ଅଭିନ୍ନ ରାଉତରାୟ
ଅଭିନ୍ନ ରାଉତରାୟ | |
---|---|
ଜନ୍ମ | ତିଗିରିଆ ଗାଁ, ବାଲିଚନ୍ଦ୍ରପୁର, ଯାଜପୁର | ୧୮ ଜୁନ ୧୯୬୦
ଜାତୀୟତା | ଭାରତୀୟ |
ବୃତ୍ତି | ନାଟ୍ୟ ନିର୍ଦ୍ଦେଶକ ଓ ଅଭିନେତା |
Organization | ଉତ୍ତର ପୁରୁଷ |
ପିତାମାତା(s) | ଦାମୋଦର ରାଉତରାୟ, ରେବତୀ ରାଉତରାୟ |
ଅଭିନ୍ନ ରାଉତରାୟ ଜଣେ ଭାରତୀୟ ଓଡ଼ିଆ-ଭାଷୀ ଅଭିନେତା ଓ ନାଟ୍ୟ ନିର୍ଦ୍ଦେଶକ । ତାଙ୍କର କେତେକ ଉଲ୍ଲେଖନୀୟ ନାଟକ ଭିତରେ ତାଙ୍କ ଅଭିନୀତ ନାଟକ "ସେମାନେ ବି ମୋର" ଏବଂ ତାଙ୍କ ନିର୍ଦ୍ଦେଶିତ ନାଟକ "ଧୂସର ପୃଥିବୀ" ଅନ୍ୟତମ ।
ଜୀବନୀ[ସମ୍ପାଦନା]
ପ୍ରାରମ୍ଭିକ ଜୀବନ[ସମ୍ପାଦନା]
ସେ ୧୯୬୦ ମସିହା ଜୁନ ୧୮ ତାରିଖରେ ଓଡ଼ିଶାର ଯାଜପୁର ଜିଲ୍ଲାସ୍ଥିତ ବାଲିଚନ୍ଦ୍ରପୁର ବ୍ଳକ ଅନ୍ତର୍ଗତ ତିଗିରିଆ ଗାଁରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ଦାମୋଦର ରାଉତରାୟ ଓ ମାତାଙ୍କ ନାମ ରେବତୀ ରାଉତରାୟ ।
ନାଟ୍ୟ ଅଭିନୟ ଓ ନିର୍ଦ୍ଦେଶନା[ସମ୍ପାଦନା]
ସେ ସ୍କୁଲରେ ପାଠପଢ଼ା ସମୟରେ ଓଡ଼ିଆ ନାଟକରେ ଅଭିନୟ କରିବା ଆରମ୍ଭ କରିଥିଲେ । ତାଙ୍କର ପ୍ରଥମ ନାଟକ ଥିଲା ଉତ୍ତର ପୁରୁଷ ନାଟ୍ୟସଂସ୍ଥାର ନାଟକ "ସେମାନେ ବି ମୋର" । ତାହାପରେ ସେ ଉତ୍ତର ପୁରୁଷ ନାଟ୍ୟସଂସ୍ଥା ସହିତ ମିଶି ଅନ୍ୟାନ୍ୟ ନାଟକରେ ଅଭିନୟ କରିଥିଲେ ।[୧] ରାମଚନ୍ଦ୍ର ବେହେରାଙ୍କ ରଚିତ ନାଟକ "ଧୂସର ପୃଥିବୀ"ରେ ସେ ପ୍ରଥମ କରି ନିର୍ଦ୍ଦେଶନା ଦେଇଥିଲେ ।
ନିର୍ଦ୍ଦେଶିତ ନାଟକ[ସମ୍ପାଦନା]
- ଧୂସର ପୃଥିବୀ
- ନିର୍ବାସିତ ନାନାବାୟା
- ଅସ୍ଥାୟୀ ଠିକଣା[୨]
- ସର୍କିଟ ହାଉସର ଦେଶ
- ସେମାନେ ଆମ ପ୍ରତିନିଧୀ[୩]
- ମୁକ୍ତି ଲାଭ[୪]
- ସୀତା
- ଧଡି ରାମାୟଣ
- ଆଧେ ଅଧୁରେ[୫]
ଆଧାର[ସମ୍ପାଦନା]
- ↑ Panda, Namita (2011-03-26). "For the love of theatre". The Telegraph. Archived from the original on 2022-02-16. Retrieved 2011-03-26.
- ↑ http://www.orissaculture.gov.in/pdf/activity_report/activities_report_culture_2012_13.pdf
- ↑ http://www.thehindu.com/todays-paper/tp-national/tp-otherstates/sir-adjudged-best-play-at-theatre-festival/article1768451.ece
- ↑ http://timesofindia.indiatimes.com/city/bhubaneswar/Uttar-Purush-theatre-festival-begins/articleshow/20183797.cms
- ↑ ଧରିତ୍ରୀ ୦୮/୧୦/୨୦୧୪ ପୃଷ୍ଠା ୧୧ରେ ପ୍ରକାଶିତ "ଧରିତ୍ରୀ ଆଳାପ"