ଅନୁସୂୟା

ଉଇକିପିଡ଼ିଆ ରୁ
Jump to navigation Jump to search
ଅନୁସୂୟା
Rama visits Atri.jpg
ଅତ୍ରି ଋଷିଙ୍କ କୁଟୀରରେ ରାମ । ରାମ ଓ ଲକ୍ଷଣଙ୍କ ସାଥିରେ ଅତ୍ରି ବାର୍ତ୍ତାଳାପ କରୁଛନ୍ତି ଓ ଅନୁସୂୟା ସୀତାଙ୍କ ସ‌ହିତ ଅଛନ୍ତି ।
ସବିଶେଷ
Spouse(s)ଅତ୍ରି Atri
Childrenଦୁର୍ବାଶା Durvasa
ଚନ୍ଦ୍ର
ଦତ୍ତାତ୍ରେୟ Dattatreya
ଶୁବାତ୍ରେୟୀ (Shubatreyi)

ଅନୁସୂୟା (ଇଂରାଜୀ ଭାଷାରେ Anasuya, (IAST: Anasūyā, अनसूया "ପରଶ୍ରୀକାତର ଓ ହିଂସା ମୁକ୍ତ"), ଅନ୍ୟ ନାମ ଅନସୂୟା) ହିନ୍ଦୁ କିମ୍ବଦନ୍ତୀ ଅନୁସାରେ ଋଷି ଅତ୍ରିଙ୍କର ପତ୍ନୀ ଥିଲେ । ରାମାୟଣର ଲେଖା ଅନୁସାରେ ସେ ମଧ୍ୟ ପ୍ରଦେଶରେ ଥିବା ଚିତ୍ରକୂଟ (Chitrakuta) ଜଙ୍ଗଲର ଦକ୍ଷିଣ ସୀମାରେ ଥିବା ଏକ କୁଟୀରରେ ତାଙ୍କ ସ୍ୱାମୀଙ୍କ ସ‌ହିତ ବାସ କରୁଥିଲେ । ସେ ତପସ୍ୟାରତ ରହୁଥିଲେ ଓ ବ‌ହୁତ ଧାର୍ମିକା ଥିଲେ । ସେଥିଯୋଗୁ ତାଙ୍କର ବ‌ହୁତ ଆଶ୍ଚର୍ଯ୍ୟ ଜନ‌‌କ ଶକ୍ତି ଥିଲେ ।

ବନବାସ ସମୟରେ ସୀତା ଓ ରାମ ତାଙ୍କୁ ଦେଖିବାକୁ ଯାଇଥିଲେ । ସେତେବେଳେ ଅନୁସୂୟା ତାଙ୍କର ବ‌ହୁତ ଯତ୍ନ ନେଇଥିଲେ । ସୀତାଙ୍କର ସୌନ୍ଦର୍ଯ୍ୟ ଚିରନ୍ତନ ରହିବା ପାଇଁ ସେ ଏକ ମଲମ ଦେଇଥିଲେ । [୧] ଶିବ, ବିଷ୍ଣୁ ଓ ବ୍ରହ୍ମା ତ୍ରିମୁର୍ତ୍ତିଙ୍କର ଦତ୍ତାତ୍ରେୟ (Dattatreya) ଅବତାରର ସେ ମାତା ଥିଲେ; ଶିବଙ୍କ ଦୁର୍ବାସା ଅବତାର ଓ ବ୍ରହ୍ମାଙ୍କର ଚନ୍ଦ୍ରାତ୍ରି (Chandraatri) ଅବତାରମାନଙ୍କର ସେ ମାତା ଥିଲେ । ଚନ୍ଦ୍ର ଦେବଙ୍କର (Moon) ମଧ୍ୟ ସେ ମାତା ଥିଲେ । ଋଷି କର୍ଦ୍ଦମ ଓ ପତ୍ନୀ ଦେବ‌ହୁତିଙ୍କର ସେ କନ୍ୟା ଥିଲେ । କପିଳ (Kapila) ମୁନି ତାଙ୍କର ଭ୍ରାତା ତ‌ଥା ଶିକ୍ଷକ ଥିଲେ । ସତୀ ଅନୁସୂୟା ନାମରେ ତାଙ୍କର ଗୁଣ‌ଗାନ କରାଯାଏ ।

ଶବ୍ଦ ବିନ୍ୟାସ[ସମ୍ପାଦନା]

ଅନୁସୂୟା ଶବ୍ଦର ଦୁଇଟି ଭାଗ ଅଛି; ଅନ ବା ଅନୁ ଓ ଅସୂୟା । ଅସୂୟା ଅର୍ଥ ପରଶ୍ରୀକାତରତା ବା ଈର୍ଷା । ଏହି ଈର୍ଷା ଯାହାର ନାହିଁ ସେ ଅଣ ବା ଅନ ବା ଅନୁ; ଏହା ଏକ ବିଯୁକ୍ତାତ୍ମକ ଶବ୍ଦ । ଅନୁସୂୟା ଅର୍ଥ ଅସୂୟା ରହିତ ବା ଯାହାର କୌଣସି ଅସୂୟା ନାହିଁ ।

