ଅଲିଭିଆ ଗୋମେଜ
ଅଲିଭିଆ ଗୋମେଜ | |
---|---|
অলিভিয়া গোমেজ | |
ଜନ୍ମ | |
ଜାତୀୟତା | ବଙ୍ଗଳାଦେଶୀ |
ବୃତ୍ତି | ଅଭିନେତ୍ରୀ |
ବୈବାହିକ-ସାଥୀ | [୧] |
ଅଲିଭିଆ ଗୋମେଜ (ଜନ୍ମ: ୧୬ ଫେବୃଆରୀ ୧୯୫୩)[୧] ଜଣେ ବଙ୍ଗଳାଦେଶୀ ଅଭିନେତ୍ରୀ । ଗୋମେଜ୍ ୧୯୭୦ ଦଶକରେ ଚଳଚ୍ଚିତ୍ର ଦି ରେନ୍ (୧୯୭୬)ରେ ଅଭିନୟ କରି ଲୋକପ୍ରିୟତା ପାଇଥିଲେ । ସେ ୫୩ଟି ଫିଲ୍ମରେ ଅଭିନୟ କରିଛନ୍ତି ।[୧]
ପୃଷ୍ଠଭୂମି
[ସମ୍ପାଦନା]ଗୋମେଜଙ୍କ ପୂର୍ବପୁରୁଷମାନେ ଭାରତର ଗୋଆର ଜନ୍ମଗ୍ରହଣ କରିଥିଲେ ।[୨] ଗୋମେଜ୍ ୧୬ ଫେବୃଆରୀ ୧୯୫୩ରେ ପାକିସ୍ତାନର ତତ୍କାଳୀନ ଅଧିରାଜ୍ୟ ସ୍ଥିତ କରାଚୀରେ ଜନ୍ମଗ୍ରହଣ କରିଥିଲେ ।[୨] ତାଙ୍କର ତିନି ଭାଇ ଓ ତିନି ଭଉଣୀ ଥିଲେ ।[୨] ୧୯୭୧ ମସିହାରେ, ବଙ୍ଗଳାଦେଶ ମୁକ୍ତି ସଂଗ୍ରାମ ପରେ ତାଙ୍କ ପରିବାର ବଙ୍ଗଳାଦେଶର ଢାକାର ମାଘବଜାର ଅଞ୍ଚଳରେ ଥିବା ଇସ୍ପାହାନୀ କଲୋନୀକୁ ଚାଲି ଯାଇଥିଲେ ।[୨] ସେ ଢାକାର ଏକ ଇଂରାଜୀ ମାଧ୍ୟମିକ ବିଦ୍ୟାଳୟରେ ପାଠ ପଢ଼ିଥିଲେ ।[୨] ସେ ହୋଟେଲ ପୂର୍ବାଣୀରେ ଜଣେ ରିସେପ୍ସନିଷ୍ଟ ଭାବେ କାମ କରୁଥିଲେ ।[୨]
ଅଭିନୟ ଜୀବନ
[ସମ୍ପାଦନା]ସେ ୧୪ ବର୍ଷ ବୟସରେ ମଡେଲିଂ କରିବା ଆରମ୍ଭ କରିଥିଲେ ।[୨] ସେ ୧୯୭୨ ମସିହାରେ ଫିଲ୍ମ ଛନ୍ଦା ହରିଆ ଗେଲୋ ଜରିଆରେ ଅଭିନୟ ଜୀବନ ଆରମ୍ଭ କରିଥିଲେ ।[୨] ୧୯୭୬ ମସିହାରେ, ସେ ଉତ୍ତମ କୁମାରଙ୍କ ସହ ବହ୍ନିଶିଖାରେ ଅଭିନୟ କରିଥିଲେ ।[୨] ସେ ଅଭିନେତା ୱସିମଙ୍କ ସହ ଏକାଧିକ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ, ଯେଉଁଥିରେ ଦୋସ୍ତ ଦୁସ୍ମନ (୧୯୭୭) ମଧ୍ୟ ସାମିଲ ଅଟେ ।[୩]
୧୯୯୫ ମସିହାରେ, ତାଙ୍କ ସ୍ୱାମୀ ତଥା ଫିଲ୍ମ ନିର୍ମାତା ଏସ୍ଏମ୍ ଶଫିଙ୍କର ହୃଦ୍ରୋଗ ଜନିତ ସମସ୍ୟା ଯୋଗୁଁ ଦେହାନ୍ତ ହେବା ପରେ ସେ ଅଭିନୟ ଜୀବନରୁ ଅବସର ନେଇଥିଲେ ।[୩] ତାଙ୍କ ଅଭିନୀତ ଶେଷ କଥାଚିତ୍ର ଥିଲା ଦୁଷ୍ମନି ।[୨]
ଅଭିନୀତ କଥାଚିତ୍ର
