ଅନିସ ଜଙ୍ଗ

ଉଇକିପିଡ଼ିଆ‌ରୁ
ଅନିସ ଜଙ୍ଗ
ଜନ୍ମ1944 (age ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୨" ।ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୨" ।)ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୨" ।
ଜାତୀୟତାଭାରତୀୟ
ଶିକ୍ଷାନୁଷ୍ଠାନମିଚିଗାନ ବିଶ୍ୱବିଦ୍ୟାଳୟ
ବୃତ୍ତି(ସମୂହ)ଲେଖିକା, ସାମ୍ବାଦିକା, ସ୍ତମ୍ଭାକାର
ପ୍ରସିଦ୍ଧିଅନଭେଲିଂ ଇଣ୍ଡିଆ (୧୯୮୭)

ଅନିସ ଜଙ୍ଗ (ଜନ୍ମ. ହାଇଦ୍ରାବାଦ ୧୯୪୪[୧]) ଜଣେ ଭାରତୀୟ ମହିଳା ଲେଖିକା, ସାମ୍ବାଦିକ ଓ ଭାରତ ତଥା ବିଦେଶର ମୁଖ୍ୟ ଖବରକାଗଜରେ ସ୍ତମ୍ଭାକାର ।[୨] ତାଙ୍କର ପ୍ରସିଦ୍ଧ କାମ ହେଲା, ଅନଭେଲିଂ ଇଣ୍ଡିଆ (୧୯୮୭), ଯାହା ଭାରତରେ ମହିଳାମାନଙ୍କର ବିସ୍ତୃତ ଜୀବନୀ, ମୁଖ୍ୟତଃ ପରଦା ପଛରେ ମୁସଲିମ ମହିଳାଙ୍କ ଜୀବନୀ ଉପରେ ଆଧାରିତ ।[୩]

ଆଦ୍ୟ ଜୀବନ ଓ ଶିକ୍ଷା[ସମ୍ପାଦନା]

ରାଉରକେଲାରେ ଜନ୍ମ ହୋଇଥିବା,[୪] ଅନିସ ହାଇଦ୍ରାବାଦର ଏକ ସମ୍ଭ୍ରାନ୍ତ ପରିବାରର । ତାଙ୍କ ବାପା ନୱାବ୍ ହୋସିଆର୍ ଜଙ୍ଗ ଜଣେ ପ୍ରତିଷ୍ଠିତ ଜ୍ଞାନୀ ଓ କବି, ଓ ହାଇଦ୍ରାବାଦର ଶେଷ ନିଜାମ (ରାଜକୁମାର)ଙ୍କ ଉପଦେଶକର୍ତ୍ତା ଥିଲେ ।[୫] ତାଙ୍କ ମାଆ ଓ ଭାଇ ମଧ୍ୟ ପ୍ରସିଦ୍ଧ ଉର୍ଦ୍ଦୁ କବି ।[୬] ସ୍କୁଲ ଓ ଓସମାନିଆ ମହାବିଦ୍ୟାଳୟରେ ଶିକ୍ଷା ପରେ ସେ ଯୁକ୍ତରାଷ୍ଟ୍ର ଆମେରିକାର ମିଚିଗାନ ବିଶ୍ୱବିଦ୍ୟାଳୟକୁ ଉଚ୍ଚଶିକ୍ଷା ପାଇଁ ଯାଇଥିଲେ ।। ସେ ସେଠାରେ ସାମାଜିକ ବିଜ୍ଞାନ ଓ ଆମେରିକୀୟ ପାଠ୍ୟକ୍ରମରେ ସ୍ନାତ୍ତକୋତର କରିଥିଲେ ।[୭]

ବୃତ୍ତି[ସମ୍ପାଦନା]

ସେ ନିଜର ଲେଖିକା ଜୀବନ ଟାଇମସ୍ ଅଫ୍ ଇଣ୍ଡିଆର ୟୁଥ୍ ଟାଇମସ୍ରୁ ଆରମ୍ଭ କରିଥିଲେ, ଯେଉଁଥିରେ ସେ ୧୯୭୬ରୁ ୧୯୭୯ ପର୍ଯ୍ୟନ୍ତ ସାମ୍ବାଦିକା ଓ ସମ୍ପାଦିକା ଭାବେ କାର୍ଯ୍ୟ କରିଥିଲେ । ସେ ପରେ ଖ୍ରୀଷ୍ଟିଆନ୍ ସାଇନ୍ସ୍ ମନିଟର୍ଇଣ୍ଟରନ୍ୟାସନାଲ୍ ହେରାଲ୍ଡ୍ ଟ୍ରିବ୍ୟୁନ୍ରେ କାର୍ଯ୍ୟ କରିଥିଲେ ।[୮] ଅନିସ ବର୍ତ୍ତମାନ ଦିଲ୍ଲୀରେ ରହୁଛନ୍ତି ।[୫]

