Jump to content

ଅମିତ ସୈଗଲ

ଉଇକିପିଡ଼ିଆ‌ରୁ
ଅମିତ ସୈଗଲ
ଜନ୍ମ(1965-07-06)୬ ଜୁଲାଇ ୧୯୬୫


[]
ମୃତ୍ୟୁ୫ ଜାନୁଆରୀ ୨୦୧୨(2012-01-05) (ବୟସ ୪୬)[]
ଗୋଆ, ଭାରତ
ବୃତ୍ତିରକ ସଙ୍ଗୀତଜ୍ଞ ଏବଂ ଭାରତରେ ରକ ସଙ୍ଗୀତର ପ୍ରଚଳକIndia[]
ସକ୍ରିୟ ବର୍ଷ୧୯୯୩ରୁ ୨୦୧୨[]
ଏଣ୍ଟରଟେନମେଣ୍ଟ ମିଡ଼ିଅ ସର୍ଭିସେସ ପ୍ରାଇଭେଟ ଲିମିଟେଡ଼
ପ୍ରସିଦ୍ଧିସଙ୍ଗୀତ ପତ୍ରିକା ରକ ଷ୍ଟ୍ରିଟ ଜର୍ନାଲର ପ୍ରଚଳକ[]
ଉଲ୍ଲେଖନୀୟ କୃତିରକ ଷ୍ଟ୍ରିଟ ଜର୍ନାଲ
ବୈବାହିକ-ସାଥୀସିନା[]
ସନ୍ତାନଅଦିତୀ "ଡଟ." ସୈଗଲ[]
ୱେବସାଇଟଆରଏସଜେଅନଲାଇନ ଡଟ କମ

ଅମିତ ସୈଗଲ ( ୬ ଜୁଲାଇ ୧୯୬୫ ୫ ଜାନୁଆରୀ ୨୦୧୨) ଜଣେ ଭାରତୀୟ ରକ ସଙ୍ଗୀତଜ୍ଞ, ଭାରତରେ ରକ ସଙ୍ଗୀତର ପ୍ରବର୍ତ୍ତକ ଓ ପ୍ରକାଶକ ଥିଲେ । ସେ ରକ ସଙ୍ଗୀତର ପତ୍ରିକା ରକ ଷ୍ଟ୍ରିଟ ଜର୍ନାଲର ପ୍ରତିଷ୍ଠାତା ଥିଲେ ଓ ଭାରତରେ ରକ ସଙ୍ଗୀତର ପ୍ରବର୍ତ୍ତକ ଥିଲେ । ଭାରତର ରକ ସଙ୍ଗୀତଜ୍ଞମାନେ, ଅମିତଙ୍କୁ "ପାପା ରକ" ବା ରକ ସଙ୍ଗୀତର ପିତା ବୋଲି ସମ୍ବନ୍ଧିତ କରନ୍ତି ।[][]

କର୍ମ ଜୀବନ

[ସମ୍ପାଦନା]

ଅମିତ ପ୍ରତିଷ୍ଠା କରିଥିବା ରକ ଷ୍ଟ୍ରିଟ ଜର୍ନାଲ ରକ ସଙ୍ଗୀତକୁ ସମର୍ପିତ ପ୍ରଥମ ପତ୍ରିକା ଥିଲା । ସେ ଏହି ପତ୍ରିକା ୧୯୯୩ ମସିହାରେ ଆରମ୍ଭ କରିଥିଲେ । ଏହି ପତ୍ରିକାର ୨୫୦୦ଟି ଖଣ୍ଡ ଅମିତଙ୍କ ନିଜ ସହର ଆଲାହାବାଦରୁ ପ୍ରକାଶିତ ହୋଇଥିଲା ।[]

ସୈଗଲ ନିଜ ପତ୍ରିକା ମାଧ୍ୟମରେ ରକ ସଙ୍ଗୀତର ସମାରୋହକୁ ପ୍ରଚାର କରୁଥିଲେ । ଗ୍ରେଟ ଇଣ୍ଡିଆ ରକ ଫେଷ୍ଟିଭାଲ ଏହିପରି ଏକ ସଙ୍ଗୀତ ସମାରୋହ ଥିଲା । ସୈଗଲଙ୍କ ଉଦ୍ୟମରେ ଭାରତର ବିଭିନ୍ନ କ୍ଲବ ଆଦିରେ ରକ ସଙ୍ଗୀତର ପ୍ରବେଶ ଘଟିଥିଲା ।

ସୈଗଲ ୨୫ ବର୍ଷ ଧରି ରକ ସଙ୍ଗୀତ ଓ ସଙ୍ଗୀତର ବ୍ୟବସାୟରେ ଲିପ୍ତ ଥିଲେ । ତାଙ୍କଦ୍ୱାରା ପ୍ରଭାବିତ ହୋଇ ଭାରତରେ ବହୁ ଯୁବ ପ୍ରତିଭା ରକ ସଙ୍ଗୀତକୁ ଆବୋରୀ ଥିଲେ ।

ସୈଗଲ, ଇମ୍ପାକ୍ଟ ନାମକ ଏକ ରକ ବ୍ୟାଣ୍ଡର ଅଂଶ ଥିଲେ । ଏହି ବ୍ୟାଣ୍ଡ କ୍ଲାସିକ ରକ ସଙ୍ଗୀତ ପରିବେଷଣ କରୁଥିଲ ।[]

ମୃତ୍ୟୁ

[ସମ୍ପାଦନା]

୨୦୧୨ ମସିହା ଜାନୁଆରୀ ମାସ ୫ ତାରିଖରେ ସୈଗଳ ନିଜ ବନ୍ଧୁମାନଙ୍କ ସହ ଗୋଆର ବୋଗ୍ମାଲୋଠାରେ ସମୁଦ୍ରରେ ଗାଧୋଉଥିବ ସମୟରେ ପାଣିରେ ବୁଡ଼ିଯାଇ ପ୍ରାଣ ହରାଇଥିଲେ । ଲାଇଫଗାର୍ଡ଼ମାନେ ତାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଥିଲେ । []

  1. 1 2 "Amit Profile on RJS".
  2. 1 2 3 4 5 6 "Amit Saigal passed away in Goa". The Times of India. 6 January 2012. Archived from the original on 29 July 2013.
  3. "Amit news Daily pioneer". Archived from the original on 2023-05-05. Retrieved 2023-05-03.
  4. Saigal, Aditi (Aug 29, 2010). "DOT. YouTube Channel". YouTube. Google. Retrieved Aug 29, 2010.
  5. 1 2 Lakhani, Somya (6 January 2012). "Father of Indian rock' Amit Saigal dies at 47". The Indian Express. Retrieved 27 August 2018.

ବାହାର ଆଧାର

[ସମ୍ପାଦନା]