ଅଗ୍ନିପଥ (୧୯୯୦ର ହିନ୍ଦୀ କଥାଚିତ୍ର)

ଉଇକିପିଡ଼ିଆ ରୁ
Jump to navigation Jump to search
ଅଗ୍ନିପଥ
ନିର୍ଦ୍ଦେଶକମୁକୁଲ ଆନନ୍ଦ
ପ୍ରଯୋଜକୟଶ ଜୋହର
ସଂଳାପ(କଥା): ସନ୍ତୋଷ ସରୋଜ
କଳାକାରଅମିତାଭ ବଚ୍ଚନ, ମିଥୁନ ଚକ୍ରବର୍ତ୍ତୀ, ମାଧବୀ, ନୀଲମ କୋଠାରୀ, ଆଲୋକ ନାଥ
ସଙ୍ଗୀତଲକ୍ଷ୍ମୀକାନ୍ତ- ପ୍ୟାରେଲାଲ
ଚିତ୍ରଗ୍ରହଣପ୍ରବୀଣ ଭଟ୍ଟ
ସମ୍ପାଦକୱାମନ ଭୋଂସଲେ
ବିତରକଧର୍ମା ପ୍ରୋଡକସନସ
ମୁକ୍ତିଲାଭ ତାରିଖ
୧୬ ଫେବୃଆରୀ ୧୯୯୦
କଥାଚିତ୍ରର ସମୟ
୧୭୪ ମିନିଟ
ଦେଶ ଭାରତ
ଭାଷାହିନ୍ଦୀ


ଅଗ୍ନିପଥ ହେଉଛି ୧୯୯୦ ମସିହାରେ ମୁକ୍ତିଲାଭ କରିଥିବା ଏକ ହିନ୍ଦୀ ଚଳଚ୍ଚିତ୍ର । ଚଳଚ୍ଚିତ୍ରର ମୁଖ୍ୟ ଭୁମିକାରେ ଅଭିନୟ କରିଛନ୍ତି ଅମିତାଭ ବଚ୍ଚନ, ମିଥୁନ ଚକ୍ରବର୍ତ୍ତୀ, ମାଧବୀ, ନୀଲମ କୋଠାରୀ, ଆଲୋକ ନାଥ ଇତ୍ୟାଦି । ଚଳଚ୍ଚିତ୍ରର ଚିତ୍ରନାଟ୍ୟ ନିର୍ଦ୍ଦେଶକ ହେଉଛନ୍ତି ମୁକୁଳ ଆନନ୍ଦ ଏବଂ ପ୍ରଯୋଜକ ହେଉଛନ୍ତି ୟଶ ଜୋହର । ଚଳଚ୍ଚିତ୍ରର ନାମ ସେହି ନାମରେ ହରିବଂଶ ରାୟ ବଚ୍ଚନଙ୍କଦ୍ୱାରା ଲିଖିତ ଏକ କବିତାରୁ ଆନୀତ ।[୧] ଚଳଚ୍ଚିତ୍ର ପ୍ରାରମ୍ଭରେ କବିତାଟିର ପ୍ରଚ୍ଛଦପଟରେ ଗାନ ଦର୍ଶକଙ୍କୁ ବିଷୟବସ୍ତୁ ସହ ବାନ୍ଧି ରଖିବାରେ ସକ୍ଷମ ହୋଇଛି ।[୨]

କାହାଣୀ[ସମ୍ପାଦନା]