ବହି[ସମ୍ପାଦନା]

୧୯୮୭ରେ ଅନଭେଲିଂ ଇଣ୍ଡିଆର ପ୍ରକାଶନ ପରେ ସେ ଲୋକଲୋଚନକୁ ଆସିଥିଲେ, ଯାହା ମବିଳାମାନଙ୍କ ସହ ସାକ୍ଷାତକାରକୁ ନେଇ ଏକ ଭ୍ରମଣ ଡାଏରୀ ଥିଲା । ପରେ ସେ ମହିଳାମାନଙ୍କର ଦୈନ୍ୟନ୍ଦିନ ଜୀବନକୁ ନେଇ କେତେକ ବହି ଲେଖିଥିଲେ, ଯଥା: ନାଇଟ୍ ଅଫ୍ ଦି ନ୍ୟୁ ମୁନ୍: ଏନକାଉଣ୍ଟରସ୍ ୱିଥ୍ ମୁସଲିମ୍ ୱିମେନ୍ ଇନ୍ ଇଣ୍ଡିଆ (୧୯୯୩), ସେଭେନ୍ ସିଷ୍ଟରସ୍ (୧୯୯୪) । ବ୍ରେକିଂ ଦି ସାଇଲେନ୍ସ (୧୯୯୭) ବିଶ୍ୱବ୍ୟାପୀ ମହିଳାମାନଙ୍କ ଜୀବନୀ ଉପରେ ଆଧାରିତ । ଅନଭେଲିଂ ଇଣ୍ଡିଆରେ କଥା ହୋଇଥିବା ମହିଳାମାନଙ୍କର ଝିଅମାନଙ୍କ କଥା ଓ ବହୁତ ଭୟାନକ କଥାକୁ ନେଇ ୨୦୦୩ରେ ବିୟଣ୍ଡ ଦି କୋର୍ଟୟାର୍ଡ ଲେଖିଥିଲେ ।

ତାଙ୍କର ୨୦୦୫ ବହି ଲଷ୍ଟ୍ ସ୍ପ୍ରିଙ୍ଗ୍: ଷ୍ଟୋରିଜ୍ ଅଫ୍ ଦି ଲଷ୍ଟ୍ ଚିଲ୍ଡ୍ରେନ୍, ସମାଜର ତଳ ସ୍ତରର ପିଲାମାନଙ୍କୁ ନେଇ ଓ ଇଡ୍ରିଜ୍ ନାମକ ଏକ ପିଲା, ଯେ ଅପହରଣ ହୋଇଥିଲା ଓ ମିର୍ଜାପୁରର କାର୍ପେଟ୍ ଶିଳ୍ପରେ କାମ କରିବାକୁ ବାଧ୍ୟ ହୋଇଥିଲା, ତାହା ଉପରେ ଆଧାରିତ । ଅନ୍ୟମାନେ ମଦୁଆ ବାପାଙ୍କଦ୍ୱାରା ନିର୍ଯ୍ୟାତିତ ହୋଇଥିଲେ କିମ୍ବା ଶୀଘ୍ର ବିବାହ କରିଥିଲେ କିମ୍ବା ଯୌନ ଶୋଷଣର ଶୀକାର ହୋଇଥିଲେ,[୯] ଯଦିଓ କେତେଜଣ ପ୍ରତିଷ୍ଠିତ ଲାଭବିହୀନ ସରକାରୀ ସଂସ୍ଥାଦ୍ୱାରା ଚାଳିତ ବିଦ୍ୟାଳୟରେ ଶରଣାର୍ଥୀ ହୋଇପାରିଥିଲେ । ଏହି ବହିର ଏକ ଅଂଶ ବହୁତ ଭାରତୀୟ ବିଦ୍ୟାଳୟରେ ଇଂରାଜୀ ଶିକ୍ଷାରେ ଦିଆଯାଉଛି ।[୧] ଜଙ୍ଗ ତାଙ୍କର ଜୀବନ୍ତ ଓ ଜୀବନ୍ତ ବିସ୍ତାର ଶୈଳୀ ପାଇଁ ବିଖ୍ୟାତ ।[୯]

