ଆଜଟ୍ରିଓନାମ
| Clinical data | |
|---|---|
| Trade names | Azactam, Cayston, others |
| AHFS/Drugs.com | monograph |
| data | |
| Pregnancy category | |
| Routes of administration | Intravenous, intramuscular, inhalation |
| ATC code | |
| Legal status | |
| Legal status | |
| Pharmacokinetic data | |
| Bioavailability | 100% (IM) 0.1% (by mouth in rats) Unknown (by mouth in humans) |
| Protein binding | 56% |
| Metabolism | Liver (minor %) |
| Elimination half-life | 1.7 hours |
| Excretion | Kidney |
| Identifiers | |
| |
| CAS Number | |
| PubChem CID | |
| DrugBank | |
| ChemSpider | |
| UNII | |
| KEGG | |
| ChEBI | |
| ChEMBL | |
| ECHA InfoCard | 100.071.652 |
| Chemical and physical data | |
| Formula | C13H17N5O8S2 |
| Molar mass | 435.433 g/mol |
| 3D model (JSmol) | |
| |
| |
| (verify) | |
ଆଜଟ୍ରିଓନାମ (Aztreonam, ଏକ ବ୍ୟବସାୟୀକ ନାମ Azactam) ଏକ ଆଣ୍ଟିବାୟୋଟିକ (antibiotic) ଔଷଧ ଯାହା ସୁଡୋମାନାସ ଏରୁଜିନୋସା (Pseudomonas aeruginosa) ଭଳି ଗ୍ରାମ-ନେଗେଟିଭ ବ୍ୟାକ୍ଟେରିଆ (gram-negative bacteria) ସଂକ୍ରମଣର ଚିକିତ୍ସା ନିମନ୍ତେ ବ୍ୟବହାର କରାଯାଏ ।[୧][୨] ଏହି ଜୀବାଣୁ ଯୋଗୁ ଅସ୍ଥି ସଂକ୍ରମଣ (bone infections), ଏଣ୍ଡୋମେଟ୍ରାଇଟିସ (endometritis), ଉଦର ଅଭ୍ୟନ୍ତର ସଂକ୍ରମଣ (intra abdominal infections), ନିମୋନିଆ, ମୂତ୍ରାଙ୍ଗ ସଂକ୍ରମଣ ଓ ସେପ୍ସିସ ଆଦି ରୋଗ ହୁଏ ।[୧] ଏହି ଔଷଧ ଶିରାଭ୍ୟନ୍ତରରେ (injection into a vein), ମାଂସପେଶୀରେ (muscle) ବା ପ୍ରଶ୍ୱାସରେ (breathed in as a mist) ଦିଆଯାଏ । [୧]
ସାଧାରଣତଃ ଇଞ୍ଜେକସନ ନେଇଥିବା ସ୍ଥାନରେ କଷ୍ଟ, ବାନ୍ଟି ଓ ରାସ ଦେଖାଯାଏ ।[୧] ପ୍ରଶ୍ୱାସରେ ନେଲେ କାଶ, ବାନ୍ତି ଓ ଶବ୍ଦ ସହିତ ଶ୍ୱାସକ୍ରିୟା ହୁଇଜ (wheezing) ହୋଇପାରେ ।[୧] ପାର୍ଶ୍ୱ ପ୍ରତିକ୍ରିୟା ସାଂଘାତିକ ହେଲେ କ୍ଲସ୍ଟ୍ରିଡିଅମ ଡିଫିସିଲ ସଂକ୍ରମଣ (Clostridium difficile infection) ଓ ଆନାଫାଇଲାକ୍ସିସ (anaphylaxis) ଭଳି ଆଲର୍ଜି ପ୍ରତିକ୍ରିୟା (allergic reactions) ହୋଇପାରେ ।[୧] ବିଟା-ଲାକ୍ଟମ (β-lactam) ଆଲର୍ଜୀ ଥିବା ବ୍ୟକ୍ତିଙ୍କର କମ ଆଜଟ୍ରିଓନାମ ଆଲର୍ଜି ହୁଏ ।[୧] ଗର୍ଭାବସ୍ଥାରେ ଏହାର ବ୍ୟବହାର ନିରାପଦ ଜଣାଯାଏ ।[୧] ଏହା ଏକ ମୋନୋବ୍ୟାକ୍ଟମ (monobactam) ଶ୍ରେଣୀର ଔଷଧ ।[୧] ଆଜଟ୍ରିଓନାମ ଏକ ଜୀବାଣୁ ନାଶକ ଔଷଧ ଯାହା ଜୀବାଣୁର କୋଷ କାନ୍ଥ ତିଆରିକୁ (cell wall) ଅବରୋଧ କରେ ।[୧]
ସନ ୧୯୮୬ରେ ଡାକ୍ତରୀ ବ୍ୟବହାର ନିମନ୍ତେ ଆଜଟ୍ରିଓନାମ ସ୍ୱୀକୃତି ପ୍ରାପ୍ତ ହେଲା ।[୧] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୩] ଏହା ଜେନେରିକ (generic medication) ନାମରେ ମିଳେ ।[୧] ଇଞ୍ଜେକସନ କ୍ରୟ ମୂଲ୍ୟ ଦୈନିକ ୨୮.୨୦ପାଉଣ୍ଡ ଓ ପ୍ରଶ୍ୱାସ ଔଷଧ ଗୋଟିଏ କୋର୍ଷ ଚିକିତ୍ସାର ମୂଲ୍ୟ ୨,୧୮୨ ପାଉଣ୍ଡ । [୨] କ୍ରୋମୋବ୍ୟାକ୍ଟେରିଅମ ବାୟୋଲାସିଅମ (Chromobacterium violaceum ଜୀବାଣୁରୁ ନିର୍ଗତ ଏକ ରାସାୟନିକ ସଂସ୍କରଣ ପଦାର୍ଥ ।[୪]
ଆଧାର
[ସମ୍ପାଦନା]- ↑ ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ "Aztreonam". The American Society of Health-System Pharmacists. Retrieved 8 December 2017.
- ↑ ୨.୦ ୨.୧ British national formulary : BNF 69 (69 ed.). British Medical Association. 2015. p. 381. ISBN 9780857111562.
- ↑ "WHO Model List of Essential Medicines (20th List)" (PDF). World Health Organization. March 2017. Retrieved 29 June 2017.
- ↑ Yaffe, Sumner J.; Aranda, Jacob V. (2010). Neonatal and Pediatric Pharmacology: Therapeutic Principles in Practice (in ଇଂରାଜୀ). Lippincott Williams & Wilkins. p. 438. ISBN 9780781795388.