ଅତ୍ରି ଓ ଅନୁସୂୟାଙ୍କ କାହାଣୀ[ସମ୍ପାଦନା]

ଭାଗବତ ପୁରାଣରେ (Bhagavata Purana) ସ୍କନ୍ଦ ୩ରେ ଅତ୍ରି ଓ ଅନୂସୂୟାଙ୍କ କାହାଣୀ ଲେଖାଅଛି । ସ୍ୱୟମ୍ଭୁ ମନୁଙ୍କ କନ୍ୟା ଦେବ‌ହୁତିଙ୍କୁ କର୍ଦ୍ଦମ ମୁନୀ ବିବାହ କରିଥିଲେ । ତାଙ୍କର ଦଶଟି ପିଲାଙ୍କ ମଧ୍ୟରୁ ୯ଟି ଝିଅ ଓ ଏକମାତ୍ର ପୁଅ କପିଳ ମହାଋଷି ଯିଏ ବ୍ରହ୍ମାଙ୍କର ଅବତାର ଥିଲେ । ସେହି ନଅ ଝିଅଙ୍କ ମଧ୍ୟରୁ ଅନୁସୂୟା ଅନ୍ୟତମ । ପ୍ରତ୍ୟେକ କନ୍ୟା ଜଣେ ଜଣେ ଋଷିଙ୍କୁ ବିବାହ କରିଥଲେ ଓ ଅନୁସୂୟା ଅତ୍ରି ମହର୍ଷିଙ୍କୁ ବିବାହ କରିଥିଲେ ।[୨]

ଅନୁସୂୟାଙ୍କର ତ୍ରିମୁର୍ତ୍ତି ପରୀକ୍ଷା[ସମ୍ପାଦନା]

ତ୍ରିମୁର୍ତ୍ତିଙ୍କୁ ଅନୁସୂୟା ଖାଦ୍ୟ ଖୁଆଉଛନ୍ତି

ନାରଦ ଋଷିଙ୍କଠାରୁ ତାଙ୍କ ଶ୍ଳୋକ ଓ ଗୀତ ମାଧ୍ୟମରେ ଅନୁସୂୟାଙ୍କର ପ୍ରଶଂସା ଶୁଣି ଲକ୍ଷ୍ମୀ, ସରସ୍ୱତୀ ଓ ପାର୍ବତୀ ମିଶି ସତୀ ଅନୁସୂୟାଙ୍କର ସତୀତ୍ୱ ଶିକ୍ଷା କରିବାକୁ ଇଚ୍ଛା କଲେ । ସେମାନେ ତାଙ୍କର ସ୍ୱାମୀମାନଙ୍କୁ ମାନବ ବେଶରେ ଯାଇ ଅନୁସୂୟାଙ୍କୁ ପରୀକ୍ଷା କରିବାକୁ ଅନୁରୋଧ କଲେ । ଅନୁସୂୟାଙ୍କ ପାଖକୁ ତ୍ରିମୁର୍ତ୍ତି ଯାଇ ପତ୍ନୀଙ୍କ ନିମନ୍ତେ ଭିକ୍ଷା ମାଗିଲେ । ମାତାଙ୍କର ବାତ୍ସଲ୍ୟ ମମତାର ଚକ୍ଷୁଦ୍ୱୟ ତାଙ୍କ ଉପରେ ପଡ଼ିବା କ୍ଷଣି ତ୍ରିମୁର୍ତ୍ତି ଛୋଟ ପିଲାରେ ପରିବର୍ତ୍ତିତ ହୋଇଗଲେ । ଏ ପାଖରେ ପ୍ରଭୁ ପତ୍ନୀମାନେ ସ୍ୱାମୀଙ୍କ ଫେରିବା ପଥକୁ ଅନେଇ ବସିଥିଲେ ଓ ସେମାନେ ନ ଆସିବାରୁ ଅନୁସୂୟାଙ୍କର କୁଟୀରକୁ ଯାଇ ତାଙ୍କର ପରିବର୍ତ୍ତିତ ଚେହେରା ଦେଖିଲେ । ଅନୁସୂୟାଙ୍କୁ ନିଜ ନିଜର ପତିମାନଙ୍କୁ ସ୍ୱରୂପରେ ପରିବର୍ତ୍ତନ କରିବାକୁ ଅନୁରୋଧ କଲେ । ଅନ୍ୟ ଏକ ଲେଖା ଅନୁସାରେ ତିନି ଠାକୁର ଏକ ଦେହ ଓ ତିନି ମୁଣ୍ଡରେ ପରିବର୍ତ୍ତିତ ହୋଇଯାଇଥିଲେ ।

ଆଧାର[ସମ୍ପାଦନା]

  1. Gopal, Madan (1990). K.S. Gautam (ed.). India through the ages. Publication Division, Ministry of Information and Broadcasting, Government of India. p. 66.
  2. Purnendu Narayana Sinha (1950). A Study of the Bhagavata Purana: Or, Esoteric Hinduism. Library of Alexandria. pp. 96–. ISBN 978-1-4655-2506-2.