ଜଙ୍ଗଙ୍କ ଅନ୍ୟ ବହି ହେଉଛି, ହ୍ୱେନ୍ ଅ ପ୍ଲେସ୍ ବିକମସ୍ ଅ ପର୍ସନ୍ (୧୯୭୭) ଓ ଦି ସଙ୍ଗ ଅଫ୍ ଇଣ୍ଡିଆ (୧୯୯୦) ।

ପୁସ୍ତକ ତାଲିକା[ସମ୍ପାଦନା]

  • ହ୍ୱେନ୍ ଅ ପ୍ଲେସ୍ ବିକମସ୍ ଅ ପର୍ସନ୍ ବିକାଶ ପ୍ରକାଶନ,୧୯୭୭ ISBN 0-7069-0526-1
  • ଫ୍ଲାସପଏଣ୍ଟସ୍: ପୋଏମସ୍ ଇନ୍ ପ୍ରୋଜ୍ ତରଙ୍ଗ ପେପରବ୍ୟାକସ୍,୧୯୮୧ ISBN 0-7069-1440-6.
  • ଅନଭେଲିଂ ଇଣ୍ଡିଆ, ପେଙ୍ଗୁଇନ୍ ବୁକସ୍, ୧୯୮୭ ISBN 0-14-010344-9
  • ଦି ସଙ୍ଗ ଅଫ୍ ଇଣ୍ଡିଆ ହିମାଳୟାନ୍ ବୁକସ୍, ୧୯୯୦ ISBN 81-7002-055-7
  • ନାଇଟସ୍ ଅଫ୍ ଦି ନ୍ୟୁ ମୁନ୍: ଏନକାଉଣ୍ଟରସ୍ ୱିଥ୍ ମୁସଲିମ୍ ୱିମେନ୍ ଇନ୍ ଇଣ୍ଡିଆ ପେଙ୍ଗୁଇନ୍ ବୁକସ୍, ୧୯୯୩ ISBN 0-14-023405-5
  • ସେଭେନ୍ ସିଷ୍ଟରସ୍: ଏମୋଙ୍ଗ୍ ଦି ୱିମେନ୍ ଅଫ୍ ସାଉଥ୍ ଏସିଆ ପେଙ୍ଗୁଇନ୍ ବୁକସ୍, ୧୯୯୪
  • ବ୍ରେକିଂ ଦି ସାଇଲେନସ୍: ଭଏସେସ୍ ଅଫ୍ ୱିମେନ୍ ଫ୍ରମ୍ ଆରାଉଣ୍ଡ ଦି ୱାର୍ଲ୍ଡ. ପେଙ୍ଗୁଇନ୍ ବୁକ୍ସ୍, ୧୯୯୭ ISBN 92-3-103374-3
  • ଅଲିଭସ୍ ଫ୍ରମ୍ ଜେରିଚୋ: ପିସ୍ ଇନ୍ ୱିଣ୍ଟର୍ ଗାର୍ଡ଼େନସ୍ ୟୁନେସ୍କୋ, ୧୯୯୯ ISBN 92-3-103642-4.
  • ବିୟଣ୍ଡ୍ ଦି କୋର୍ଟୟାର୍ଡ୍: ଅ ସିକ୍ୱେଲ୍ ଟୁ ଅନଭେଲିଂ ଇଣ୍ଡିଆ ଭାଇକିଂ, ୨୦୦୩
  • ଲଷ୍ଟ୍ ସ୍ପ୍ରିଙ୍ଗ୍: ଷ୍ଟୋରିଜ୍ ଅଫ୍ ଷ୍ଟୋଲେନ୍ ଚାଇଲ୍ଡହୁଡ୍. ପେଙ୍ଗୁଇନ୍ ବୁକସ୍, ୨୦୦୫ ISBN 0-14-400016-4.

ଆଧାର[ସମ୍ପାଦନା]

  1. ୧.୦ ୧.୧ NCERT Text Book English Edition
  2. "Indian women lack freedom: Anees Jung". The Hindu. 27 January 2004. Archived from the original on 15 September 2007. Retrieved 25 February 2018.
  3. "Highlighting problems of women, youth". The Tribune. 27 April 2004.
  4. Unveiling India, Penguin Books, 1987. ISBN 0-14-010344-9. page 1
  5. ୫.୦ ୫.୧ Anees Jung Archived 27 September 2010 at the Wayback Machine. Penguin India.
  6. Anees Jung Archived 22 June 2010 at the Wayback Machine. Oxford Bookstore.
  7. Seven sisters: among the women of South Asia. Penguin Books, 1994. p. i
  8. Anees Jung Archived 27 July 2010 at the Wayback Machine. writersfestival.org
  9. ୯.୦ ୯.୧ Jung exposes national shame Hindustan Times, 1 January 2001.