ଦୀନାନାଥ ଚୌହାନ (ଆଲୋକ ନାଥ ଅଭିନୀତ) ମାଣ୍ଡୱା ଗ୍ରାମର ଜଣେ ସମ୍ମାନାସ୍ପଦ ଶିକ୍ଷକ । ଦୀନନାଥଙ୍କ ସମ୍ମାନ ଓ ପ୍ରତିପତ୍ତିରେ ଇର୍ଷାନ୍ୱିତ ହୋଇ ଗାଁ ମୁଖିଆ ତାଙ୍କୁ ବଦନାମ କରିବାକୁ ଚେଷ୍ଟା କରୁଥାଏ । ଏହି କ୍ରମରେ ଗାଁ ମୁଖିଆଙ୍କ ପୁଅ କାଞ୍ଚା ସେ ଗାଁରେ ହେରୋଇନ ଡ୍ରଗ୍‌ର ଚାଲାଣ ଓ ବ୍ୟବସାୟ କରିବା ପାଇଁ ଯୋଜନା କରୁଥାଏ । ଏହି ଉଦ୍ଦେଶ୍ୟରେ ସେ ଗାଁ ଲୋକଙ୍କ ଜମି ବ୍ୟବହାର କରିବା ପାଇଁ ମନାଇବାରେ ଲାଗିଲା । ଦୀନନାଥ ଚୋଉହାନ କିନ୍ତୁ ଏକଥା ଜାଣିପାରି ଲୋକଙ୍କୁ ଏଥିରୁ ନିବୃତ କରିବାରେ ଲାଗିଲେ । କାଞ୍ଚା ଓ ଦୀନନାଥଙ୍କ ଶତ୍ରୁତା ବଢ଼ିବାରେ ଲାଗିଲା । କାଞ୍ଚା ଗାଁ ସ୍କୁଲ ଘରେ ଜଣେ ବାଳିକାର ହତ୍ୟା କରିଦିଏ ଏବଂ ଏଥିପାଇଁ ଦୀନନାଥଙ୍କୁ ଦାୟୀ କରେ । ମିଥ୍ୟା ଦୋଷାରୋପରେ ଦୀନାନାଥଙ୍କୁ ସେ ଏକ ଗଛରେ ଓହଳାଇ ହତ୍ୟା କରିଦିଏ । ଦୀନନାଥଙ୍କ ବାଳକ ପୁତ୍ର ବିଜୟ ତଥା ଦୀନନାଥଙ୍କ ସ୍ତ୍ରୀ ଏହା ଦେଖିବା ପରେ ଗାଁ ଛାଡି ଚାଲିଯାନ୍ତି । ଘଟଣା ଚକ୍ରରେ ବିଜୟ (ଅମିତାଭ ବଚ୍ଚନ ଅଭିନୀତ) ଏକ ଗ୍ୟାଙ୍ଗଷ୍ଟାର ହୋଇଯାଏ ଏବଂ ଦଳରେ କନ୍ଦଳ ହୋଇ ତାକୁ ମରଣାନ୍ତକ ଆକ୍ରମଣ ହୁଏ । ମୁମୂର୍ଷୁ ଅବସ୍ଥାରେ ତାକୁ କ୍ରୀଷ୍ଣ୍ଣା ଆୟାର (ମିଥୁନ ଚକ୍ରବର୍ତ୍ତୀ) ପାଇ ନିକଟସ୍ଥ ହାସପାତାଳରେ ଚିକିତ୍ସା କରାନ୍ତି । କ୍ରୀଷ୍ଣ୍ଣା ଶିଖାର(ବିଜୟର ଭଉଣୀ) ଅଙ୍ଗ ରକ୍ଷକ ଭାବେ ଦାୟୀତ୍ୱ ନିଏ । ଏହି ସମୟରେ ବିଜୟର ସେବା କରୁଥିବା ନର୍ସ ମେରୀ ମାଥିଉ(ମାଧବୀ)ସହ ମଧୁର ସମ୍ପର୍କ ଗଢି ଉଠେ ।

ପୁନର୍ଜୀବନ ପାଇ ବିଜୟ ତାର ଶତ୍ରୁ ପକ୍ଷକୁ ଗୋଟି ଗୋଟି କରି ହତ୍ୟା କରେ । ବିଜୟର ମା କିନ୍ତୁ ଏଭଳି ପ୍ରତିଶୋଧ ହତ୍ୟାକୁ ସମର୍ଥନ କରି ପାରନ୍ତିନି ଏବଂ ପିତାଙ୍କ ନାମରେ କଳଙ୍କ ବୋଲି ଗାଳିଦେଇ ବିଜୟକୁ ଘରୁ ବାହାର କରିଦିଅନ୍ତି । ବ୍ୟସ୍ତ ବିବ୍ରତ ବିଜୟ ମେରୀ ପାଖକୁ ଚାଲିଆସେ । ଇତି ମଧ୍ୟରେ ବିଜୟର ଶତ୍ରୁ ପକ୍ଷ ପ୍ରତିଶୋଧ ପରାୟଣ ହୋଇ ଶିଖାକୁ ଅପହରଣ କରିନିଅନ୍ତି । କ୍ରୀଷ୍ଣା ଶିଖାକୁ ରକ୍ଷା କରିବାରେ ବିଫଳ ହୁଏ ସିନା ଏହି ପରିପ୍ରେକ୍ଷୀରେ ଦିହିଁଙ୍କ ମଧ୍ୟରେ ପ୍ରେମ ହୁଏ । ବିଜୟ ଶିଖାକୁ ରକ୍ଷା କରିବାକୁ ଆସିଯାଏ । ବିଜୟର ମାଆ କ୍ରୀଷ୍ଣାକୁ ଆଦର କରନ୍ତି ସିନା ବିଜୟକୁ ହତାଦର କରନ୍ତି । ମାଙ୍କ ଏଭଳି ବ୍ୟବହାରରେ ଭୀଷଣ ମର୍ମାହତ ହୋଇ ବିଜୟ ପୁଣି ମେରୀ ପାଖକୁ ଚାଲିଯାଏ । ମେରୀ ସହ ବାହା ହେବା ପରେ ସେ କିନ୍ତୁ ଠିକ କରେ ଯେ ମାଆଙ୍କ କଥାନୁସାରେ ସେ ଏଣିକି ହିଂସାର ପଥ ଛାଡିବ ଆଉ ମନ୍ଦ କାମ କରିବ ନାହିଁ ।

