ଅଂଶୁମାନ ରଥ

ଉଇକିପିଡ଼ିଆ‌ରୁ
ଅଂଶୁମାନ ରଥ
ବ୍ୟକ୍ତିଗତ ତଥ୍ୟ
ନାମଅଂଶୁମାନ ରଥ
ଜନ୍ମ (1997-11-05) ୫ ନଭେମ୍ବର ୧୯୯୭ (ବୟସ ୨୬)
ହଂକଂ
ବ୍ୟାଟିଂ ପ୍ରକାରବାମ-ହାତୀ
ବୋଲିଂ ପ୍ରକାରବାମହାତି ସ୍ପିନ୍
ଭୂମିକାବ୍ୟାସ୍‌ମ୍ୟାନ, କେବେ କେବେ ୱିକେଟ ରକ୍ଷକ
ଅନ୍ତର୍ଜାତୀୟ ତଥ୍ୟ
National side
ପ୍ରଥମ ଦିନିକିଆ (cap [[List of ହଂକଂ ODI cricketers|୨୯]])୮ ନଭେମ୍ବର ୨୦୧୪ v ପ‌ପୁଆ ନିଉ ଗାଏନିଆ
ଶେଷ ଦିନିକିଆ୧୬ ସେପ୍ଟେମ୍ବର ୨୦୧୮ v ପାକିସ୍ତାନ
ପ୍ରଥମ ଟି୨୦ (cap [[List of ହଂକଂ Twenty20 International cricketers|୧୭]])୧୫ ଜୁଲାଇ ୨୦୧୫ v ନେପାଳ
ଶେଷ ଟି୨୦୧୮ ଜାନୁଆରୀ ୨୦୧୭ v ନେଦରଲ୍ୟାଣ୍ଡସ୍
Career statistics
ପ୍ରତିଯୋଗିତା ଦିନିକିଆ ଟି୨୦ ପ୍ରଥମ ଶ୍ରେଣୀ କ୍ରିକେଟ ଗ୍ରୁପ୍ A
ମ୍ୟାଚ ସଂଖ୍ୟା ୧୬ ୨୦ ୨୩
ମୋଟ ରନ ୭୩୬ ୩୨୧ ୩୯୧ ୧,୦୬୦
ବ୍ୟାଟିଂ ହାର ୫୨.୫୭ ୧୮.୮୮ ୬୫.୧୬ ୫୦.୪୭
ଶତକ/ଅର୍ଦ୍ଧଶତକ ୧/୬ ୦/୦ ୦/୪ ୨/୮
ସର୍ବାଧିକ ରନ ୧୪୩* ୪୪ ୯୮* ୧୪୩*
ବଲ ସଂଖ୍ୟା ୩୩୭ ୧୯୮ ୧୬୪ ୪୨୭
ଉଇକେଟ ୧୪ ୧୬
ବୋଲିଂ ହାର ୧୧.୯୨ ୫୨.୮୦ ୧୬.୧୪ ୧୬.୧୨
ଇନିଙ୍ଗସରେ ୫ଟି ଉଇକେଟ
ମ୍ୟାଚରେ ୧୦ଟି ଉଇକେଟ n/a n/a n/a
ସବୁଠୁ ଭଲ ବୋଲିଂ ୩/୨୨ ୩/୬ ୪/୩୪ ୩/୨୨
କ୍ୟାଚ/ଷ୍ଟମ୍ପିଙ୍ଗ ୪/– ୬/– ୩/– ୫/–
Source: CricketArchive, ୧୬ ସେପ୍ଟେମ୍ବର ୨୦୧୮

ଅଂଶୁମାନ ରଥ (ଜନ୍ମ: ୫ ନଭେମ୍ବର ୧୯୯୭) ଜଣେ ହଂକଂ କ୍ରିକେଟ ଖେଳାଳୀ ।[୧] ସେ ଏବେକାର ହଂକଂ ଜାତୀୟ କ୍ରିକେଟ ଦଳର ଅଧିନାୟକ ।

ପ୍ରାରମ୍ଭିକ ଜୀବନ[ସମ୍ପାଦନା]

