Jump to content

ଅନସୁଭିମାବ

ଉଇକିପିଡ଼ିଆ‌ରୁ
ଅନସୁଭିମାବ
Monoclonal antibody
TypeWhole antibody
SourceHuman
TargetZaire ebolavirus
Clinical data
Trade namesEbanga
SynonymsAnsuvimab-zykl, mAb114
data
Routes of
administration
Intravenous
Legal status
Legal status
Chemical and physical data
FormulaC6368H9924N1724O1994S44
Molar mass୧,୪୩,୯୫୦.୧୫ g·mol−1

ଅନସୁଭିମାବ (ଇଂରାଜୀ ଭାଷାରେ Ansuvimab), ଏବଙ୍ଗ ଏହାର ଏକ ବେପାର ନାମ, ହେଉଛି ଏକ ଔଷଧ ଯାହା ଜାଇରେ ଇବୋଲାଭୂତାଣୁ କାରଣରୁ ହେଉଥିବା ଇବୋଲା ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୨] ଗର୍ଭାବସ୍ଥାରେ ସ‌ହିତ ଏହା ଯେ କୌଣସି ବୟସରେ ବ୍ୟବହୃତ ହୋଇପାରେ ।[୨] ଏହା ଏକ ଶିରାରେ ଇଞ୍ଜେକସନ ଆକାରରେ ଦିଆଯାଏ ।[୨]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଜ୍ୱର, ଦ୍ରୁତ ହୃଦ୍‌ଗତି, ତରଳ ଝାଡ଼ା, ବାନ୍ତି, ନିମ୍ନ ରକ୍ତଚାପ ହୋଇପାରେ ।[୨] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆଲର୍ଜି ପ୍ରତିକ୍ରିୟା ହୋଇପାରେ ।[୨] ଜୀବନ୍ତ ଇବୋଲା ଟିକା ସହିତ ଏକ ସମୟରେ ଏହା ବ୍ୟବହାର କଲେ ଟିକା ପ୍ରଭାବକୁ ହ୍ରାସ କରିପାରେ ।[୨] ଏହା ଏକ ମୋନୋକ୍ଲୋନାଲ ଆଣ୍ଟିବଡି ଯାହା ଜାଇରେ ଇବୋଲାଭାଇରସ୍ ଗ୍ଲାଇକୋପ୍ରୋଟେନ୍ ସହିତ ସଂଲଗ୍ନ ହୋଇ କାର୍ଯ୍ୟକ୍ଷମ ହୁଏ ।[୨]

୨୦୨୦ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଅନସୁଭିମାବ ଅନୁମୋଦିତ ହୋଇଥିଲା [୨] ଏହା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଜରୁରୀ ଔଷଧ ତାଲିକାରେ ଲିପିବଦ୍ଧ ଅଛି ।[୩] ଏହା ମୂଳତଃ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ ହେଲ୍‌ଥଦ୍ୱାରା (NIH) ନିର୍ମିତ ହୋଇଥିଲା ଯିଏ ଏହାକୁ ଉତ୍ପାଦନ ପାଇଁ ରିଜବ୍ୟାକ୍ ବାୟୋଥେରାପିଟିକ୍ସକୁ ଲାଇସେନ୍ସ ଦେଇଥିଲା ।[୪] ବାୟୋମେଟିକାଲ୍ ଆଡଭାନ୍ସଡ ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ ଅଥରିଟି (ବାରଡା) ପରବର୍ତ୍ତୀ ବିକାଶ ପାଇଁ ପ୍ରାୟ ୧୧ ମିଲିଅନ ଡଲାର ପ୍ରଦାନ କରିଛି ।[୪]

ଆଧାର[ସମ୍ପାଦନା]

  1. "FDA Approves Treatment for Ebola Virus". U.S. Food and Drug Administration. 21 December 2020. Archived from the original on 1 November 2022. Retrieved 23 December 2020.  This article incorporates text from this source, which is in the public domain.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ ୨.୭ "DailyMed - EBANGA- ansuvimab kit". dailymed.nlm.nih.gov. Archived from the original on 25 October 2021. Retrieved 1 November 2022.
  3. World Health Organization (2023). The selection and use of essential medicines 2023: web annex A: World Health Organization model list of essential medicines: 23rd list (2023). Geneva: World Health Organization. hdl:10665/371090. WHO/MHP/HPS/EML/2023.02.
  4. ୪.୦ ୪.୧ "Ebanga (ansuvimab-zykl) for the Treatment of Zaire Ebolavirus Infection". Clinical Trials Arena. Archived from the original on 1 November 2022. Retrieved 1 November 2022.