ଅମିତ ସୈଗଲ

ଉଇକିପିଡ଼ିଆ‌ରୁ
ଅମିତ ସୈଗଲ
Born(1965-07-06)୬ ଜୁଲାଇ ୧୯୬୫


[୧]
Died୫ ଜାନୁଆରୀ ୨୦୧୨(2012-01-05) (ବୟସ ୪୬)[୨]
ଗୋଆ, ଭାରତ
Occupationରକ ସଙ୍ଗୀତଜ୍ଞ ଏବଂ ଭାରତରେ ରକ ସଙ୍ଗୀତର ପ୍ରଚଳକIndia[୨]
Years active୧୯୯୩ରୁ ୨୦୧୨[୨]
Organizationଏଣ୍ଟରଟେନମେଣ୍ଟ ମିଡ଼ିଅ ସର୍ଭିସେସ ପ୍ରାଇଭେଟ ଲିମିଟେଡ଼
Known forସଙ୍ଗୀତ ପତ୍ରିକା ରକ ଷ୍ଟ୍ରିଟ ଜର୍ନାଲର ପ୍ରଚଳକ[୨]
Notable workରକ ଷ୍ଟ୍ରିଟ ଜର୍ନାଲ
Spouseସିନା[୩]
Childrenଅଦିତୀ "ଡଟ." ସୈଗଲ[୪]
Websiteଆରଏସଜେଅନଲାଇନ ଡଟ କମ

ଅମିତ ସୈଗଲ ( ୬ ଜୁଲାଇ ୧୯୬୫ – ୫ ଜାନୁଆରୀ ୨୦୧୨) ଜଣେ ଭାରତୀୟ ରକ ସଙ୍ଗୀତଜ୍ଞ, ଭାରତରେ ରକ ସଙ୍ଗୀତର ପ୍ରବର୍ତ୍ତକ ଓ ପ୍ରକାଶକ ଥିଲେ । ସେ ରକ ସଙ୍ଗୀତର ପତ୍ରିକା ରକ ଷ୍ଟ୍ରିଟ ଜର୍ନାଲର ପ୍ରତିଷ୍ଠାତା ଥିଲେ ଓ ଭାରତରେ ରକ ସଙ୍ଗୀତର ପ୍ରବର୍ତ୍ତକ ଥିଲେ । ଭାରତର ରକ ସଙ୍ଗୀତଜ୍ଞମାନେ, ଅମିତଙ୍କୁ "ପାପା ରକ" ବା ରକ ସଙ୍ଗୀତର ପିତା ବୋଲି ସମ୍ବନ୍ଧିତ କରନ୍ତି ।[୧][୫]

କର୍ମ ଜୀବନ[ସମ୍ପାଦନା]

ଅମିତ ପ୍ରତିଷ୍ଠା କରିଥିବା ରକ ଷ୍ଟ୍ରିଟ ଜର୍ନାଲ ରକ ସଙ୍ଗୀତକୁ ସମର୍ପିତ ପ୍ରଥମ ପତ୍ରିକା ଥିଲା । ସେ ଏହି ପତ୍ରିକା ୧୯୯୩ ମସିହାରେ ଆରମ୍ଭ କରିଥିଲେ । ଏହି ପତ୍ରିକାର ୨୫୦୦ଟି ଖଣ୍ଡ ଅମିତଙ୍କ ନିଜ ସହର ଆଲାହାବାଦରୁ ପ୍ରକାଶିତ ହୋଇଥିଲା ।[୫]

ସୈଗଲ ନିଜ ପତ୍ରିକା ମାଧ୍ୟମରେ ରକ ସଙ୍ଗୀତର ସମାରୋହକୁ ପ୍ରଚାର କରୁଥିଲେ । ଗ୍ରେଟ ଇଣ୍ଡିଆ ରକ ଫେଷ୍ଟିଭାଲ ଏହିପରି ଏକ ସଙ୍ଗୀତ ସମାରୋହ ଥିଲା । ସୈଗଲଙ୍କ ଉଦ୍ୟମରେ ଭାରତର ବିଭିନ୍ନ କ୍ଲବ ଆଦିରେ ରକ ସଙ୍ଗୀତର ପ୍ରବେଶ ଘଟିଥିଲା ।

ସୈଗଲ ୨୫ ବର୍ଷ ଧରି ରକ ସଙ୍ଗୀତ ଓ ସଙ୍ଗୀତର ବ୍ୟବସାୟରେ ଲିପ୍ତ ଥିଲେ । ତାଙ୍କଦ୍ୱାରା ପ୍ରଭାବିତ ହୋଇ ଭାରତରେ ବହୁ ଯୁବ ପ୍ରତିଭା ରକ ସଙ୍ଗୀତକୁ ଆବୋରୀ ଥିଲେ ।

ସୈଗଲ, ଇମ୍ପାକ୍ଟ ନାମକ ଏକ ରକ ବ୍ୟାଣ୍ଡର ଅଂଶ ଥିଲେ । ଏହି ବ୍ୟାଣ୍ଡ କ୍ଲାସିକ ରକ ସଙ୍ଗୀତ ପରିବେଷଣ କରୁଥିଲ ।[୨]

ମୃତ୍ୟୁ[ସମ୍ପାଦନା]

୨୦୧୨ ମସିହା ଜାନୁଆରୀ ମାସ ୫ ତାରିଖରେ ସୈଗଳ ନିଜ ବନ୍ଧୁମାନଙ୍କ ସହ ଗୋଆର ବୋଗ୍ମାଲୋଠାରେ ସମୁଦ୍ରରେ ଗାଧୋଉଥିବ ସମୟରେ ପାଣିରେ ବୁଡ଼ିଯାଇ ପ୍ରାଣ ହରାଇଥିଲେ । ଲାଇଫଗାର୍ଡ଼ମାନେ ତାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଥିଲେ । [୨]

ଆଧାର[ସମ୍ପାଦନା]

  1. ୧.୦ ୧.୧ "Amit Profile on RJS".
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ "Amit Saigal passed away in Goa". The Times of India. 6 January 2012. Archived from the original on 29 July 2013.
  3. "Amit news Daily pioneer".
  4. Saigal, Aditi (Aug 29, 2010). "DOT. YouTube Channel". YouTube. Google. Retrieved Aug 29, 2010.
  5. ୫.୦ ୫.୧ Lakhani, Somya (6 January 2012). "Father of Indian rock' Amit Saigal dies at 47". The Indian Express. Retrieved 27 August 2018.

ବାହାର ଆଧାର[ସମ୍ପାଦନା]