Jump to content

ଅନୁଶ୍ରୀ (ମାଲାୟାଲମ ଅଭିନେତ୍ରୀ)

ଉଇକିପିଡ଼ିଆ‌ରୁ
ଅନୁଶ୍ରୀ
୨୦୨୩ରେ ଅନୁଶ୍ରୀ
ଜନ୍ମ (1990-10-24) ୨୪ ଅକ୍ଟୋବର ୧୯୯୦ (ବୟସ ୩୩)
କମୁକୁମଚେରୀ, କୋଲ୍ଲାମ ଜିଲ୍ଲା, କେରଳ, ଭାରତ
ବୃତ୍ତିଅଭିନେତ୍ରୀ
ସକ୍ରିୟ ବର୍ଷ୨୦୧୨–ଏବେଯାଏଁ
ପିତାମାତା(s)ମୂରଲୀଧରନ ପିଲ୍ଲାଇ
ଶୋଭନା

ଅନୁଶ୍ରୀ (ଜନ୍ମ: ୨୪ ଅକ୍ଟୋବର ୧୯୯୦) ଜଣେ ଭାରତୀୟ ଅଭିନେତ୍ରୀ ଯିଏକି ମାଲାୟାଲମ କଥାଚିତ୍ରରେ ଅଭିନୟ କରନ୍ତି ।[][] ୨୦୧୨ ମସିହାରେ ମାଲାୟାଲମ କଥାଚିତ୍ର ଡାଇମଣ୍ଡ ନେକଲେସ୍‌ରେ ଜରିଆରେ ସେ ଅଭିନୟ ଆରମ୍ଭ କରିଥିଲେ । ଏହାପରେ ସେ ଅନେକ ମାଲାୟାଲମ କଥାଚିତ୍ରରେ କାମ କରିଛନ୍ତି ।

ପ୍ରାରମ୍ଭିକ ଜୀବନ

[ସମ୍ପାଦନା]

ସେ ୧୯୯୦ ମସିହାର ଅକ୍ଟୋବର ୨୪ ତାରିଖରେ କେରଳର କୋଲ୍ଲାମ ଜିଲ୍ଲାର କାମୁକୁମଚେରୀଠାରେ ଜନ୍ମଗ୍ରହଣ କରିଥିଲେ ।[] ତାଙ୍କ ବାପା ମୂରଲୀଧରନ ଜଣେ ସରକାରୀ କର୍ମଚାରୀ ଥିଲେ ଓ ମାଆଙ୍କ ନାମ ଶୋଭନା ।[] ତାଙ୍କର ଜଣେ ବଡ଼ ଭାଇ ଅଛନ୍ତି ।[] ସେ ଇନ୍ଦିରା ଗାନ୍ଧୀ ମେମୋରିଆଲ୍ ଭୋକେସନାଲ୍ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ମଞ୍ଜକଲା, କୋଲ୍ଲାମରେ ପଢ଼ିଥିଲେ । ଅଭିନୟ ପ୍ରତି ତାଙ୍କର ଆଗ୍ରହ ତାଙ୍କ ସ୍କୁଲ ଦିନରୁ ଆରମ୍ଭ ହୋଇଥିଲା ।

ଅଭିନୟ ଜୀବନ

[ସମ୍ପାଦନା]

ଅନୁଶ୍ରୀ ୨୦୧୨ ମସିହାରେ ସେ ଡାଇମଣ୍ଡ ନେକ୍‌ଲେସ୍ ଜରିଆରେ କଥାଚିତ୍ର ଜଗତରେ କାମ କରିବା ଆରମ୍ଭ କରିଥିଲେ । ସୂର୍ଯ୍ୟ ଟିଭିରେ ପ୍ରସାରିତ ଭିଭେଲ୍ ଆକ୍ଟିଭ୍ ଫାୟାର୍ ବିଗ୍ ବ୍ରେକ୍‌ରେ[] ସେ ଅଂଶଗ୍ରହଣ କରିଥିବାବେଳେ ନିର୍ଦ୍ଦେଶକ ଲାଲ୍ ଜୋସ୍ ତାଙ୍କଦ୍ୱାରା ପ୍ରଭାବିତ ହୋଇଥିଲେ ଏବଂ ତାଙ୍କୁ ଏହି କଥାଚିତ୍ରର ନାୟିକା ଭାବରେ ବାଛିଥିଲେ ।[] ଏହାପରେ ସେ ଲେଫ୍ଟ ରାଇଟ୍ ଲେଫ୍ଟ (୨୦୧୩), ପୁଲିପୁଲିକାଲୁମ୍ ଅଟିଙ୍କୁଟ୍ଟିଯୁମ୍ (2013) ଓ ଆଙ୍ଗ୍ରି ବେବିଜ୍ ଇନ୍ ଲଭ୍ (୨୦୧୪)ରେ ଅଭିନୟ କରିଥିଲେ ।[][] ଇତିହାସା (୨୦୧୪) ଓ ମାଇଁ ଲାଇଫ୍ ପାର୍ଟନର୍ (୨୦୧୪) କଥାଚିତ୍ରରେ ସେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ୨୦୧୬ ମସିହାରେ ସେ ଦିଲୀଶ ପୋଥାନଙ୍କ ମହେଶିଣ୍ଟେ ପ୍ରତିକାରମରେ ଏବଂ ପ୍ରିୟଦର୍ଶନଙ୍କ ଓପାମରେ ପୋଲିସ୍ ଏସିପି ଗଙ୍ଗା ଭୂମିକାରେ ଅଭିନୟ କରିଥିଲେ । ସେ କୋଚାବ୍ବା ପାଓଲୋ ଆୟାପ୍ପା କୋଏଲ୍‌ହୋ (୨୦୧୬), ଓରୁ ସିନେମାକ୍କରନ୍ (୨୦୧୭), ଆଧି (୨୦୧୮) ଭଳି ଚଳଚ୍ଚିତ୍ରରେ କାମ କରିଛନ୍ତି ।

