ଅଗ୍ରବାହୁ ଭଗ୍ନ

ଉଇକିପିଡ଼ିଆ‌ରୁ
ଅଗ୍ରବାହୁ ଭଗ୍ନ
Radius and ulna fracture
ଫାଇଲ:Midshaft-fractures-of-the-radius-and-ulna.jpg
Midshaft fracture of the radius and ulna
ବିଭାଗOrthopedics
ଲକ୍ଷଣPain, swelling, bruising, deformity[୧]
ଆକ୍ରାନ୍ତ ସମୟSudden[୧]
କାରଣFalling on an outstretched arm, direct blow, motor vehicle collision[୧][୨]
ବିପଦ କାରକOsteoporosis, bone tumor[୩]
ରୋଗ ନିର୍ଣ୍ଣୟ ପଦ୍ଧତିX-ray[୨]
ଔଷଧPain medication[୨]
ଚିକିତ୍ସାSplint, sling, realignment, immobilization[୨][୪]
ପୁନଃପୌନିକRelatively common[୨][୫]

ଅଗ୍ରବାହୁ ଭଗ୍ନ କ‌ହନ୍ତି ଯେତେବେଳେ ଅଗ୍ରବାହୁରେ ଥିବା ହାଡ଼ ଭାଙ୍ଗିଯାଏ; ଏହା ଏକ ବା ଏକାଧିକ ଭାଙ୍ଗିବା ହୋଇପାରେ ଯେପରିକି ରାଡିଅସ ଭଙ୍ଗା, ଅଲନା ଭଙ୍ଗା, କିମ୍ବା ଉଭୟ ଭଙ୍ଗା ହୋଇପାରେ ।[୬] ଏହି ଭଙ୍ଗା ସାଥିରେ କଚଟି (wrist) କିମ୍ବା କ‌ହୁଣୀ ଗଣ୍ଠିର କ୍ଷତି ମଧ୍ୟ ହୋଇପାରେ ।[୧] ଏହାର ଲକ୍ଷଣରେ ସାଧାରଣତଃ ଯନ୍ତ୍ରଣା, ଫୁଲା, ଏବଂ ଛୋଟ କିମ୍ବା ବଙ୍କା ଦେଖାଯାଇପାରେ ।[୧] ଅନ୍ୟାନ୍ୟ ଲକ୍ଷଣ ମଧ୍ୟରେ କାଲୁଆ, ଦୁର୍ବଳତା କିମ୍ବା ବ୍ରୁଇସ ବା କ୍ଷତ ଚିହ୍ନ ଥାଇପାରେ ।[୧]

ସବୁଠାରୁ ସାଧାରଣ କାରଣ ହେଉଛି ଏକ ବିସ୍ତାରିତ ବାହୁ (ଲମ୍ବ ଭାବରେ) ଭୂମି ଉପରେ ଖସି ପଡ଼ିଯିବା ।[୨] ଅନ୍ୟାନ୍ୟ କାରଣ ହେଉଛି ବାହୁରେ ସିଧାସଳଖ ଆଘାତ କିମ୍ବା ଯାନ ଧକ୍କା ।[୧] ବିପଦ କାରକଗୁଡ଼ିକ ମଧ୍ୟରେ ଅଷ୍ଟିଓପୋରୋସିସ୍ କିମ୍ବା ଅସ୍ଥି ଅର୍ବୁଦ ଉପସ୍ଥିତି ଅନ୍ତର୍ଭୁକ୍ତ ।[୩] ସାଧାରଣତଃ ବାହୁ ସ‌ହିତ କ‌ହୁଣୀ ଏବଂ କଚଟିର ସାମନା ଓ ପାର୍ଶ୍ୱ ଭାଗର ରଞ୍ଜନରଶ୍ମି କରି ଭଙ୍ଗାର ପ୍ରକାରକୁ ନିଶ୍ଚିତ କରାଯାଇପାରେ ।[୭]

