ଅକ୍ଷୟ କପୁର

ଉଇକିପିଡ଼ିଆ‌ରୁ
ଅକ୍ଷୟ କପୁର
ଜନ୍ମ (1980-09-18) ୧୮ ସେପ୍ଟେମ୍ବର ୧୯୮୦ (ବୟସ ୪୩)
ବୃତ୍ତିଅଭିନେତା
ସକ୍ରିୟ ବର୍ଷ୨୦୦୪–୨୦୧୩
ବୈବାହିକ-ସାଥୀସିନ୍ଥିଆ ଜାକବ[୧]

ଅକ୍ଷୟ କପୁର (ଜନ୍ମ: ୧୮ ସେପ୍ଟେମ୍ବର ୧୯୮୦; ଜନ୍ମନାମ: ସ୍ୱପ୍ନିଲ ଗୋହିଲ) ଜଣେ ଭାରତୀୟ ଅଭିନେତା । ସେ ହିନ୍ଦୀ, ତେଲୁଗୁ ଆଦି କଥାଚିତ୍ରରେ ଅଭିନୟ କରିଛନ୍ତି ।

ଜୀବନୀ[ସମ୍ପାଦନା]

୧୯୮୦ ମସିହାର ସେପ୍ଟେମ୍ବର ୧୮ ତାରିଖରେ ସେ ଭାରତରେ ଜନ୍ମଗ୍ରହଣ କରିଥିଲେ ଓ ୬ ମାସ ବୟସରେ ଆମେରିକାକୁ ସ୍ଥାନାନ୍ତରିତ ହୋଇଥିଲେ । ତାଙ୍କର ପିଲାଦିନ ଓ କିଶୋର ଅବସ୍ଥା ନ୍ୟୁ ଜର୍ସିର ପିଟ୍ସଗ୍ରୋଭରେ କଟିଥିଲା । ବ୍ରୋଡ୍‌ୱେ ପ୍ଲେସ୍‌ର କିଛି ନାକଟରେ ଅଭିନୟ କରିବା ସହିତ ସେ ଥିଏଟର ଅଭିନୟର ପ୍ରଶିକ୍ଷଣ ନେଇଥିଲେ ।[୨] ଏହା ପରେ ସେ ହିନ୍ଦୀ କଥାଚିତ୍ର ଜଗତରେ ସେ କାମ କରିବା ଆରମ୍ଭ କରିଥିଲେ ।

୨୦୦୪ ମସିହାରେ ରୋମାଣ୍ଟିକ୍ କମେଡ଼ି ପପ୍‌କର୍ଣ୍ଣ ଖାଓ! ମସ୍ତ ହୋ ଜାଓ ଜରିଆରେ ହିନ୍ଦୀ କଥାଚିତ୍ର ଜଗତରେ ଅଭିନୟ କରିବା ଆରମ୍ଭ କରିଥଲେ । ୨୦୦୬ ମସିହାରେ, ସେ ତାଙ୍କର ଦ୍ୱିତୀୟ ହିନ୍ଦୀ କଥାଚିତ୍ର ଅଲାଗରେ ଅଭିନୟ କରିଥିଲେ, ଯାହାକି ପାଉଡର ନାମକ ଏକ ଆମେରିକୀୟ ଇଂରାଜୀ କଥାଚିତ୍ରର ରିମେକ୍ ଥିଲା । ଏଥିରେ ସେ ଅସାଧାରଣ ଅଲୌକିକ ଶକ୍ତି ଥିବା ଏବଂ ସମଗ୍ର ଶରୀରରେ କେଶ ନଥିବା ବ୍ୟକ୍ତିଙ୍କ ଭୂମିକାରେ ଅଭିନୟ କରିଥିଲେ । ଯଦିଓ ଉଭୟ କଥାଚିତ୍ର ବକ୍ସ ଅଫିସରେ ସଫଳତା ପାଇନଥିଲା, ତଥାପି ସମୀକ୍ଷକଙ୍କଦ୍ୱାରା ପ୍ରଶଂସା କରାଯାଇଥିଲା ।[୩][୪]

ସେ ଏ ବିଉଟିଫୁଲ୍ ମାଇଣ୍ଡ୍... ଅଫ୍ ଗ୍ଲାଡିଏଟର୍ ନାମକ ଏକ କ୍ଷୁଦ୍ର ଚଳଚ୍ଚିତ୍ରରେ ଅଭିନୟ କରିଥିଲେ, ଯାହାକି ଓସ୍କାର ପୁରସ୍କାର ବିଜେତା କଥାଚିତ୍ର ଏ ବିଉଟିଫୁଲ୍ ମାଇଣ୍ଡ୍ଗ୍ଳାଡିଏଟର୍‌ର ସ୍ପୁଫ୍ ଥିଲା । ୨୦୦୯ ମସିହାରେ, ସେ କଲ୍ କିସ୍‌ନେ ଦେଖାରେ ଏକ ଛୋଟ ଭୂମିକାରେ କାମ କରିଥିଲେ ।

ଅଭିନୀତ କଥାଚିତ୍ର[ସମ୍ପାଦନା]

ବର୍ଷ କଥାଚିତ୍ର ଭୂମିକା ମନ୍ତବ୍ୟ
୨୦୦୧ ଆଟୁ ଆମେରିକା ଇଟୁ ଇଣ୍ଡିଆ ତେଲୁଗୁ କଥାଚିତ୍ର
୨୦୦୪ ପପ୍‌କର୍ଣ୍ଣ ଖାଓ! ମସ୍ତ ହୋ ଜାଓ ରାହୁଲ ମାଲହୋତ୍ରା
ଏ ବିଉଟିଫୁଲ୍ ମାଇଣ୍ଡ୍... ଅଫ୍ ଗ୍ଲାଡିଏଟର୍ ପ୍ରେମିକ କ୍ଷୁଦ୍ର ଚଳଚ୍ଚିତ୍ର
୨୦୦୬ ଅଲଗ୍ ତେଜସ୍ ରସ୍ତୋଗୀ
୨୦୦୮ ସ୍ପ୍ରିଙ୍ଗ୍ ବ୍ରୋକ୍ ଫ୍ରାଙ୍କ୍
ମୁଝେ ରଙ୍ଗ ଦେ
୨୦୦୯ ଏକ: ଦି ପାୱାର୍ ଅଫ୍ ଶକ୍ତି ପୁରଣ ସିଂ
ଫାଷ୍ଟ ଫର୍‌ୱାର୍ଡ଼ିଂ ସନି
କଲ୍ କିସ୍‌ନେ ଦେଖା କବୀର
ଥ୍ରୀ - ଲଭ୍, ଲାଇଜ୍ ଆଣ୍ଡ୍ ବିଟ୍ରେୟାଲ୍ ରାଜୀବ ଦତ୍ତ
୨୦୧୨ ଇଟ୍‌ସ୍ ରକିଂ: ଦର୍ଦ-ଏ-ଡିସ୍କୋ ରକି ସିଂହ
୨୦୧୩ ଏନ୍‌ମି ରାମ ଗୋବର୍ଦ୍ଧନ

ଆଧାର[ସମ୍ପାଦନା]

ବାହାର ଆଧାର[ସମ୍ପାଦନା]