ଅଂଶୁମାନ ହଂକଂରେ ରହୁଥିବା ଜଣେ ଭାରତୀୟ ବଂଶଧର । ତାଙ୍କ ବାପା ଓଡ଼ିଶାର ଭୁବନେଶ୍ୱରର ସ‌ହିଦନଗର ଅଞ୍ଚଳରୁ ଯାଇ ହଂକଂରେ ରହିଥିଲେ ।[୨] ସେ ମାତ୍ର ୪ ବର୍ଷ ବୟସରେ କ୍ରିକେଟ ଖେଳିବା ଆରମ୍ଭ କରିଥିଲେ । ତାଙ୍କ ବାପା ତାଙ୍କୁ କ୍ରିକେଟ ଖେଳିବାକୁ ପ୍ରେରଣା ଦେଇଥିଲେ । ଏହାପରେ ସେ ୮ ବର୍ଷ ବୟସରେ କ୍ରିକେଟ ଖେଳ ପାଇଁ ପ୍ରଶିକ୍ଷଣ ନେବା ଆରମ୍ଭ କରିଥିଲେ ।[୨] ସେ ୱେଷ୍ଟ ଆଇଲାଣ୍ଡ ସ୍କୁଲରେ ପାଠ ପଢ଼ୁଥିଲେ ।[୩]

ଆନ୍ତର୍ଜାତୀୟ କ୍ରିକେଟ[ସମ୍ପାଦନା]

୮ ନଭେମ୍ବର ୨୦୧୪ରେ ଅଂଶୁମାନ ଆନ୍ତର୍ଜତିକ ଦିନିକିଆ କ୍ରିକେଟରେ ଅଷ୍ଟ୍ରେଲିଆଠାରେ ପ‌ପୁଆ ନିଉ ଗାଏନିଆ ସ‌ହ ଖେଳିବା ଅରମ୍ଭ କରିଥିଲେ ।[୪] ଏହାପରେ ସେ ୨୦୧୫ ମସିହାରେ ୨୦୧୫ ଟି୨୦ କ୍ରିକେଟ ବିଶ୍ୱକପର ଯୋଗ୍ୟତା ପର୍ଯ୍ୟାୟ ଖେଳରେ ନେପାଳ ସ‌ହିତ ହଂକଂରେ ପ୍ରଥମ ଆନ୍ତର୍ଜାତୀୟ ଟି୨୦ କ୍ରିକେଟ ଖେଳିଥିଲେ ।[୫] ଏହାପରେ ୧୧ ନଭେମ୍ବର ୨୦୧୫ରେ ଆରବ ଦେଶ ବିରୁଦ୍ଧରେ ସେ ପ୍ରଥମ ଶ୍ରେଣୀ କ୍ରିକେଟରେ ହଂକଂଠାରେ ଅନୁଷ୍ଠିତ ଖେଳରେ ଖେଳିବା ଆରମ୍ଭ କରିଥିଲେ ।[୬]

୧୬ ଫେବୃଆରୀ ୨୦୧୭ରେ ଆଇସିସି ବିଶ୍ୱ କ୍ରିକେଟ ଲିଗ୍ ଚମ୍ପିଆନସିପ୍‌ରେ ନେଦରଲ୍ୟାଣ୍ଡ ବିରୁଦ୍ଧରେ ସେ ଗ୍ରୁପ A ଶ୍ରେଣୀରେ ତାଙ୍କର ଦ୍ୱିତୀୟ ଶତକ ହାସଲ କରିଥିଲେ ଏବଂ ଦଳ ପାଇଁ ୩ୟ ୱିକେଟରେ ବାବର ହାୟତଙ୍କ ସ‌ହ ୧୯୭ ରନ ଯୋଗ କରିଥିଲେ । ଏହା ବିଶ୍ୱ କ୍ରିକେଟ ଲିଗ୍‌ ମ୍ୟାଚ ଏବଂ ହଂକଂ ଦଳ ପାଇଁ ଏକ ରେକର୍ଡ଼ ହୋଇଥିଲା ।[୭]