ଏହାପରେ କାହାଣିରେ ମଧୁର ପରିବର୍ତ୍ତନ ଘଟିଛି । ବିଜୟ ଆଇନର ରାସ୍ତାରେ ଯାଇ ଦୋଷୀକୁ ଦଣ୍ଡ ଦେବାରେ ଅନେକ ଚେଷ୍ଟା କରିଛି । କିନ୍ତୁ ପରିସ୍ଥିତି କବଳରେ ପଡି ପୁଣି ମାଆଙ୍କୁ ଉଦ୍ଧାର କରିବାକୁ ଯାଇ ହିଂସ୍ର ହୋଇଯାଇଛି । କାହାଣୀର ଦୁଃଖଦ ଅନ୍ତରେ ବିଜୟର ମୃତ୍ୟୂ ହୋଇଛି । ମାଆ ବୁଝିପାରିଛନ୍ତି ଯେ ବିଜୟ କେବଳ ବାପାଙ୍କ ପୂର୍ବ ସୁନାମ ଫେରେଇ ଆଣିବାକୁ ସବୁକ୍ଲିଛି କରିଛି ।[୩]

କଣ୍ଠଶିଳ୍ପୀ[ସମ୍ପାଦନା]

ଗୀତ କଣ୍ଠଶିଳ୍ପୀ ଅବଧୀ
କିସକୋ ଥା ପତା ଏସ୍ ପି ବାଲସୁବ୍ରମନିୟମ୍, ଆଲ୍‌କା ୟାଗ୍ନିକ୍‌ --
ଆଇ ଏମ କ୍ରୀଷ୍ଣା ଆୟାର ଏମ୍ ଏ ଏସ୍ ପି ବାଲସୁବ୍ରମନିୟମ୍ --
ଅଲ୍ଲୀବାବା ମିଲ ଗୟେ ରୁନା ଲୈଲା, --
ଗନପତି ଅପନେ ଗାଁବ ଚଲେ ସୁଦେଶ ଭୋଂସଲେ --

ପୁରସ୍କାର ଓ ସମ୍ମାନ[ସମ୍ପାଦନା]

  • ୧୯୯୦---ଅମିତାଭ ବଚ୍ଚନ --ଜାତୀୟ ଚଳଚ୍ଚିତ୍ର ପୁରସ୍କାର (ଶ୍ରେଷ୍ଠ ଅଭିନେତା)
  • ୧୯୯୦---ମିଥୁନ ଚକ୍ରବର୍ତ୍ତୀ --ଫିଲ୍ମ୍‌ଫେୟାର ଆୱାର୍ଡ (ଶ୍ରେଷ୍ଠ ସହ ଅଭିନେତା)
  • ୧୯୯୦---ରୋହିଣୀ ହତଙ୍ଗଡୀ---ଫିଲ୍ମ୍‌ଫେୟାର ଆୱାର୍ଡ (ଶ୍ରେଷ୍ଠ ସହ ଅଭିନେତ୍ରୀ)

ଆଧାର[ସମ୍ପାଦନା]

  1. "Agneepath- a poem". Retrieved 23 May 2018.
  2. "Hindi Film Reviews". Retrieved 23 May 2018.
  3. "Agneepath". Retrieved 23 May 2018.

ବାହାର ଆଧାର[ସମ୍ପାଦନା]