ଅମରକଣ୍ଟକ ଏକ୍ସପ୍ରେସ

ଉଇକିପିଡ଼ିଆ‌ରୁ
Amarkantak Express (Bhopal - Durg) Route map

ଅମରକଣ୍ଟକ ଏକ୍ସପ୍ରେସ  (12853/12854) ଭାରତୀୟ ରେଳର ଏକ ସୁପରଫାଷ୍ଟ ଟ୍ରେନ । ଏହା ଦୈନିକ ମଧ୍ୟପ୍ରଦେଶର ଭୋପାଲ ଜଙ୍କସନଠାରୁ ବାହାରି ଛତିଶଗଡ଼ ରାଜ୍ୟର ଦୁର୍ଗ ପର୍ଯ୍ୟନ୍ତ ଯାତ୍ରା କରେ । ଏହି ଟ୍ରେନ ଭୋପାଳ - ବିଲାସପୁର ମହାନଦୀ ଏକ୍ସପ୍ରେସ ସ୍ଥାନରେ ପ୍ରଚଳିତ ହେଲା । 

ଏହି ଟ୍ରେନ ପ୍ରସିଦ୍ଧ ତୀର୍ଥ ସ୍ଥଳୀ ଅମରକଣ୍ଟକ ଦେଇ ଯାଉଥିବାରୁ ଏହାକୁ ଅମରକଣ୍ଟକ ନାମ ଦିଆଯାଇଥିଲା । ଏହି ସ୍ଥଳରୁ ନର୍ମଦା ନଦୀର ଉପତ୍ତି ହେଇଥାଏ । 

ଆଗମନ ଓ ପ୍ରସ୍ଥାନ [ସମ୍ପାଦନା]

ଭୋପାଳରୁ ଟ୍ରେନ ଦୈନିକ 3.40 PMରେ ବାହାରି ଅନନ୍ୟ ଦିନ 7.55 AMରେ ଦୁର୍ଗ ପହଞ୍ଚିବା ସହ ଦୁର୍ଗରୁ 6.20PMରେ ବାହାରେ । ଏହି ଟ୍ରେନ 28ଟି ସ୍ଥାନରେ ରହଣି କରିଥାଏ । [୧]

ଗତି [ସମ୍ପାଦନା]

ଏହି ଟ୍ରେନର ହାରାହାରି ଗତି 54 କିଲୋମିଟର ପ୍ରତି ଘଣ୍ଟା । 

ଆଧାର [ସମ୍ପାଦନା]