ଅମରପୁର, ତ୍ରିପୁରା

ଉଇକିପିଡ଼ିଆ‌ରୁ

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

ଅମରପୁର
city
CountryIndia
StateTripura
DistrictGomati district
Elevation
24 m (79 ft)
Population
 (2001)
 • Total୧୦,୮୬୩
Languages
Time zoneUTC+5:30 (IST)
PIN
799101
ଯାନବାହାନ ପଞ୍ଚୀକରଣTR
Websitetripura.gov.in

ଅମରପୁର , ଭାରତୀୟ ରାଜ୍ୟ ତ୍ରିପୁରାର ଗୋମତୀ ଜିଲ୍ଲାର ଏକ ନଗର ପଞ୍ଚାଯତ ସହର । ଏହା ମରପୁର ଜିଲ୍ଲାର ମୁଖ୍ୟ ଦପ୍ତର ମଧ୍ୟ । 

ଭୌଗୋଳିକ ଅବସ୍ଥିତି [ସମ୍ପାଦନା]

ଅନରପୁରର ଭୌଗୋଳିକ ଅବସ୍ଥିତି  23°32′N 91°38′E / 23.53°N 91.64°E / 23.53; 91.64.[୧] ଏହା ସମୁଦ୍ରପତ୍ତାନଠାରୁ 78 ଫୁଟ ଉପରେ ରହିଛି । ଏହି ସହର ତ୍ରିପୁରାର ଉଦୟପୁର ଓ ତେଲିଆମୁରା  ସହର ସହ ରାସ୍ତାଦ୍ୱାରା ସଂଯୁକ୍ତ । ଏହାର ନିକଟତମ ରେଳ ଷ୍ଟେସନ ଓ ବିମାନ ବନ୍ଦର ଅଗରତାଲାଠାରେ ଅବସ୍ଥିତ । 

ପର୍ଯ୍ୟଟନ [ସମ୍ପାଦନା]

ଅମରପୁର ଏକ ସୁନ୍ଦର ପିକ୍ନିକ ସ୍ଥଳ ଭାବରେ ଅଞ୍ଚଳରେ ପରିଚିତ । ଏହା ନିକଟରେ 16 ଶ ଶତାବ୍ଦୀରେ ନିର୍ମିତ ଏକ ପୁରାତନ ଭଗ୍ନ ରାଜମହଳ ସହ ଏକ ହ୍ରଦ ମଧ୍ୟ ରହିଛି । ହ୍ରଦର ଦକ୍ଷିଣ ପାଟ କୁଳରେ ଏକ ପ୍ରାଚୀନ ଅଷ୍ଟମୁଖୀ ଦେବୀଙ୍କ ମନ୍ଦିର ମଙ୍ଗଳାଚଣ୍ଡୀ ମନ୍ଦିର ରହିଛି । ଏଠାରେ ବସନ୍ତ ପଞ୍ଚମୀ ଦିନ ଏକ ମେଳାର ଆୟୋଜନ ହେଇଥାଏ ।  ଏହା ନିକଟରେ ଆମର ସାଗର ଓ ଫଟିକସାଗର ନାମକ ଆଉ ଦୁଇଟି ହ୍ରଦ ମଧ୍ୟ ରହିଛି । ଏଠାରୁ 41 କିଲୋମିଟର ଦୂରରେ ଦାମବୁର ହ୍ରଦ ନାମକ ଏକ ହ୍ରଦ ମଧ୍ୟ ଦର୍ଶନୀୟ । ସେଠାରେ ଏକ ଜଳବିଦ୍ୟୁତ ପ୍ରକଳ୍ପ ମଧ୍ୟ ରହିଛି ଓ ଗୋମତୀ ନଦୀର ଉତ୍ପତ୍ତି ସେହିଠାରୁ ହେଇଥାଏ । ଏଠାକାର ଜଳବାଯୁ ଉତ୍ତମ ଓ ଘାନା ଜଙ୍ଗଲ ଥିବାରୁ ବହୁ ସଂଖ୍ୟାରେ ପକ୍ଷୀ ମଧ୍ୟ ଆସିଥାନ୍ତି । 

ଜନସଂଖ୍ୟା [ସମ୍ପାଦନା]

2001 ଜନଗଣନା  [୨] ଅନୁସାରେ ଏଠାକାର ଜନସଂଖ୍ୟା 10,863 ଥିଲା । ତାହା ମଧ୍ୟରୁ ପୁରୁଷ ସଂଖ୍ୟା  54% ଥିବା ବେଳେ ମହିଳା ସଂଖ୍ୟା 46% ଥିଲା । ଏଠାରେ ସାକ୍ଷ୍ୟରତ ହାର 80 % ରହିଥିଲା ।ଏହା ଜାତୀୟ ହାରଠାରୁ ଆଡଜିକ । 6 ବର୍ଷରୁ କମ ସଂଖ୍ୟା 9 % ଥିଲା । 

Picturesque riverside in Amarpur

ପୁନଶ୍ଚ ଦେଖଣା [ସମ୍ପାଦନା]

  • List of cities and towns in Tripura

ଆଧାର [ସମ୍ପାଦନା]

  1. Falling Rain Genomics, Inc - Amarpur
  2. "Census of India 2001: Data from the 2001 Census, including cities, villages and towns (Provisional)". Census Commission of India. Archived from the original on 2004-06-16. Retrieved 2008-11-01.