Jump to content

ଅନୁପଯୁକ୍ତ ସାଇନସ ଟାକିକାର୍ଡ଼ିଆ

ଉଇକିପିଡ଼ିଆ‌ରୁ
Inappropriate sinus tachycardia
ECG of 33-year-old female showing sinus tachycardia at 132 bpm
ବିଭାଗCardiology
ଲକ୍ଷଣPalpitations, chest discomfort, tiredness, shortness of breath, and lightheadedness[]
ଆକ୍ରାନ୍ତ ସମୟSudden[]
ଅବଧିLong-term[]
କାରଣUnclear[]
ରୋଗ ନିର୍ଣ୍ଣୟ ପଦ୍ଧତିAfter ruling out other possible causes[]
ସଠିକ ରୋଗ ନିର୍ଣ୍ଣୟPostural orthostatic tachycardia syndrome, other supraventricular tachycardias including sinus tachycardias due to anemia or high thyroid[][]
ଚିକିତ୍ସାPhysical training, beta blockers, calcium channel blockers, ivabradine, ablation[][]
PrognosisNo effect on life expectancy[][]
ପୁନଃପୌନିକ1% of adults[]

ଅନୁପଯୁକ୍ତ ସାଇନସ ଟାକିକାର୍ଡ଼ିଆ (ଇଂରାଜୀ ଭାଷାରେ Inappropriate sinus tachycardia/ IST ) ହେଉଛି ଏକ ପ୍ରକାର ସାଇନସ ଟାକିକାର୍ଡିଆ ଯାହାର ଲକ୍ଷଣ ଥାଏ କିନ୍ତୁ କାରଣ ଜଣାଯାଏନି । [] ଏହାର ଲକ୍ଷଣ ମଧ୍ୟରେ ଦୃତ ହୃତ୍‌ଗତି, ଛାତି ଅସ୍ୱାଭାବିକତା, ଥକ୍କା, ଅଣନିଶ୍ୱାସ, ଏବଂ ମୁଣ୍ଡ ହାଲୁକା ଲାଗିପାରେ ।[] ଆରମ୍ଭ ସାଧାରଣତଃ ହଠାତ୍ ହୁଏ ଏବଂ ବର୍ଷ ବର୍ଷ ଧରି ଲକ୍ଷଣ ରହିପାରେ ।[] ପ୍ରାୟତଃ ଏଥିରେ ଜୀବନ‌ଚର୍ଯ୍ୟା ପ୍ରଭାବିତ ହୁଏ; ଯଦିଓ ଏହା କ୍ୱଚିତ୍ ଦୀର୍ଘସ୍ଥାୟୀ ହୃତ୍‌ପିଣ୍ଡ ସମସ୍ୟାରେ ପରିଣତ ହୁଏ, ଯେପରିକି କାର୍ଡିଓମାୟୋପାଥି[] []

ଏହାର କାରଣ ଅସ୍ପଷ୍ଟ, ଯଦିଓ ଏହା ପୋଷ୍ଟଭାଇରାଲ୍ ସିଣ୍ଡ୍ରୋମ ଭାବରେ ଦୃଷ୍ଟି ଗୋଚର ହୋଇପାରେ ।[] [] ପ୍ରସ୍ତାବିତ ଯାନ୍ତ୍ରିକ କୌଶଳରେ ଏହା ଅସ୍ୱାଭାବିକ ସାଇନସ୍ ନୋଡ୍, ସ୍ୱୟଂକ୍ରିୟ ସ୍ନାୟୁ ଦୁଷ୍କ୍ରିୟା, ଅଟୋଇମ୍ୟୁନ୍ ଏବଂ ଅସ୍ୱାଭାବିକ ବାରୋରିଫ୍ଲେକ୍ସ ଅନ୍ତର୍ଭୁକ୍ତ ହୋଇପାରେ ।[] [] ହୋଲଟର ମନିଟର ଏବଂ ହୃତ୍‌ପିଣ୍ଡ ଅଲଟ୍ରାସାଉଣ୍ଡ ମାଧ୍ୟମରେ ଅନ୍ୟାନ୍ୟ ରୋଗମାନଙ୍କ ଅନୁପସ୍ଥିତି ନିର୍ଣ୍ଣୟ କରିବା ଆବଶ୍ୟକ ହୁଏ ।[] ବିଶ୍ରାମ ସମୟରେ ଏହାର ହୃତ୍‌ସ୍ପନ୍ଦନ ପ୍ରତି ମିନିଟରେ ୧୦୦ ଥରରୁ ଅଧିକ ଏବଂ ହାରାହାରି ଦିନ‌କୁ ୯୦ ଥରରୁ ଅଧିକ ହୋଇଥାଏ ।[] [] ହୃଦସ୍ପନ୍ଦନ କ୍ରମାଗତ ଭାବରେ ଅଧିକ ରହିପାରେ କିମ୍ବା ଛୋଟ ଛୋଟ ଟ୍ରିଗର ଯେପରିକି ମାନସିକ ଚାପ କିମ୍ବା ବ୍ୟାୟାମ ଯୋଗୁ ଯଥେଷ୍ଟ ବୃଦ୍ଧି ପାଇପାରେ, କିନ୍ତୁ ଅବସ୍ଥିତି ସହିତ ବିଶେଷ ଭାବରେ ଜଡ଼ିତ ନୁହେଁ ।[] [] []

