ଅନିସ ଜଙ୍ଗ
ଅନିସ ଜଙ୍ଗ | |
---|---|
ଜନ୍ମ | 1944 (age ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୨" ।–ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୨" ।)ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୨" । |
ଜାତୀୟତା | ଭାରତୀୟ |
ଶିକ୍ଷାନୁଷ୍ଠାନ | ମିଚିଗାନ ବିଶ୍ୱବିଦ୍ୟାଳୟ |
ବୃତ୍ତି(ସମୂହ) | ଲେଖିକା, ସାମ୍ବାଦିକା, ସ୍ତମ୍ଭାକାର |
ପ୍ରସିଦ୍ଧି | ଅନଭେଲିଂ ଇଣ୍ଡିଆ (୧୯୮୭) |
ଅନିସ ଜଙ୍ଗ (ଜନ୍ମ. ହାଇଦ୍ରାବାଦ ୧୯୪୪[୧]) ଜଣେ ଭାରତୀୟ ମହିଳା ଲେଖିକା, ସାମ୍ବାଦିକ ଓ ଭାରତ ତଥା ବିଦେଶର ମୁଖ୍ୟ ଖବରକାଗଜରେ ସ୍ତମ୍ଭାକାର ।[୨] ତାଙ୍କର ପ୍ରସିଦ୍ଧ କାମ ହେଲା, ଅନଭେଲିଂ ଇଣ୍ଡିଆ (୧୯୮୭), ଯାହା ଭାରତରେ ମହିଳାମାନଙ୍କର ବିସ୍ତୃତ ଜୀବନୀ, ମୁଖ୍ୟତଃ ପରଦା ପଛରେ ମୁସଲିମ ମହିଳାଙ୍କ ଜୀବନୀ ଉପରେ ଆଧାରିତ ।[୩]
ଆଦ୍ୟ ଜୀବନ ଓ ଶିକ୍ଷା
[ସମ୍ପାଦନା]ରାଉରକେଲାରେ ଜନ୍ମ ହୋଇଥିବା,[୪] ଅନିସ ହାଇଦ୍ରାବାଦର ଏକ ସମ୍ଭ୍ରାନ୍ତ ପରିବାରର । ତାଙ୍କ ବାପା ନୱାବ୍ ହୋସିଆର୍ ଜଙ୍ଗ ଜଣେ ପ୍ରତିଷ୍ଠିତ ଜ୍ଞାନୀ ଓ କବି, ଓ ହାଇଦ୍ରାବାଦର ଶେଷ ନିଜାମ (ରାଜକୁମାର)ଙ୍କ ଉପଦେଶକର୍ତ୍ତା ଥିଲେ ।[୫] ତାଙ୍କ ମାଆ ଓ ଭାଇ ମଧ୍ୟ ପ୍ରସିଦ୍ଧ ଉର୍ଦ୍ଦୁ କବି ।[୬] ସ୍କୁଲ ଓ ଓସମାନିଆ ମହାବିଦ୍ୟାଳୟରେ ଶିକ୍ଷା ପରେ ସେ ଯୁକ୍ତରାଷ୍ଟ୍ର ଆମେରିକାର ମିଚିଗାନ ବିଶ୍ୱବିଦ୍ୟାଳୟକୁ ଉଚ୍ଚଶିକ୍ଷା ପାଇଁ ଯାଇଥିଲେ ।। ସେ ସେଠାରେ ସାମାଜିକ ବିଜ୍ଞାନ ଓ ଆମେରିକୀୟ ପାଠ୍ୟକ୍ରମରେ ସ୍ନାତ୍ତକୋତର କରିଥିଲେ ।[୭]
ବୃତ୍ତି
[ସମ୍ପାଦନା]ସେ ନିଜର ଲେଖିକା ଜୀବନ ଟାଇମସ୍ ଅଫ୍ ଇଣ୍ଡିଆର ୟୁଥ୍ ଟାଇମସ୍ରୁ ଆରମ୍ଭ କରିଥିଲେ, ଯେଉଁଥିରେ ସେ ୧୯୭୬ରୁ ୧୯୭୯ ପର୍ଯ୍ୟନ୍ତ ସାମ୍ବାଦିକା ଓ ସମ୍ପାଦିକା ଭାବେ କାର୍ଯ୍ୟ କରିଥିଲେ । ସେ ପରେ ଖ୍ରୀଷ୍ଟିଆନ୍ ସାଇନ୍ସ୍ ମନିଟର୍ ଓ ଇଣ୍ଟରନ୍ୟାସନାଲ୍ ହେରାଲ୍ଡ୍ ଟ୍ରିବ୍ୟୁନ୍ରେ କାର୍ଯ୍ୟ କରିଥିଲେ ।[୮] ଅନିସ ବର୍ତ୍ତମାନ ଦିଲ୍ଲୀରେ ରହୁଛନ୍ତି ।[୫]
