Jump to content

ଅଲିଭିଆ ଗୋମେଜ

ଉଇକିପିଡ଼ିଆ‌ରୁ
ଅଲିଭିଆ ଗୋମେଜ
অলিভিয়া গোমেজ
ଜନ୍ମ (1953-02-16) ୧୬ ଫେବୃଆରୀ ୧୯୫୩ (ବୟସ ୭୧)
ଜାତୀୟତାବଙ୍ଗଳାଦେଶୀ
ବୃତ୍ତିଅଭିନେତ୍ରୀ
ବୈବାହିକ-ସାଥୀ
ଏସ୍ଏମ୍ ଶାଫି
(m. ୧୯୭୨; ଛାଞ୍ଚ:Dcପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୨" ।)
[]

ଅଲିଭିଆ ଗୋମେଜ (ଜନ୍ମ: ୧୬ ଫେବୃଆରୀ ୧୯୫୩)[] ଜଣେ ବଙ୍ଗଳାଦେଶୀ ଅଭିନେତ୍ରୀ । ଗୋମେଜ୍ ୧୯୭୦ ଦଶକରେ ଚଳଚ୍ଚିତ୍ର ଦି ରେନ୍ (୧୯୭୬)ରେ ଅଭିନୟ କରି ଲୋକପ୍ରିୟତା ପାଇଥିଲେ । ସେ ୫୩ଟି ଫିଲ୍ମରେ ଅଭିନୟ କରିଛନ୍ତି ।[]

ପୃଷ୍ଠଭୂମି

[ସମ୍ପାଦନା]

ଗୋମେଜଙ୍କ ପୂର୍ବପୁରୁଷମାନେ ଭାରତର ଗୋଆର ଜନ୍ମଗ୍ରହଣ କରିଥିଲେ ।[] ଗୋମେଜ୍ ୧୬ ଫେବୃଆରୀ ୧୯୫୩ରେ ପାକିସ୍ତାନର ତତ୍କାଳୀନ ଅଧିରାଜ୍ୟ ସ୍ଥିତ କରାଚୀରେ ଜନ୍ମଗ୍ରହଣ କରିଥିଲେ ।[] ତାଙ୍କର ତିନି ଭାଇ ଓ ତିନି ଭଉଣୀ ଥିଲେ ।[] ୧୯୭୧ ମସିହାରେ, ବଙ୍ଗଳାଦେଶ ମୁକ୍ତି ସଂଗ୍ରାମ ପରେ ତାଙ୍କ ପରିବାର ବଙ୍ଗଳାଦେଶର ଢାକାର ମାଘବଜାର ଅଞ୍ଚଳରେ ଥିବା ଇସ୍ପାହାନୀ କଲୋନୀକୁ ଚାଲି ଯାଇଥିଲେ ।[] ସେ ଢାକାର ଏକ ଇଂରାଜୀ ମାଧ୍ୟମିକ ବିଦ୍ୟାଳୟରେ ପାଠ ପଢ଼ିଥିଲେ ।[] ସେ ହୋଟେଲ ପୂର୍ବାଣୀରେ ଜଣେ ରିସେପ୍ସନିଷ୍ଟ ଭାବେ କାମ କରୁଥିଲେ ।[]

ଅଭିନୟ ଜୀବନ

[ସମ୍ପାଦନା]

ସେ ୧୪ ବର୍ଷ ବୟସରେ ମଡେଲିଂ କରିବା ଆରମ୍ଭ କରିଥିଲେ ।[] ସେ ୧୯୭୨ ମସିହାରେ ଫିଲ୍ମ ଛନ୍ଦା ହରିଆ ଗେଲୋ ଜରିଆରେ ଅଭିନୟ ଜୀବନ ଆରମ୍ଭ କରିଥିଲେ ।[] ୧୯୭୬ ମସିହାରେ, ସେ ଉତ୍ତମ କୁମାରଙ୍କ ସହ ବହ୍ନିଶିଖାରେ ଅଭିନୟ କରିଥିଲେ ।[] ସେ ଅଭିନେତା ୱସିମଙ୍କ ସହ ଏକାଧିକ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ, ଯେଉଁଥିରେ ଦୋସ୍ତ ଦୁସ୍ମନ (୧୯୭୭) ମଧ୍ୟ ସାମିଲ ଅଟେ ।[]

