ଆଇଏସ୍ଏସ୍ଏଫ୍ ୫୦ ମିଟର୍ ରାଇଫଲ୍ ୩ ପୋଜିସନ୍
୫୦ ମିଟର୍ ରାଇଫଲ୍ ୩ ପୋଜିସନ୍, ଆନ୍ତର୍ଜାତୀୟ ବନ୍ଧୁକଚାଳନା ଖେଳ ଫେଡ଼େରେସନ୍ର ଏକ ବିଭାଗ, ଯାହା ୩୦୦ ମିଟର୍ ରାଇଫଲ୍ ୩ ପୋଜିସନ୍ର ଛୋଟ ରୂପ । ଏଥିରେ ନିଲିଂ ପୋଜିସନ୍, ପ୍ରୋନ୍ ପୋଜିସନ୍ ଓ ଷ୍ଟାଣ୍ଡିଂ ପୋଜିସନ୍ ଥାଏ, ଯେଉଁଥିରେ ପୁରୁଷମାନଙ୍କ ପାଇଁ ୩×୪୦ ସଟ୍ସ ଓ ମହିଳାମାନଙ୍କ ପାଇଁ ୩×୨୦ ସଟ୍ସ ଥାଏ । ଏଥିରେ ବ୍ୟବହୃତ କ୍ୟାଲିବର୍ ୦.୨୨ ଲମ୍ବ ରାଇଫଲ୍ (୫.୬ mm).
ପୁରୁଷ ବିଭାଗରେ, ଖେଳାଳିମାନଙ୍କୁ ୨ ଘଣ୍ଟା ୪୫ ମିନିଟ୍ ସମୟ ମଧ୍ୟରେ ସମ୍ପୂର୍ଣ୍ଣ କୋର୍ସ୍ ସାରିବାକୁ ହୁଏ । ମାତ୍ର ଛୋଟ ସଟ୍ସ ହେତୁ ମହିଳାମାନଙ୍କୁ ୧ ଘଣ୍ଟା ୪୫ ମିନିଟ୍ ସମୟ ମଧ୍ୟରେ ସାରିବାକୁ ହୁଏ । ଏହି ସମୟ ସୀମା, ବୈଦ୍ୟୁତିକ ଟାର୍ଗେଟ୍ ବ୍ୟବହାର ହେଲା ବେଳେ ଦେଖାଯାଏ, ମାତ୍ର ଧୀର ଭାବେ ହାତରେ କରାଯାଉଥିଲେ ଅଧିକ ସମୟ ବ୍ୟବହାର ହୁଏ । ମହିଳାମାନଙ୍କ ରାଇଫଲ୍ର ଓଜନ 6.5 kilograms (14 lb) ଥିବା ବେଳେ ପୁରୁଷମାନଙ୍କ ରାଇଫଲ୍ ଓଜନ 8.0 kilograms (17.6 lb) ଥାଏ । ମାତ୍ର ବର୍ତ୍ତମାନ ସାଧାରଣ ରାଇଫଲ୍ରୁ ଖେଳ ରାଇଫଲ୍କୁ ପରିବର୍ତ୍ତନ ହେବା ପରେ, ଏହି ପାର୍ଥକ୍ୟ କେବଳ ସାମଗ୍ରୀ ମଧ୍ୟରେ ରହିଯାଇଛି ।
ମହତ୍ତ୍ୱପୂର୍ଣ୍ଣ ପ୍ରତିଯୋଗିତାରେ, ଯଥା: ବିଶ୍ୱକପ୍, ବିଶ୍ୱ ପ୍ରତିଯୋଗିତାରେ, ଶ୍ରେଷ୍ଠ ୮ ପ୍ରତିଦ୍ୱନ୍ଦୀ ଫାଇନାଲ୍ରେ ଖେଳିଥାଆନ୍ତି, ଯେଉଁଥିରୁ ପଦକ ବିଜେତା ବଛାଯାଏ । ୨୦୧୩ରୁ ଏକ ନୂଆ ଫାଇନାଲ୍ ଶୈଳୀ ଆପଣା ଯାଇଛି, ଯେଉଁଥିରେ ଉତ୍ତୀର୍ଣ୍ଣ କରିବା ସ୍କୋର୍କୁ ବାଦ୍ ଦିଆଯାଇଛି ଏବଂ ପଦକ ବିଜେତାଙ୍କୁ କେବଳ ଫାଇନାଲ୍ ମ୍ୟାଚ୍ର ସ୍କୋର୍କୁ ନେଇ ନିରୂପଣ କରାଯାଉଛି । ଗୁଳି କରିବାର ସମୟ ସୀମା ମଧ୍ୟ ପରିବର୍ତ୍ତିତ ହୋଇଛି: ପୂର୍ବର ଷ୍ଟାଣ୍ଡିଂ ପୋଜିସନ୍ରେ ୧୦-ସଟ୍ କାର୍ଯକ୍ରମ ଥିବା ବେଳେ, ବର୍ତ୍ତମାନ ସମସ୍ତ ଶୈଳୀରେ ୪୫ ସଟ୍ସ ବିଶିଷ୍ଟ କାର୍ଯ୍ୟକ୍ରମରୁ ଧୀରେ ଧୀରେ ବାଦ୍ ପଡ଼ିବା ଶୈଳୀ ଗ୍ରହଣ କରାଯାଇଛି । ଏହି ବାଦ୍ ପଡ଼ିବା ଶୈଳୀ ଫାଇନାଲ୍ର ୧୦ମ ସଟ୍ରୁ ଆରମ୍ଭ ହୋଇଥାଏ । ନିମ୍ନ ରାଙ୍କ୍ ବନ୍ଧୁକଚାଳନାକାରୀ, ପ୍ରତିଟି ସଟ୍ସ ପରେ, ଗୋଟିକ ପରେ ଗୋଟିଏ ବାଦ୍ ପଡିଥାନ୍ତି । ଶେଷ ଦୁଇ ପ୍ରତିଯୋଗୀ ଚିହ୍ନଟ ହେବା ପର୍ଯ୍ୟନ୍ତ ଏହି ପ୍ରକ୍ରିୟା ଚାଲୁ ରହିଥାଏ ।