Jump to content

ଅଭିମନ୍ୟୁ ମିଶ୍ର

ଉଇକିପିଡ଼ିଆ‌ରୁ

ଅଭିମନ୍ୟୁ ମିଶ୍ର (ଜନ୍ମ: ୧୫ ଜାନୁଆରୀ ୧୯୧୦) ଜଣେ ଭାରତୀୟ ଆଇନଜୀବୀ ତଥା ଓଡ଼ିଶା ଉଚ୍ଚ ନ୍ୟାୟାଳୟର ପୂର୍ବତନ ବିଚାରପତି ।[]

ଶିକ୍ଷା ଓ ପେଶା

[ସମ୍ପାଦନା]

ଅଭିମନ୍ୟୁ ମିଶ୍ର ମାଡ୍ରାସ ଆଇନ ମହାବିଦ୍ୟାଳୟରୁ ୧୯୩୧ ମସିହାରେ ଆଇନ ଶାସ୍ତ୍ରରେ ଡିଗ୍ରୀ (B.L) ଅର୍ଜନ କରିଥିଲେ । ପରେ ଏକ ବର୍ଷ ଧରି ଶ୍ରୀ ବି. ଜଗନ୍ନାଥ ଦାସଙ୍କ (ଓଡ଼ିଶା ଉଚ୍ଚ ନ୍ୟାୟାଳୟର ଦ୍ୱିତୀୟ ମୁଖ୍ୟ ନ୍ୟାୟାଧୀଶ ଓ ସୁପ୍ରିମ କୋର୍ଟର ପୂର୍ବତନ ନ୍ୟାୟାଧୀଶ) ନିକଟରେ ଶିକ୍ଷାର୍ଥୀ ଭାବେ ଆଇନ ଅଭ୍ୟାସ କରି, ମାଡ୍ରାସ ଉଚ୍ଚ ନ୍ୟାୟାଳୟରେ ୧୯୩୩ ମସିହାରେ ଓକିଲ ଭାବେ ନାମ ଭର୍ତ୍ତି କରିଥିଲେ । ନାମ ଭର୍ତ୍ତି ପରେ, ସେ ତତକାଳୀନ ବ୍ରହ୍ମପୁର ବାର୍‌ରେ କାର୍ଯ୍ୟରତ ଆଇନଜୀବୀ ଶ୍ରୀ ଲିଙ୍ଗରାଜ ପାଣିଗ୍ରାହୀଙ୍କ ( ପରବର୍ତ୍ତୀ ସମୟରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ତୃତୀୟ ମୁଖ୍ୟ ନ୍ୟାୟାଧୀଶ) ସହ ଯୋଗଦେଇ ଓକିଲତି ଆରମ୍ଭ କଲେ ।

୧୯୪୦ ମସିହାରେ ଶ୍ରୀ ମିଶ୍ର ଓଡ଼ିଶା ନ୍ୟାୟିକ ସେବାରେ ଯୋଗଦେଇଥିଲେ ।[] ୧୯୫୫ ମସିହାରେ ତାଙ୍କୁ ଜିଲ୍ଲା ଜଜ୍‌ ପଦବୀକୁ ପଦୋନ୍ନତି ଦିଆଯାଇଥିଲା ଏବଂ ସେହି ସମୟରେ ସେ ଆଇନ ବିଭାଗର ଉପ ସଚିବ, ଆଇନ ବିଷୟକ ସୁପେରିନଟେଣ୍ଡେଣ୍ଟ, ପ୍ରଶାସନିକ ଟ୍ରିବ୍ୟୁନାଲର ଅତିରିକ୍ତ ସଦସ୍ୟ ଏବଂ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ରେଜିଷ୍ଟ୍ରାର ଭାବେ କାର୍ଯ୍ୟ କରିଥିଲେ ।

ତାପରେ ତାଙ୍କୁ ୧୯.୦୭.୧୯୬୭ରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ବିଚାରପତି ଭାବେ ପଦୋନ୍ନତି ମିଳିଥିଲ ଏବଂ ସେହି ପଦବୀରେ ସେ ୧୪.୧.୧୯୭୨ ପର୍ଯ୍ୟନ୍ତ କାର୍ଯ୍ୟ ନିର୍ବାହ କରିଥିଲେ ।[]

  1. ୧.୦ ୧.୧ "Former Judge | Orissa High Court, Cuttack". www.orissahighcourt.nic.in. Retrieved 2025-01-03.
  2. "Former Judges | Koraput District | India" (in ଆମେରିକୀୟ ଇଂରାଜୀ). Archived from the original on 2025-01-03. Retrieved 2025-01-03.