Jump to content

କୋଲିସ ଅସ୍ଥି ଭଗ୍ନ

ଉଇକିପିଡ଼ିଆ‌ରୁ
କୋଲିସ ଅସ୍ଥି ଭଗ୍ନ (Colles' fracture)
Colles fracture, Pouteau fracture[]
ଏକ୍ସ-ରେ ଚିତ୍ରରେ କୋଲିସ ହାଡ଼ ଭାଙ୍ଗିଥିବା ଦେଖାଯାଉଛି
ବିଭାଗଆଶୁ ଚିକିତ୍ସା ବିଭାଗ (Emergency medicine), ଅସ୍ଥିଶଲ୍ୟ ବିଭାଗ (orthopedics)
ଲକ୍ଷଣଯନ୍ତ୍ରଣା, ଫୁଲା, କୁରୁପ, ବ୍ରୁଇସିଙ୍ଗ (bruising)[]
ଆକ୍ରାନ୍ତ ସମୟହଠାତ୍[]
କାରଣସିଧା ଅବୟବ ପତନ []
ବିପଦ କାରକଓଷ୍ଟିଓପୋରୋସିସ[]
ରୋଗ ନିର୍ଣ୍ଣୟ ପଦ୍ଧତିଏକ୍ସ-ରେ (X-rays)[]
ଚିକିତ୍ସାପ୍ଲାସ୍ଟର କାସ୍ଟ (Cast), ଅପରେଶନ[]
Prognosis୧-୨ ବର୍ଷ ମଧ୍ୟରେ ସୁସ୍ଥ []
ପୁନଃପୌନିକ~ଆଜୀବନ ୧୫% ସଙ୍କଟ[]

କୋଲିସ ଅସ୍ଥି ଭଗ୍ନ (Colles' fracture) ଏକ ଦୂରସ୍ଥ ରେଡିଅସ (radius) ଅସ୍ଥି ଭଗ୍ନ (fracture of the distal forearm) ଯେଉଁଥିରେ ଭଙ୍ଗା ଅଂଶ ଡର୍ସାଲ ବା ପଛକୁ (backwards) ବଙ୍କା ହୋଇଯାଏ ।[] ଯନ୍ତ୍ରଣା, ଫୁଲା, କୁରୁପ, ବ୍ରୁଇସିଙ୍ଗ (bruising) ଇତ୍ୟାଦି ଲକ୍ଷଣମାନ ଦେଖାଯାଏ ।[] ଆଘାତ ପରିମାଣ ଅତ୍ୟଧିକ ଥିଲେ ମିଡିଆନ ସ୍ନାୟୁ (median nerve) କ୍ଷତିଗ୍ରସ୍ତ ହୋଇପାରେ ।[]

ଅବୟବ ସଳଖ ଥାଇ ପଡ଼ିଗଲେ ଏହିଭଳି ଭଙ୍ଗା ଦେଖାଯାଏ ।[] ଓଷ୍ଟିଓପୋରୋସିସ ରୋଗ ଥିଲେ ଏହି ଭଙ୍ଗା ସଙ୍କଟ ରହେ ।[] ଏକ୍ସ-ରେ (X-rays) କରି ଏହି ଆଘାତ ନିର୍ଣ୍ଣୟ ନିଶ୍ଚିତ କରାଯାଏ ।[] ଅଲନା (ulna) ଅସ୍ଥିର ଅଗ୍ରଭାବ ମଧ୍ୟ ଏହା ସ‌ହିତ ଭାଙ୍ଗିଥାଇପାରେ ।[]

ଏହି ଭଙ୍ଗା ନିମନ୍ତେ ପ୍ଲାସ୍ଟର (casting) ବା ଅପରେଶନ ଆବଶ୍ୟକ ହୁଏ ।[] ଅଧିକାଂଶ କେଶ୍‌ରେ ବିଶେଷତଃ ୫୦ ବର୍ଷ ବୟସ ପରେ ରିଡକସନ (Surgical reduction) ଓ ପ୍ଲାସ୍ଟର ଚିକିତ୍ସା ଯଥେଷ୍ଟ ହୁଏ ।[] ଯନ୍ତ୍ରଣା ଲାଘବ ନିମନ୍ତେ ପ୍ରୋସିଡ୍ୟୁରାଲ ସିଡେସନ (procedural sedation and analgesia) ଓ ଯନ୍ତ୍ରଣା ଲାଘବ ବା ହେମାଟୋମା ବ୍ଲକ (hematoma block) କରାଯାଏ ।[] ସମ୍ପୁର୍ଣ୍ଣ ସୁସ୍ଥ ହେବାକୁ ୧-୨ ବର୍ଷ ଲାଗେ । []

ପ୍ରାୟ ୧୫% ଲୋକଙ୍କର ଏହି ଭଙ୍ଗା ହେବା ଦେଖାଯାଏ ।[] ପିଲା ଓ ମଧ୍ୟ ବୟସ୍କ ଅପେକ୍ଷା ଯୁବକ ଓ ବୟସ୍କ ଲୋକଙ୍କର ଅଧିକ ଭଙ୍ଗିବା ଦେଖାଯାଏ ।[] ପୁରୁଷଙ୍କ ଅପେକ୍ଷା ମହିଳାଙ୍କର ଅଧିକ ଭାଙ୍ଗେ ।[] ସନ ୧୮୧୪ରେ ଏହି ଭଙ୍ଗା ବିଷୟ ଆବ୍ରାହମ କୋଲିସ (Abraham Colles) ପ୍ରଥମେ ବର୍ଣ୍ଣନା କରିଥଲେ । []

ଏହା ଦେଖନ୍ତୁ

[ସମ୍ପାଦନା]
  1. 1 2 "Distal forearm 23-A2.2 CRIF". www2.aofoundation.org (in ଇଂରାଜୀ). Archived from the original on 13 October 2017. Retrieved 13 October 2017.
  2. 1 2 3 4 5 6 7 8 9 10 11 12 "Distal Radius Fractures (Broken Wrist)". orthoinfo.aaos.org. March 2013. Archived from the original on 2 July 2017. Retrieved 12 October 2017.
  3. 1 2 3 4 5 6 7 Blakeney, WG (18 November 2010). "Stabilization and treatment of Colles' fractures in elderly patients". Clinical interventions in aging. 5: 337–44. doi:10.2147/CIA.S10042. PMC 3010169. PMID 21228899.{{cite journal}}: CS1 maint: unflagged free DOI (link)
  4. Pfenninger, John L.; Fowler, Grant C. (2010). Pfenninger and Fowler's Procedures for Primary Care E-Book: Expert Consult (in ଇଂରାଜୀ). Elsevier Health Sciences. p. 1292. ISBN 1455700924. Archived from the original on 2017-10-13.
  5. 1 2 Oussedik, S; Haddad, F (September 2005). "Manipulation and immobilization of Colles' fractures". British journal of hospital medicine (London, England : 2005). 66 (9): M34-5. doi:10.12968/hmed.2005.66.Sup2.19718. PMID 16200794.

ବାହ୍ୟ ଲିଙ୍କ

[ସମ୍ପାଦନା]
ଶ୍ରେଣୀବିଭାଗ