ଅବନ୍ତିକା ହୁଣ୍ଡାଲ

ଉଇକିପିଡ଼ିଆ‌ରୁ
ଅବନ୍ତିକା ହୁଣ୍ଡାଲ
ଜାତୀୟତାଭାରତୀୟ
ବୃତ୍ତିଅଭିନେତ୍ରୀ
ସକ୍ରିୟ ବର୍ଷ୨୦୦୮–୨୦୧୪
୨୦୧୬–୨୦୧୯
୨୦୨୨

ଅବନ୍ତିକା ହୁଣ୍ଡାଲ ଜଣେ ପୂର୍ବତନ ଭାରତୀୟ ଅଭିନେତ୍ରୀ, ଯିଏକି ମୁଖ୍ୟତଃ ହିନ୍ଦୀ ଦୂରଦର୍ଶନ ଓ ପଞ୍ଜାବୀ କଥାଚିତ୍ର ଜଗତରେ ସକ୍ରିୟ ଭାବରେ କାମ କରୁଥିଲେ ।[୧] ୟେ ହୈ ମୋହବତେଁରେ ସେ ଅଭିନୟ ପାଇଁ ମୁଖ୍ୟତଃ ଜଣାଶୁଣା, ଯେଉଁଥିରେ ସେ ମିହିକା ଭୂମିକାରେ କାମ କରିଥିଲେ ।[୨][୩] ସେ ଷ୍ଟାର ପ୍ଲସରେ ପ୍ରସାରିତ ମନ୍ କି ଆୱାଜ୍ ପ୍ରତିଜ୍ଞା ଧାରାବାହିକରେ ଆରୁଷି ସାକ୍ସେନା ଭୂମିକାରେ ମଧ୍ୟ କାମ କରିଥିଲେ । ସେ ପଞ୍ଜାବୀ କଥାଚିତ୍ର ମିଷ୍ଟର୍ ଆଣ୍ଡ ମିସେସ୍ ୪୨୦[୪]ମିଷ୍ଟର୍ ଆଣ୍ଡ୍ ମିସେସ୍ ୪୨୦ ରିଟର୍ଣ୍ଣସ୍[୫] ପାଇଁ ମଧ୍ୟ ଜଣାଶୁଣା । ୩ ବର୍ଷର ଦୂରତା ପରେ ସେ ଧାରାବାହିକରେ ଅଭିନୟ କରିବା ଆରମ୍ଭ କରିଥିଲେ, କିନ୍ତୁ ପରବର୍ତ୍ତୀ ସମୟରେ ମଧ୍ୟ ଅଭିନୟଠାରୁ ଦୂରେଇ ଯାଇଥିଲେ ।

ଅଭିନୀତ ଧାରାବାହିକ[ସମ୍ପାଦନା]

ବର୍ଷ ଧାରାବାହିକ ଭୂମିକା
୨୦୦୯–୨୦୧୨ ମନ୍ କି ଆୱାଜ୍ ପ୍ରତିଜ୍ଞା ଆରୁଷି ସାକ୍ସେନା
୨୦୧୬–୨୦୧୬ ୟେ ହୈ ମୋହବତେଁ ମିହିକା ଆୟାର
୨୦୨୨ ମୋସେ ଛାଲ କିୟେ ଜାୟେ ପ୍ରୀଶା

ଅଭିନୀତ କଥାଚିତ୍ର[ସମ୍ପାଦନା]

ପଞ୍ଜାବୀ[ସମ୍ପାଦନା]

  • ୨୦୧୩: ହରମନ ଭାବରେ ବୁରାଃ
  • ୨୦୧୪: ମିଷ୍ଟାର୍ ଆଣ୍ଡ ମିସେସ୍ ୪୨୦
  • ୨୦୧୮: ମିଷ୍ଟର୍ ଆଣ୍ଡ ମିସେସ୍ ୪୨୦ ରିଟର୍ଣ୍ଣସ୍

ହିନ୍ଦୀ[ସମ୍ପାଦନା]

  • ୨୦୦୮: ବଚନା ଏ ହସିନୋ

ବ୍ୟକ୍ତିଗତ ଜୀବନ[ସମ୍ପାଦନା]

ହୁଣ୍ଡାଲ ଅଭିନେତା ନବତେଜ ହୁଣ୍ଡାଲଙ୍କ ଝିଅ ।[୬]

ଆଧାର[ସମ୍ପାଦନା]

  1. TNN (1 June 2013). "Avantika comes to big screen?". The Times of India. Retrieved 23 August 2015.
  2. "Yeh Hai Mohabbatein's Mihika receives threats on social media after she turned negative on the show". India Today. 15 March 2018. Retrieved 4 March 2021.
  3. "Uri: The Surgical Strike Actor Navtej Hundal Dies In Mumbai". NDTV. Indo-Asian News Service. 9 April 2019. Retrieved 4 March 2021.
  4. India (5 March 2014). "Cast of Mr & Mrs 420 in city". The Indian Express. Retrieved 23 August 2015.
  5. "'Yeh Hai Mohabbatein' actress Avantika Hundal returns to sets after father & 'Uri' actor Navtej Hundal's death". AbpLive. 26 April 2019. Retrieved 4 March 2021.
  6. "Uri actor Navtej Hundal passes away". The Indian Express. 9 April 2019. Retrieved 4 March 2021.

ବାହାର ଲିଙ୍କ୍[ସମ୍ପାଦନା]