୨୦୧୭ ଡିସେମ୍ବରରେ ସେ ଆନ୍ତର୍ଜାତୀୟ ଦିନିକିଆରେ ପ‌ପୁଆ ନିଉ ଗାଏନିଆ ବିରୁଦ୍ଧରେ ପ୍ରଥମ ଶତକ ହାସଲ କରିଥିଲେ । ଏହିଦିନ ସେ ୧୪୩ ରନ୍ କରି ଅପରାଜିତ ଥିଲେ ।[୮] ଏହି ରନ୍ ଦିନିକିଆରେ ହଂକଂ କ୍ରିକେଟ ଦଳର ଖେଳାଳୀମାନଙ୍କ ମଧ୍ୟରେ ସର୍ବାଧିକ ଥିଲା ।[୮] ସେ ୨୦୧୫-୧୭ ଆଇସିସି ବିଶ୍ୱ କ୍ରିକେଟ ଲିଗ୍ ଚମ୍ପିଆନସିପ୍‌ରେ ସମୁଦାୟ ୧୦ଟି ମ୍ୟାଚରେ ୬୭୮ ରନ ସଂଗ୍ରହ କରି ସର୍ବାଧିକ ରନ କରିଥିବା ଖେଳାଳୀ ସାବ୍ୟସ୍ତ ହୋଇଥିଲେ ।[୯]

ଅଗଷ୍ଟ ୨୦୧୮ରେ ସେ ହଂକଂ ଦଳର ଉପ-ଅଧିନାୟକ ଭାବରେ ୨୦୧୮ ଏସିଆ କପ୍‌ର ଯୋଗ୍ୟତା ପର୍ଯ୍ୟାୟରେ ଖେଳିବା ପାଇଁ ମନୋନୀତ ହୋଇଥିଲେ ।[୧୦] ମାତ୍ର ଅଧିନାୟକ ବାବର ହାୟାତଙ୍କ ଜାଗାରେ ସେ ଅଧିନାୟକ ରୂପେ ଖେଳିଥିଲେ ।[୧୧][୧୨] ଏହାପରେ ସେମାନେ ଯୋଗ୍ୟତା ପର୍ଯ୍ୟାୟ ଅତିକ୍ରମ କରିଥିଲେ ଏବଂ ସେ ୨୦୧୮ ଏସିଆ କପ୍ ପାଇଁ ହଂକଂ ଦଳର ଅଧିନାୟକ ଭାବରେ ଖେଳିଥିଲେ ।[୧୩]

ଆଧାର[ସମ୍ପାଦନା]

  1. "Story of Anshy Rath a mark of Hong Kong's progress". International Cricket Council. Retrieved 9 March 2018.
  2. ୨.୦ ୨.୧ Namita Panda (22 September 2015). "Odia boy to wear Hong Kong colours in World Cup". The Telegraph. Archived from the original on 13 May 2016. Retrieved 16 September 2018.
  3. Kung, Kevin (7 October 2012). "Howzat for talent! Two outstanding teenager cricketers are making names for themselves with the bat and ball in Hong Kong's senior squad". South China Morning Post. Retrieved 22 August 2016.
  4. "Hong Kong tour of Australia, 1st ODI: Papua New Guinea v Hong Kong at Townsville, Nov 8, 2014". ESPN Cricinfo. Retrieved 8 November 2014.
  5. "ICC World Twenty20 Qualifier, 26th Match, Group A: Hong Kong v Nepal at Belfast, Jul 15, 2015". ESPN Cricinfo. Retrieved 15 July 2015.
  6. "ICC Intercontinental Cup, United Arab Emirates v Hong Kong at Dubai (CA), Nov 11-14, 2015". ESPN Cricinfo. Retrieved 11 November 2015.
  7. "Hong Kong collapse allows Netherlands to escape with five-run win". ESPN Cricinfo. 16 February 2017. Retrieved 16 February 2017.
  8. ୮.୦ ୮.୧ "Adnan Mufti hundred in bizarre UAE victory". ESPN Cricinfo. Retrieved 8 December 2017.
  9. "ICC World Cricket League, 2015-2016/17 / Records / Most runs". ESPNcricinfo. ESPN Sports Media. Retrieved 8 December 2017.
  10. "Hong Kong Squad for the ACC Asia Cup Qualifiers 2018 - 27th August - 8th September 2018". Hong Kong Cricket. Archived from the original on 4 August 2018. Retrieved 4 August 2018.
  11. "Captaincy Change at Asia Cup Qualifiers for Hong Kong". Hong Kong Cricket. Archived from the original on 30 August 2018. Retrieved 30 August 2018.
  12. "Young Hong Kong a banana peel for Pakistan". ESPN Cricinfo. Retrieved 15 September 2018.
  13. "Anshuman Rath to lead Hong Kong into the 2018 Unimoni Asia Cup". Hong Kong Cricket. Archived from the original on 10 September 2018. Retrieved 10 September 2018.

ବାହାର ଆଧାର[ସମ୍ପାଦନା]