୧୯୯୫ ମସିହାରେ, ତାଙ୍କ ସ୍ୱାମୀ ତଥା ଫିଲ୍ମ ନିର୍ମାତା ଏସ୍‌ଏମ୍ ଶଫିଙ୍କର ହୃଦ୍‌ରୋଗ ଜନିତ ସମସ୍ୟା ଯୋଗୁଁ ଦେହାନ୍ତ ହେବା ପରେ ସେ ଅଭିନୟ ଜୀବନରୁ ଅବସର ନେଇଥିଲେ ।[] ତାଙ୍କ ଅଭିନୀତ ଶେଷ କଥାଚିତ୍ର ଥିଲା ଦୁଷ୍ମନି[]

ଅଭିନୀତ କଥାଚିତ୍ର

[ସମ୍ପାଦନା]

ତାଙ୍କ ଅଭିନୀତ କିଛି ବଛାବଛା କଥାଚିତ୍ରର ତାଲିକା[][]

  • ଛନ୍ଦ ହାରିୟେ ଗେଲ (୧୯୭୨)
  • ଜୀବନ ସଙ୍ଗୀତ
  • ଦୂର ଥେକେ କାଛେ
  • ଟାକାର ଖେଲା (୧୯୭୪)
  • ମାସୁଦ ରାନା (୧୯୭୪)
  • ସେୟାନା (୧୯୭୬)
  • ଦି ରେଇନ (୧୯୭୬)
  • ବାହାଦୁର (୧୯୭୬)
  • ବହ୍ନିଶିଖା (୧୯୭୬)
  • ତୀର ଭାଙ୍ଗା ଢେଉ (୧୯୭୬)
  • ଶାପମୁକ୍ତି (୧୯୭୬)
  • ଆଦାଲତ (୧୯୭୭)
  • ଯାଦୁର ବାଁଶୀ (୧୯୭୭)
  • ଆଗୁନେର ଆଲୋ
  • ପାଗଲା ରାଜା
  • ଶୀଷ ନାଗ
  • ଚନ୍ଦ୍ରଲେଖା(୧୯୮୦)
  • ଲୁଟେରା
  • କୁୟାଶା (୧୯୭୭)
  • ଶ୍ରୀମତୀ ୪୨୦ (୧୯୭୮)
  • ଏକାଲେର ନାୟକ (୧୯୭୮)
  • ବେଦ୍ବୀନ (୧୯୮୦)
  • ଡାର୍ଲିଂ (୧୯୮୨)
  • ଟକ୍କର (୧୯୮୩)
  • ହିମ୍ମତଓୟାଲୀ (୧୯୮୪)
  • ଲାଲ ମେମସାହେବ (୧୯୮୪)
  • କାଲା ଖୁନ
  • ଆଗୁନ ପାନି
  • ରାସ୍ତାର ରାଜା
  • ଶାହଜାଦୀ ଗୁଲବାହାର
  • ବନ୍ଧୁ
  • ତକଦିରେର ଖେଲା
  • ବୁଲବୁଲ ଏ ବାଗଦାଦ
  • ଲାଖେ ଏକଟା
  • ହାତକଡ଼ା (୧୯୯୪)
  • ଦୁଶମନି (୧୯୯୫)
  1. ୧.୦ ୧.୧ ୧.୨ ୧.୩ আড়ালে অলিভিয়া [Olivia in the background]. Bangladesh Pratidin (in Bengali). 20 May 2015. Retrieved 19 September 2018.
  2. ୨.୦୦ ୨.୦୧ ୨.୦୨ ୨.୦୩ ୨.୦୪ ୨.୦୫ ୨.୦୬ ୨.୦୭ ୨.୦୮ ୨.୦୯ ୨.୧୦ Kader, Manzur (2024-05-06). "এককালের সাড়া জাগানো নায়িকা অলিভিয়া এখন কোথায়". Prothom Alo (in Bengali). Retrieved 2024-10-13.
  3. ୩.୦ ୩.୧ Shazu, Shah Alam (2020-05-15). "Leading ladies who have been away from the silver screen". The Daily Star (in ଇଂରାଜୀ). Retrieved 2024-10-13.

ବାହାର ଲିଙ୍କ୍

[ସମ୍ପାଦନା]