ଅଞ୍ଜୋରି ଅଲଗ

ଉଇକିପିଡ଼ିଆ‌ରୁ
ଅଞ୍ଜୋରି ଅଲଗ
୨୦୧୨ ମସିହାରେ ଅଲଗ
ଜନ୍ମ
ଅଞ୍ଜୋରି ଅଲଗ

ଅନ୍ୟ ନାମଅଞ୍ଜୋରି ସୁନୀଲ ଅଲଗ
ବୃତ୍ତିଅଭିନେତ୍ରୀ
ସକ୍ରିୟ ବର୍ଷ୨୦୦୭–୨୦୧୪
ପିତାମାତାs
ସମ୍ପର୍କୀୟସମୀର ନାୟାର (ଭିଣେଇ)

ଅଞ୍ଜୋରି ଅଲଗ ଜଣେ ପୂର୍ବତନ ଭାରତୀୟ ଅଭିନେତ୍ରୀ ତଥା ମଡେଲ । ସେ ଅଭିନେତ୍ରୀ ମାୟା ଅଲଗ ଓ ସୁନୀଲ ଅଲଗଙ୍କ ଝିଅ । ସେ ୪ ବର୍ଷ ବୟସରେ ଏକ ବିଜ୍ଞାପନରେ ପ୍ରଥମେ କାମ କରିଥିଲେ । ୨୦୦୭ ମସିହାରେ ସେ ବିକ୍ରମ ଭଟ୍ଟଙ୍କ କଥାଚିତ୍ର ଲାଇଫ୍ ମେଁ କଭି କଭି ଜରିଆରେ କଥାଚିତ୍ର ଜଗତରେ କାମ କରିବା ଆରମ୍ଭ କରିଥିଲେ । ସେ ଜଣେ ତାଲିମପ୍ରାପ୍ତ କଥକ ନୃତ୍ୟଶିଳ୍ପୀ ।[୧]

ଜନ୍ମ ଓ ପରିବାର[ସମ୍ପାଦନା]

ଅଞ୍ଜୋରି ପଞ୍ଜାବର ଲୁଧିଆନାରେ ସେ ଏକ ପଞ୍ଜାବୀ ପରିବାରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ମାଆ ମାୟା ଅଲଗ ହିନ୍ଦୀ କଥାଚିତ୍ର ଜଗତର ଜଣେ ଜଣାଶୁଣା ଅଭିନେତ୍ରୀ ଓ ପିତା ସୁନୀଲ ଅଲଗ ବ୍ରିଟାନିଆ ଇଣ୍ଡଷ୍ଟ୍ରିଜ୍ରର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଥିଲେ ।

ପେଷା[ସମ୍ପାଦନା]

ଅଞ୍ଜୋରି ଅଲଗ ଚାରି ବର୍ଷ ବୟସରେ ବିଜ୍ଞାପନରେ ଅଭିନୟ କରିବା ଆରମ୍ଭ କରିଥିଲେ ଏବଂ ପ୍ରହ୍ଲାଦ କକ୍କରଙ୍କ ସହ ମ୍ୟାଗି ଓ କୋଡାକ୍ ପାଇଁ ସେ ଅନେକ ବିଜ୍ଞାପନ କରିଥିଲେ । ୧୦ ବର୍ଷ ବୟସରେ, ସେ ପାଠପଢ଼ା ପାଇଁ ଅଭିନୟ ଛାଡ଼ିଥିଲେ । ସେ ଓହିଓରେ ଅର୍ଥନୀତି ଏବଂ ବ୍ୟବସାୟ ପରିଚାଳନା ଅଧ୍ୟୟନ କରିବାକୁ ଆମେରିକା ଯାଇଥିଲେ । ଗ୍ରୀଷ୍ମ ଛୁଟି ସମୟରେ, ସେ ଷ୍ଟାନଫୋର୍ଡ ଆକ୍ଟିଂ ସ୍କୁଲରେ ଅଧ୍ୟୟନ କରିଥିଲେ ଏବଂ ଭାରତ ଫେରିବା ପରେ ସେ କିଶୋର ନମିତ କପୁର ଅଭିନୟ ପ୍ରତିଷ୍ଠାନରେ ତାଲିମ ନେଇଥିଲେ । ୨୦୦୭ ମସିହାରେ ବିକ୍ରମ ଭଟ୍ଟଙ୍କଦ୍ୱାରା ନିର୍ମିତ ହିନ୍ଦୀ କଥାଚିତ୍ର ଲାଇଫ୍ ମେଁ କଭି କଭି ଜରିଆରେ ସେ ହିନ୍ଦୀ କଥାଚିତ୍ର ଜଗତରେ କାମ କରିବା ଆରମ୍ଭ କରିଥିଲେ । ଏହା ପରେ ସେ ୧୯୨୦ କଥାଚିତ୍ରରେ ଅଭିନୟ କରିଥିଲେ, ଯାହା ବ୍ୟବସାୟିକ ସଫଳତା ପାଇବା ସହିତ ସମୀକ୍ଷକଙ୍କଦ୍ୱାରା ପ୍ରଶଂସିତ ହୋଇଥିଲା । ସେ ଇମାଜିନ୍ ଟିଭିରେ ପ୍ରସାରିତ ଧାରାବାହିକ ସୀତା ଔର୍ ଗୀତାରେ ଅଭିନୟ କରିଥିଲେ ।

ଅଭିନୀତ କଥାଚିତ୍ର[ସମ୍ପାଦନା]

ବର୍ଷ କଥାଚିତ୍ର ଭୂମିକା ଟିପ୍ପଣୀ
୨୦୦୭ ଲାଇଫ୍ ମେଁ କଭି କଭି ଇଶିତା ଶର୍ମା ପ୍ରଥମ ହିନ୍ଦୀ କଥାଚିତ୍ର
୨୦୦୮ ୧୯୨୦ ଗାୟତ୍ରୀ ତେଲୁଗୁ ଭାଷାରେ ମଧ୍ୟ ଡବିଂ କରାଯାଇଥିଲା
୨୦୦୯ ଫେମ୍ ଇଂରାଜୀ
୨୦୧୪ ମଞ୍ଜୁନାଥ ସୁଜାତା

ଅଭିନୀତ ଧାରାବାହିକ[ସମ୍ପାଦନା]

ବର୍ଷ ଧାରାବାହିକ ଭୂମିକା (ଗୁଡ଼ିକ) ଚ୍ୟାନେଲ୍ ମନ୍ତବ୍ୟ
୨୦୦୯ ସୀତା ଔର୍ ଗୀତା ସୀତା/ଗୀତା ଇମାଜିନ୍ ଟିଭି ଦ୍ୱେତ ଭୂମିକା

ଆଧାର[ସମ୍ପାଦନା]

  1. "I liked the lovemaking scene in KANK, says Anjori Alagh". Daily News and Analysis. 14 March 2007. Archived from the original on 27 December 2016. Retrieved 14 May 2010.

ବାହାର ଲିଙ୍କ୍[ସମ୍ପାଦନା]