ପରିଚାଳନାରେ ଦୈନିକ କାର୍ଯ୍ୟକଳାପ ସୀମିତ କରାଯାଏ, ଶାରୀରିକ ତାଲିମ ସୁପାରିଶ କରାଯାଏ ଏବଂ କଫିନ୍ ଓ ମଦ୍ୟପାନରୁ ଦୂରେଇ ରହିବାକୁ ଉପଦେଶ ଦିଆଯାଏ ।[] ଔଷଧଗୁଡ଼ିକ ମଧ୍ୟରେ ବିଟା ବ୍ଲକର୍, କ୍ୟାଲସିୟମ୍ ଚ୍ୟାନେଲ୍ ବ୍ଲକର୍, କିମ୍ବା ଇଭାବ୍ରାଡାଇନ ଦିଆଯାଇପାରେ, କିନ୍ତୁ ସେଗୁଡ଼ିକ ସବୁବେଳେ ପ୍ରଭାବଶାଳୀ ହୁଏନି ।[] [] ଆବ୍ଲାସନ୍ ବ୍ୟବହୃତ ହେଉଥିବାବେଳେ ମିଶ୍ରିତ ଫଳାଫଳ ଦେଖାଯାଏ ।[] ପରାମର୍ଶ କିଛି ଲୋକଙ୍କୁ ସାହାଯ୍ୟ କରିପାରେ ।[] କିଛି ମାସ କିମ୍ବା ବର୍ଷ ପରେ ଅବସ୍ଥାର ସମାଧାନ ହୋଇପାରେ ।[] [] ରୋଗ ଦୀର୍ଘକାଳୀନ ହେଲେ ମଧ୍ୟ ଏହା ଆୟୁଷକୁ ପ୍ରଭାବିତ କରୁଥିବା ପରି ଦେଖାଯାଏ ନାହିଁ ।[] []

ଅନୁପଯୁକ୍ତ ସାଇନସ ଟାକିକାର୍ଡିଆ ପ୍ରାୟ ୧% ମଧ୍ୟ ବୟସ୍କଙ୍କୁ ପ୍ରଭାବିତ କରେ ।[] ଏହା ସାଧାରଣତ ୧୫ରୁ ୪୫ ବର୍ଷ ବୟସର ଯୁବକମାନଙ୍କଠାରେ ଦେଖାଯାଏ ।[] [] ମହିଳାମାନେ ପୁରୁଷଙ୍କ ଅପେକ୍ଷା ଚାରି ଗୁଣ ଅଧିକ ପ୍ରଭାବିତ ହୁଅନ୍ତି ।[] [] ଏହି ରୋଗ ଅବସ୍ଥା ପ୍ରଥମେ ୧୯୩୯ ମସିହାରେ କୋଡଭେଲଦ୍ୱାରା ବର୍ଣ୍ଣନା କରାଯାଇଥିଲା; ଯଦିଓ ଏହା ୧୯୭୦ ଦଶକ ପର୍ଯ୍ୟନ୍ତ ଅଧିକ ବିଦିତ ହୋଇନଥିଲା ।[] []

  1. 1 2 3 4 5 6 7 Ali, Muzaffar; Haji, Abdul Qadir; Kichloo, Asim; Grubb, Blair P; Kanjwal, Khalil (2021). "Inappropriate sinus tachycardia: a review". Reviews in Cardiovascular Medicine. IMR Press. 22 (4): 1331–1339. doi:10.31083/j.rcm2204139. ISSN 2153-8174. PMID 34957774.
  2. 1 2 3 4 5 6 7 8 9 10 11 12 13 14 Olshansky, Brian; Sullivan, Renee M. (2013). "Inappropriate Sinus Tachycardia". Journal of the American College of Cardiology. Elsevier BV. 61 (8): 793–801. doi:10.1016/j.jacc.2012.07.074. PMID 23265330.
  3. 1 2 3 4 5 6 7 8 9 10 Peyrol, Michael; Lévy, Samuel (September 2, 2015). "Clinical presentation of inappropriate sinus tachycardia and differential diagnosis". Journal of Interventional Cardiac Electrophysiology. Springer Science and Business Media LLC. 46 (1): 33–41. doi:10.1007/s10840-015-0051-z. ISSN 1383-875X. PMID 26329720. Archived from the original on November 7, 2023. Retrieved November 6, 2023.
  4. 1 2 3 4 5 6 "Inappropriate Sinus Tachycardia (IST)". Archived from the original on 27 April 2024. Retrieved 26 April 2024.
  5. 1 2 3 4 5 Ahmed, A; Pothineni, NVK; Charate, R; Garg, J; Elbey, M; de Asmundis, C; LaMeir, M; Romeya, A; Shivamurthy, P (21 June 2022). "Inappropriate Sinus Tachycardia: Etiology, Pathophysiology, and Management: JACC Review Topic of the Week". Journal of the American College of Cardiology. 79 (24): 2450–2462. doi:10.1016/j.jacc.2022.04.019. PMID 35710196.
  6. "Articles". Cedars-Sinai. Archived from the original on 29 September 2023. Retrieved 26 April 2024.