ବହି
[ସମ୍ପାଦନା]୧୯୮୭ରେ ଅନଭେଲିଂ ଇଣ୍ଡିଆର ପ୍ରକାଶନ ପରେ ସେ ଲୋକଲୋଚନକୁ ଆସିଥିଲେ, ଯାହା ମବିଳାମାନଙ୍କ ସହ ସାକ୍ଷାତକାରକୁ ନେଇ ଏକ ଭ୍ରମଣ ଡାଏରୀ ଥିଲା । ପରେ ସେ ମହିଳାମାନଙ୍କର ଦୈନ୍ୟନ୍ଦିନ ଜୀବନକୁ ନେଇ କେତେକ ବହି ଲେଖିଥିଲେ, ଯଥା: ନାଇଟ୍ ଅଫ୍ ଦି ନ୍ୟୁ ମୁନ୍: ଏନକାଉଣ୍ଟରସ୍ ୱିଥ୍ ମୁସଲିମ୍ ୱିମେନ୍ ଇନ୍ ଇଣ୍ଡିଆ (୧୯୯୩), ସେଭେନ୍ ସିଷ୍ଟରସ୍ (୧୯୯୪) । ବ୍ରେକିଂ ଦି ସାଇଲେନ୍ସ (୧୯୯୭) ବିଶ୍ୱବ୍ୟାପୀ ମହିଳାମାନଙ୍କ ଜୀବନୀ ଉପରେ ଆଧାରିତ । ଅନଭେଲିଂ ଇଣ୍ଡିଆରେ କଥା ହୋଇଥିବା ମହିଳାମାନଙ୍କର ଝିଅମାନଙ୍କ କଥା ଓ ବହୁତ ଭୟାନକ କଥାକୁ ନେଇ ୨୦୦୩ରେ ବିୟଣ୍ଡ ଦି କୋର୍ଟୟାର୍ଡ ଲେଖିଥିଲେ ।
ତାଙ୍କର ୨୦୦୫ ବହି ଲଷ୍ଟ୍ ସ୍ପ୍ରିଙ୍ଗ୍: ଷ୍ଟୋରିଜ୍ ଅଫ୍ ଦି ଲଷ୍ଟ୍ ଚିଲ୍ଡ୍ରେନ୍, ସମାଜର ତଳ ସ୍ତରର ପିଲାମାନଙ୍କୁ ନେଇ ଓ ଇଡ୍ରିଜ୍ ନାମକ ଏକ ପିଲା, ଯେ ଅପହରଣ ହୋଇଥିଲା ଓ ମିର୍ଜାପୁରର କାର୍ପେଟ୍ ଶିଳ୍ପରେ କାମ କରିବାକୁ ବାଧ୍ୟ ହୋଇଥିଲା, ତାହା ଉପରେ ଆଧାରିତ । ଅନ୍ୟମାନେ ମଦୁଆ ବାପାଙ୍କଦ୍ୱାରା ନିର୍ଯ୍ୟାତିତ ହୋଇଥିଲେ କିମ୍ବା ଶୀଘ୍ର ବିବାହ କରିଥିଲେ କିମ୍ବା ଯୌନ ଶୋଷଣର ଶୀକାର ହୋଇଥିଲେ,[୯] ଯଦିଓ କେତେଜଣ ପ୍ରତିଷ୍ଠିତ ଲାଭବିହୀନ ସରକାରୀ ସଂସ୍ଥାଦ୍ୱାରା ଚାଳିତ ବିଦ୍ୟାଳୟରେ ଶରଣାର୍ଥୀ ହୋଇପାରିଥିଲେ । ଏହି ବହିର ଏକ ଅଂଶ ବହୁତ ଭାରତୀୟ ବିଦ୍ୟାଳୟରେ ଇଂରାଜୀ ଶିକ୍ଷାରେ ଦିଆଯାଉଛି ।[୧] ଜଙ୍ଗ ତାଙ୍କର ଜୀବନ୍ତ ଓ ଜୀବନ୍ତ ବିସ୍ତାର ଶୈଳୀ ପାଇଁ ବିଖ୍ୟାତ ।[୯]
ଜଙ୍ଗଙ୍କ ଅନ୍ୟ ବହି ହେଉଛି, ହ୍ୱେନ୍ ଅ ପ୍ଲେସ୍ ବିକମସ୍ ଅ ପର୍ସନ୍ (୧୯୭୭) ଓ ଦି ସଙ୍ଗ ଅଫ୍ ଇଣ୍ଡିଆ (୧୯୯୦) ।
ପୁସ୍ତକ ତାଲିକା
[ସମ୍ପାଦନା]- ହ୍ୱେନ୍ ଅ ପ୍ଲେସ୍ ବିକମସ୍ ଅ ପର୍ସନ୍ ବିକାଶ ପ୍ରକାଶନ,୧୯୭୭ ISBN 0-7069-0526-1
- ଫ୍ଲାସପଏଣ୍ଟସ୍: ପୋଏମସ୍ ଇନ୍ ପ୍ରୋଜ୍ ତରଙ୍ଗ ପେପରବ୍ୟାକସ୍,୧୯୮୧ ISBN 0-7069-1440-6.