[ସମ୍ପାଦନା]ତାଙ୍କ ଅଭିନୀତ କିଛି ବଛାବଛା କଥାଚିତ୍ରର ତାଲିକା[୨][୧]
- ଛନ୍ଦ ହାରିୟେ ଗେଲ (୧୯୭୨)
- ଜୀବନ ସଙ୍ଗୀତ
- ଦୂର ଥେକେ କାଛେ
- ଟାକାର ଖେଲା (୧୯୭୪)
- ମାସୁଦ ରାନା (୧୯୭୪)
- ସେୟାନା (୧୯୭୬)
- ଦି ରେଇନ (୧୯୭୬)
- ବାହାଦୁର (୧୯୭୬)
- ବହ୍ନିଶିଖା (୧୯୭୬)
- ତୀର ଭାଙ୍ଗା ଢେଉ (୧୯୭୬)
- ଶାପମୁକ୍ତି (୧୯୭୬)
- ଆଦାଲତ (୧୯୭୭)
- ଯାଦୁର ବାଁଶୀ (୧୯୭୭)
- ଆଗୁନେର ଆଲୋ
- ପାଗଲା ରାଜା
- ଶୀଷ ନାଗ
- ଚନ୍ଦ୍ରଲେଖା(୧୯୮୦)
- ଲୁଟେରା
- କୁୟାଶା (୧୯୭୭)
- ଶ୍ରୀମତୀ ୪୨୦ (୧୯୭୮)
- ଏକାଲେର ନାୟକ (୧୯୭୮)
- ବେଦ୍ବୀନ (୧୯୮୦)
- ଡାର୍ଲିଂ (୧୯୮୨)
- ଟକ୍କର (୧୯୮୩)
- ହିମ୍ମତଓୟାଲୀ (୧୯୮୪)
- ଲାଲ ମେମସାହେବ (୧୯୮୪)
- କାଲା ଖୁନ
- ଆଗୁନ ପାନି
- ରାସ୍ତାର ରାଜା
- ଶାହଜାଦୀ ଗୁଲବାହାର
- ବନ୍ଧୁ
- ତକଦିରେର ଖେଲା
- ବୁଲବୁଲ ଏ ବାଗଦାଦ
- ଲାଖେ ଏକଟା
- ହାତକଡ଼ା (୧୯୯୪)
- ଦୁଶମନି (୧୯୯୫)
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ আড়ালে অলিভিয়া [Olivia in the background]. Bangladesh Pratidin (in Bengali). 20 May 2015. Archived from the original on 20 September 2018. Retrieved 19 September 2018.
- ↑ ୨.୦୦ ୨.୦୧ ୨.୦୨ ୨.୦୩ ୨.୦୪ ୨.୦୫ ୨.୦୬ ୨.୦୭ ୨.୦୮ ୨.୦୯ ୨.୧୦ Kader, Manzur (2024-05-06). "এককালের সাড়া জাগানো নায়িকা অলিভিয়া এখন কোথায়". Prothom Alo (in Bengali). Retrieved 2024-10-13.
- ↑ ୩.୦ ୩.୧ Shazu, Shah Alam (2020-05-15). "Leading ladies who have been away from the silver screen". The Daily Star (in ଇଂରାଜୀ). Retrieved 2024-10-13.
ବାହାର ଲିଙ୍କ୍
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ଅଲିଭିଆ ଗୋମେଜ