ଅନୁଶ୍ରୀଙ୍କୁ ପ୍ରଥମେ ପୁଲିମୁରୁଗାନ୍ (୨୦୧୬)ରେ ମୋହନଲାଲଙ୍କ ସହ ମୁଖ୍ୟ ନାୟିକା ଭାବରେ କାମ କରିବାର ସୁଯୋଗ ମିଳିଥିଲା, ମାତ୍ର ସ୍ୱାସ୍ଥ୍ୟଗତ ସମସ୍ୟା ହେତୁ କାମ କରିପାରିନଥିଲେ ।[] ସେ ମାମୁଟିଙ୍କ ସହ ଏକ କଥାଚିତ୍ରରେ କାମ କରିଥିଲେ ।[୧୦]

ପୁରସ୍କାର

[ସମ୍ପାଦନା]
କଥାଚିତ୍ର ପୁରସ୍କାର ବର୍ଗ ଫଳାଫଳ ଆଧାର
ଡାଇମଣ୍ଜ ନେକ୍‌ଲେସ୍ ଇଣ୍ଡିଆନ ମୁଭି ଆୱାର୍ଡସ୍ (କତାର) ବିଜେତା [୧୧]
ଇତିହାସା କ୍ୟାମ୍ପସ୍ ଚଏସ୍ ସିନେ ଆୱାର୍ଡ଼ସ୍ ମନୋନୀତ [୧୨]
  1. Krishna, Gayathri (2 August 2013). "Anusree goes urban". Deccan Chronicle. Retrieved 7 December 2013.
  2. ୨.୦ ୨.୧ Sathyendran, Nita (19 July 2003). "Different Step: Actor Anusree on finding her footing in tinsel town". The Hindu. Retrieved 7 December 2013. ଆଧାର ଭୁଲ: Invalid <ref> tag; name "differentstep" defined multiple times with different content
  3. "Mangalam - Varika 15-Dec-2014". Mangalamvarika.com. Archived from the original on 22 December 2014. Retrieved 26 November 2015.{{cite web}}: CS1 maint: unfit URL (link)
  4. "ഐ മിസ് യു" [I Miss U]. Archived from the original on 3 November 2012. Retrieved 8 February 2014.
  5. "I have given 'Diamond Necklace' my best: Anusree". Balcony Beats. 4 May 2012. Retrieved 7 December 2013.
  6. Kurian, Shiba (26 November 2013). "Mollywood turns platform for reality show stars". The Times of India. Archived from the original on 12 December 2013. Retrieved 7 December 2013.
  7. "Actress Anushree starts shooting for her next film". News18/IBN. 21 November 2012. Retrieved 30 May 2018.
  8. Soman, Deepa (30 November 2013). "Actress Anusree in My Life Partner". The Times of India. Archived from the original on 12 December 2013. Retrieved 7 December 2013.
  9. "Anusree Nair missed her chance to act in Mohanlal's Pulimurugan". 17 April 2017.
  10. "Anusree, Mahima Nambiar join Mammootty's Maduraraja - Times of India". The Times of India.
  11. "IMAQ show will be 'innovative, creative'". Gulf Times. 22 April 2013. Retrieved 26 November 2015.
  12. "Campus Cine Awards". Campus Cine Awards. 6 January 2015. Archived from the original on 7 February 2016. Retrieved 26 November 2015.

ବାହାର ଲିଙ୍କ୍

[ସମ୍ପାଦନା]