui, N; Said, MA; Yang, XJ; Casalino, DD; McGuire, BB; Perry, KT; Nadler, RB (April 2016). "Update on the Diagnosis and Management of Renal Angiomyolipoma". The Journal of urology. 195 (4 Pt 1): 834–46. doi:10.1016/j.juro.2015.07.126. PMID 26612197.
  3. ୩.୦ ୩.୧ ୩.୨ ୩.୩ Northrup, H; Krueger, DA (2013). "International Tuberous Sclerosis Complex Consensus Group. Tuberous sclerosis complex diagnostic criteria update: recommendations of the 2012 International Tuberous Sclerosis Complex Consensus Conference". Pediatr Neurol. 49 (4): 243–254. doi:10.1016/j.pediatrneurol.2013.08.001. PMC 4080684. PMID 24053982.