ଅନନ୍ତ ଚରଣ ତ୍ରିପାଠୀ
ଦେଖଣା
ଅନନ୍ତ ଚରଣ ତ୍ରିପାଠୀ | |
|---|---|
ଅନନ୍ତ ଚରଣ ତ୍ରିପାଠୀ | |
| ବିଧାୟକ: ୨ୟ ଓଡ଼ିଶା ବିଧାନ ସଭା | |
| କାର୍ଯ୍ୟକାଳ ୧୯୫୭ – ୧୯୬୧ | |
| ପୂର୍ବ ଅଧିକାରୀ | ଅନନ୍ତ ଚରଣ ତ୍ରିପାଠୀ |
| ପର ଅଧିକାରୀ | ପଦ୍ମ ଚରଣ ନାଏକ |
| ନିର୍ବାଚନ ମଣ୍ଡଳୀ | ରାଜନଗର |
| ବ୍ୟକ୍ତିଗତ ସବିଶେଷ | |
| ଜନ୍ମ | ମାର୍ଚ୍ଚ ୯, ୧୯୨୧ |
| ମୃତ୍ୟୁ | ୨୩ ଡିସେମ୍ବର ୨୦୦୪ (ବୟସ ୮୩) |
| ନାଗରିକତା | ଭାରତୀୟ |
| ଜାତୀୟତା | ଭାରତୀୟ |
| ରାଜନୀତିକ ଦଳ | ସ୍ୱାଧୀନ |
| ଜୀବନ ସାଥୀ | ସୁଶୀଳା ତ୍ରିପାଠୀ |
| ବୃତ୍ତି | ରାଜନୀତିଜ୍ଞ |
ଅନନ୍ତ ଚରଣ ତ୍ରିପାଠୀ (୯ ମାର୍ଚ୍ଚ ୧୯୨୧ - ୨୩ ଡିସେମ୍ବର ୨୦୦୪) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୫୭ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ରାଜନଗର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୨ୟ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]
ଜନ୍ମ, ପରିବାର ଓ ଶିକ୍ଷା
[ସମ୍ପାଦନା]ଅନନ୍ତ ଚରଣ ତ୍ରିପାଠୀ ୧୯୨୧ ମସିହାର ମାର୍ଚ୍ଚ ମାସ ୯ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପତ୍ନୀଙ୍କ ନାମ ସୁଶୀଳା ତ୍ରିପାଠୀ ।[୧] ଅନନ୍ତଙ୍କର ଶିକ୍ଷାଗତ ଯୋଗ୍ୟତା ଥିଲା ମାଟ୍ରିକ୍ରୁ କମ୍ ।[୧]
ରାଜନୈତିକ ଜୀବନ
[ସମ୍ପାଦନା]ଅନନ୍ତ ଚରଣ ତ୍ରିପାଠୀ ଓଡ଼ିଶା ବିଧାସଭା ନିର୍ବାଚନରେ ସ୍ୱାଧୀନ ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ି ବିଜୟୀ ହୋଇଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ ।[୧]
ମୃତ୍ୟୁ
[ସମ୍ପାଦନା]ଅନନ୍ତ ଚରଣ ତ୍ରିପାଠୀ ୨୦୦୪ ମସିହାର ଡିସେମ୍ବର ମାସ ୨୩ ତାରିଖରେ ମୃତ୍ୟୁବରଣ କରିଥିଲେ ।[୧] ମୃତ୍ୟୁବେଳକୁ ତାଙ୍କୁ ୮୩ ବର୍ଷ ବୟସ ହୋଇଥିଲା ।