ରୋଗୀକୁ ପ୍ରଥମେ ଏକ ସ୍ପ୍ଲିଣ୍ଟ ଏବଂ ସ୍ଲିଙ୍ଗ ଦିଆଯାଇପାରେ ।[୨] ଲକ୍ଷ୍ୟ ହେଉଛି ବାହୁର ମୋଡ଼ିବା କ୍ଷମତା ବଞ୍ଚାଇବା ।[୪] ବିଶ୍ରାମ, ବାହୁକୁ ଉପରକୁ ଉଠାଇ ରଖିବା, ବରଫ ପ୍ରୟୋଗ କରିବା ଏବଂ ଯନ୍ତ୍ରଣା ନିବାରକ ଔଷଧ ଖାଇବାଦ୍ୱାରା ଯନ୍ତ୍ରଣା ଏବଂ ଫୁଲା ନିୟନ୍ତ୍ରଣ ହୋଇପାରିବ ।[୨] ଭଙ୍ଗା ହାଡଗୁଡିକ ଆଭ୍ୟନ୍ତରୀଣ କିମ୍ବା ବାହ୍ୟ ଉପାୟରେ ପୁନଃ ନିର୍ମାଣ କରାଯାଇପାରେ ।[୪] ଯଦି ଗଣ୍ଠି ମଧ୍ୟ ସ୍ଥାନ ଚ୍ୟୁତ ଅଛି, ତେବେ ଏହାକୁ ଯଥା ସ୍ଥାନ‌କୁ ଆଣି ସ୍ଥିର ଓ ଗତିହୀନ କରିଦିଆଯାଏ ।[୪] ପରବର୍ତ୍ତୀ ସମୟରେ ଗଣ୍ଠିର ପୁନର୍ବାସ ଆବଶ୍ୟକ ହୋଇପାରେ ।[୪]

ଉଭୟ ଶିଶୁ ଏବଂ ବୟସ୍କମାନଙ୍କ ମଧ୍ୟରେ ଅଗ୍ରବାହୁ ଭଙ୍ଗା ସାଧାରଣ ଅଟେ ।[୨] [୫] ପିଲାମାନେ ବାହାରେ ଖେଳିବା ସମୟରେ କିମ୍ବା କ୍ରୀଡ଼ା ସମୟରେ ଏହା ଘଟିଥାଏ । [୫] ଉଭୟ ଅଲନା ଏବଂ ରାଡିଅସ ମିଳିତ ଭଙ୍ଗା ଭଳି ସାଧାରଣ ଅଟେ କିନ୍ତୁ ଗୋଟିକିଅ ଭଙ୍ଗା ସାଧାରଣ ନୁହେଁ ।[୬] ସବୁଠାରୁ ସାଧାରଣ ଅଗ୍ରବାହୁ ଭଙ୍ଗା ହେଉଛି କଲିସ ଅସ୍ଥି ଭଗ୍ନ, ଯାହା ପ୍ରଥମେ ୧୮୧୪ ମସିହାରେ ଆବ୍ରାହମ କୋଲିସ ବର୍ଣ୍ଣନା କରିଥିଲେ ।[୮]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ "Adult Forearm Fractures - OrthoInfo - AAOS". www.orthoinfo.org. American Academy of Orthopaedic Surgeons. July 2011. Archived from the original on 8 March 2021. Retrieved 8 March 2021.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ ୨.୭ ୨.୮ Black, W. Scott; Becker, Jonathan A. (15 November 2009). "Common Forearm Fractures in Adults". American Family Physician. 80 (10): 1096–1102. ISSN 0002-838X. Archived from the original on 8 March 2021. Retrieved 8 March 2021.
  3. ୩.୦ ୩.୧ Small, Roy F.; Yaish, Amjad M. (2021), "Radius and Ulnar Shaft Fractures", StatPearls, Treasure Island (FL): StatPearls Publishing, PMID 32491613, archived from the original on 28 August 2021, retrieved 8 March 2021
  4. ୪.୦ ୪.୧ ୪.୨ ୪.୩ ୪.୪ Hughes, Sean P. F.; Porter, Richard W. (1997). "7. Upper limb-forearm, wrist and hand injuries". Textbook of Orthopaedics and Fractures (in English). London: Arnold. pp. 74–79. ISBN 0-340-61381-5. Archived from the original on 2021-08-28. Retrieved 2021-03-11.{{cite book}}: CS1 maint: unrecognized language (link)
  5. ୫.୦ ୫.୧ ୫.୨ "Forearm Fractures in Children - Types and Treatments - OrthoInfo - AAOS". www.orthoinfo.org. American Academy of Orthopaedic Surgeons. June 2019. Archived from the original on 8 March 2021. Retrieved 8 March 2021.
  6. ୬.୦ ୬.୧ LeMoal, Clifford; Baranowski, Leon (2019). "25. Musculoskeletal Injuries". Emergency Medical Responder (Canadian Edition). Jones & Bartlett Learning. p. 545. ISBN 978-1-284-19663-4. Archived from the original on 2021-08-28. Retrieved 2021-03-09.
  7. White, Timothy O.; Mackenzie, Samuel P.; Gray, Alasdair J. (2016). "11. Forearm". McRae's Orthopaedic Trauma and Emergency Fracture Management (in ଇଂରାଜୀ) (3rd ed.). Elsevier. p. 212-226. ISBN 978-0-7020-5728-1. Archived from the original on 2021-08-28. Retrieved 2022-03-14.
  8. Summers, Kevin; Fowles, Sarah M. (2021). "Colles' Fracture". StatPearls. StatPearls Publishing. Archived from the original on 2021-08-28. Retrieved 2021-03-08.