ଅନୁମୋଲ

ଉଇକିପିଡ଼ିଆ‌ରୁ
ଅନୁମୋଲ‌
ଜନ୍ମ
ନାଦୁଭାତ୍ତମ, କେରଳ, ଭାରତ
ବୃତ୍ତିସମୂହ
  • ଅଭିନେତ୍ରୀ
  • ଭାରତନାଟ୍ୟମ ନର୍ତ୍ତକୀ
ସକ୍ରିୟ ବର୍ଷ୨୦୧୦ – ଏବେଯାଏଁ

ଅନୁମୋଲ ଜଣେ ଭାରତୀୟ ଅଭିନେତ୍ରୀ, ଯିଏକି ମୁଖ୍ୟତଃ ମାଲାୟାଲମ ଓ ତାମିଲ ଭାଷାର କଥାଚିତ୍ରରେ କାମ କରନ୍ତି ।[୧] ୨୦୦୯ ମସିହାରୁ କଥାଚିତ୍ର ଜଗତରେ ସକ୍ରିୟ ହେବା ପରେ ସେ ଚାୟିଲ୍ୟମ୍ (୨୦୧୪), ଇଭାନ ମେଘରୂପାନ (୨୦୧୨), ଆକମ (୨୦୧୧), ବେଦିବାଜିପଡ଼ୁ (୨୦୧୩), ଜାନମ ପ୍ୟାରି (୨୦୧୫) ଭଳି ମାଲାୟାଲମ କଥାଚିତ୍ରରେ କାମ କରିଛନ୍ତି । ୨୦୨୩ ମସିହାରେ ତାଙ୍କ ତାମିଲ ୱେବ୍-ସିରିଜ୍ ଆୟାଲିକୁ ସମୀକ୍ଷକ ଓ ଦର୍ଶକ ଉଭୟ ପସନ୍ଦ କରିଥିଲେ ।[୨][୩][୪][୫][୬][୭]

ଅଭିନୟ ଜୀବନ[ସମ୍ପାଦନା]

୨୦୦୯ ମସିହାରେ ସେ ତାମିଲ କଥାଚିତ୍ର ଜଗତରେ କାମ କରିବା ଆରମ୍ଭ କରିଥିଲେ । ତାଙ୍କ ଅଭିନୀତ ପ୍ରଥମ କଥାଚିତ୍ର ଥିଲା କନ୍ନୁକୁଲେ । ଏହାପରେ ସେ ରାମାର, ସୂରଣ ଆଦି ତାମିଲ କଥାଚିତ୍ରରେ କାମ କରିଥିଲେ । ୨୦୧୨ ମସିହାରେ ସେ ମାଲାୟାଲମ କଥାଚିତ୍ର ଇଭାନ ମେଘରୂପାନରେ କାମ କରିଥିଲେ । ସେ ମାଲାୟାଟ୍ଟୁର ରାମକ୍ରିଷ୍ଣନଙ୍କ ଉପନ୍ୟାସ ଯକ୍ଷି ଉପରେ ଆଧାରିତ କଥାଚିତ୍ର ଅକାମରେ କାମ କରିଥିଲେ । ନିର୍ଦ୍ଦେଶକ ମନୋଜ କାନାଙ୍କ ପ୍ରଥମ କଥାଚିତ୍ର ଚାୟିଲ୍ୟମରେ ସେ ଜଣେ ବିଧବା ଭୂମିକାରେ କାମ କରିଥିଲେ ।[୮]

ସେ ରଣଜିତଙ୍କଦ୍ୱାରା ନିର୍ମିତ କଥାଚିତ୍ର ନିଜାନରେ ଦୁଲକର ସଲମାନଙ୍କ ସହିତ କାମ କରିଥିଲେ ।[୯] ଭି.କେ. ପ୍ରକାଶଙ୍କ ନିର୍ଦ୍ଦେଶିତ କଥାଚିତ୍ର ରକ୍‌ଷ୍ଟାର୍‌ରେ ସେ ଜଣେ ଟମ୍‌ବଏ ଭୂମିକାରେ ଅଭିନୟ କରିଥିଲେ, ଯେଉଁଥିରେ ଜଣେ ଫ୍ୟାସନ ଫଟୋଗ୍ରାଫର ତଥା ମୋଟରସାଇକେଲ ରାଇଡର୍ ଭାବରେ ଅଭିନୟ କରିଥିଲେ ।[୧୦] ଜାତିଗତ ଭେଦଭାବ ଉପରେ ଆଧାରିତ କାହାଣୀକୁ ନେଇ ନିର୍ମିତ କଥାଚିତ୍ର ନିଲାବାରିୟାତେରେ ସେ କାମ କରିଥିଲେ ।[୧୧]

ପୁରସ୍କାର[ସମ୍ପାଦନା]

  • ଏନ୍. ପି. ଆବୁ ସ୍ମାରକୀ ପୁରସ୍କାର ୨୦୧୪[୧୨]
  • ଜେସି ଫାଉଣ୍ଡେସନ ପୁରସ୍କାର ୨୦୧୪[୧୨]

ଆଧାର[ସମ୍ପାଦନା]

  1. Sathyendran, Nita (25 April 2013). "Living the roles". The Hindu. Retrieved 27 November 2013.
  2. "Anumol is excited about her first commercial film". The Times of India. Archived from the original on 3 December 2013. Retrieved 27 November 2013.
  3. "Anumol loves a challenge". Deccan Chronicle. Retrieved 27 November 2013.
  4. "'Aade Londe' girl Anu Mol to act in 'God For Sale'". IBN Live. Archived from the original on 8 December 2013. Retrieved 27 November 2013.
  5. "You won't see me doing blink-and-miss roles: Anumol". The Times of India. Archived from the original on 1 December 2013. Retrieved 27 November 2013.
  6. "anumol-in-celebrity-corner-home-memories". Malayala Manorama. Retrieved 18 January 2018.[dead link]
  7. "അനുമോള്‍ക്ക് എന്ത് പറ്റി ? അമ്പരന്ന് ആരാധകര്‍".
  8. "Chayilyam". Sify. Archived from the original on 26 March 2019.
  9. Deepa Soman (30 August 2014). "Dulquer Salmaan was everyone's sweetheart on Njan's set: Anumol". Times Internet. Retrieved 15 October 2014.
  10. "Anumol's new avatar". Deccanchronicle.com. Retrieved 2022-08-17.
  11. "Nilavariyathe— A social commentary from the past". 10 December 2017.
  12. ୧୨.୦ ୧୨.୧ "The bold and beautiful Anumol – Exclusive Interview". 23 February 2016. Archived from the original on 18 February 2023. Retrieved 2 February 2018.

ବାହାର ଲିଙ୍କ[ସମ୍ପାଦନା]