- ଅନଭେଲିଂ ଇଣ୍ଡିଆ, ପେଙ୍ଗୁଇନ୍ ବୁକସ୍, ୧୯୮୭ ISBN 0-14-010344-9
- ଦି ସଙ୍ଗ ଅଫ୍ ଇଣ୍ଡିଆ ହିମାଳୟାନ୍ ବୁକସ୍, ୧୯୯୦ ISBN 81-7002-055-7
- ନାଇଟସ୍ ଅଫ୍ ଦି ନ୍ୟୁ ମୁନ୍: ଏନକାଉଣ୍ଟରସ୍ ୱିଥ୍ ମୁସଲିମ୍ ୱିମେନ୍ ଇନ୍ ଇଣ୍ଡିଆ ପେଙ୍ଗୁଇନ୍ ବୁକସ୍, ୧୯୯୩ ISBN 0-14-023405-5
- ସେଭେନ୍ ସିଷ୍ଟରସ୍: ଏମୋଙ୍ଗ୍ ଦି ୱିମେନ୍ ଅଫ୍ ସାଉଥ୍ ଏସିଆ ପେଙ୍ଗୁଇନ୍ ବୁକସ୍, ୧୯୯୪
- ବ୍ରେକିଂ ଦି ସାଇଲେନସ୍: ଭଏସେସ୍ ଅଫ୍ ୱିମେନ୍ ଫ୍ରମ୍ ଆରାଉଣ୍ଡ ଦି ୱାର୍ଲ୍ଡ. ପେଙ୍ଗୁଇନ୍ ବୁକ୍ସ୍, ୧୯୯୭ ISBN 92-3-103374-3
- ଅଲିଭସ୍ ଫ୍ରମ୍ ଜେରିଚୋ: ପିସ୍ ଇନ୍ ୱିଣ୍ଟର୍ ଗାର୍ଡ଼େନସ୍ ୟୁନେସ୍କୋ, ୧୯୯୯ ISBN 92-3-103642-4.
- ବିୟଣ୍ଡ୍ ଦି କୋର୍ଟୟାର୍ଡ୍: ଅ ସିକ୍ୱେଲ୍ ଟୁ ଅନଭେଲିଂ ଇଣ୍ଡିଆ ଭାଇକିଂ, ୨୦୦୩
- ଲଷ୍ଟ୍ ସ୍ପ୍ରିଙ୍ଗ୍: ଷ୍ଟୋରିଜ୍ ଅଫ୍ ଷ୍ଟୋଲେନ୍ ଚାଇଲ୍ଡହୁଡ୍. ପେଙ୍ଗୁଇନ୍ ବୁକସ୍, ୨୦୦୫ ISBN 0-14-400016-4.
ଆଧାର
[ସମ୍ପାଦନା]- ↑ ୧.୦ ୧.୧ NCERT Text Book English Edition
- ↑ "Indian women lack freedom: Anees Jung". The Hindu. 27 January 2004. Archived from the original on 15 September 2007. Retrieved 25 February 2018.
- ↑ "Highlighting problems of women, youth". The Tribune. 27 April 2004.
- ↑ Unveiling India, Penguin Books, 1987. ISBN 0-14-010344-9. page 1
- ↑ ୫.୦ ୫.୧ Anees Jung Archived 27 September 2010 at the Wayback Machine. Penguin India.
- ↑ Anees Jung Archived 22 June 2010 at the Wayback Machine. Oxford Bookstore.
- ↑ Seven sisters: among the women of South Asia. Penguin Books, 1994. p. i
- ↑ Anees Jung Archived 27 July 2010 at the Wayback Machine. writersfestival.org
- ↑ ୯.୦ ୯.୧ Jung exposes national shame Hindustan Times, 1 January 2001.
- ୧୯୪୪ ଜନ୍ମ
- ଜୀବିତ ବ୍ୟକ୍ତି
- ରାଉରକେଲାର ଲୋକ
- ଭାରତୀୟ ମହିଳା ସାମ୍ବାଦିକ
- ବିଂଶ ଶତାବ୍ଦୀର ଭାରତୀୟ ସାମ୍ବାଦିକ
- ଭାରତୀୟ ମହିଳା ସ୍ତମ୍ଭାକାର
- ହାଇଦ୍ରାବାଦର ଲେଖିକା
- ଭାରତୀୟ ମୁସ୍ଲିମ୍
- ଭାରତୀୟ ଭ୍ରାମ୍ୟମାଣ ଲେଖିକା
- ଭାରତୀୟ ସ୍ତମ୍ଭାକାର
- ବିଂଶ ଶତାବ୍ଦୀର ଭାତୀୟ ମହିଳା ଲେଖିକା
- ବିଂଶ ଶତାବ୍ଦୀର ଭାରତୀୟ ଲେଖିକା
- ଓଡ଼ିଆ ସାମ୍ବାଦିକ
- ଭାରତୀୟ ମହିଳା ଭ୍ରାମ୍ୟମାଣ ଲେଖିକା
- ତେଲେଙ୍ଗାନା ମହିଳା ଲେଖିକା
- ଓଡ଼ିଆ ମହିଳା ଲେଖିକା