ରଶ୍ମି ଦାସ

ଉଇକିପିଡ଼ିଆ‌ରୁ

ରଶ୍ମି ଦାସ ବାଉଁଶ ଖେଳରୁ ନିଜ ଇଚ୍ଛା ଶକ୍ତି ବଳରେ ଆଜି ସି ଆର ପି ଏଫରେ ଆସିଷ୍ଟାଣ୍ଟ୍ କମାଣ୍ତାଣ୍ଟ ଭାବେ ଭୁବନେଶ୍ୱରେ ବର୍ତ୍ତମାନ କାର୍ଯ୍ୟରତ ଅଛନ୍ତି ।

ବାଲ୍ୟ ଜୀବନ[ସମ୍ପାଦନା]

ରଶ୍ମି ଦାସଙ୍କ ଜନ୍ମ ନୟାଗଡ଼ ଜିଲ୍ଲାର ନଥିଆପଲ୍ଲୀ ଗ୍ରାମରେ । ତାଙ୍କ ବାପା ପୂର୍ଣ୍ଣଚନ୍ଦ୍ର ଦାସ ଓ ମା' ଛାୟା ଦାସ । ଗରୀବ ଅବସ୍ଥା ଯୋଗୁଁ ବାପା ମା' ବାଉଁଶ ଖେଳ ଦେଖାଇ ପରିବାରର ଭରଣପୋଷଣ କରିଥିଲେ । ବାପା ମାଙ୍କ ହାତ ବଢ଼ାଇବା ସକାଶେ ରଶ୍ମିଙ୍କୁ ମାତ୍ର ଚାରି ବର୍ଷ ବୟସରେ ପାଠପଢ଼ା ଛାଡ଼ି ଏହି ଖେଳରେ ଯୋଗ ଦେବାକୁ ପଡ଼ିଥିଲା ।

ପରିବାର[ସମ୍ପାଦନା]

ରଶ୍ମି ମଧ୍ୟପ୍ରଦେଶର ଜବଲପୁରର କୈଳାସ ସିଂଙ୍କୁ ୨୦୦୧ ମସିହାରେ ବିବାହ କରିଥିଲେ । ତାଙ୍କର ଦୁଇଟି ପୁଅ ଅଛନ୍ତି । ସିଏ ତାଙ୍କର ଦୁଇ ପୁଅଙ୍କୁ କ୍ରୀଡ଼ାବିତ୍ ଭାବେ ତିଆରିବାର ସପ୍ନ ଦେଖୁଛନ୍ତି । ସିଏ ସିଆରପିଏଫରେ ଆସିଷ୍ଟାଣ୍ଟ୍ କମାଣ୍ତାଣ୍ଟ ଭାବେ ଭୁବନେଶ୍ୱରେ କାର୍ଯ୍ୟରତ ଅଛନ୍ତି ।

କ୍ରୀଡ଼ାବିତ୍ ଜୀବନ[ସମ୍ପାଦନା]

୧୯୮୬ ମସିହାର ଦିଲ୍ଲୀରେ ଆୟୋଜିତ ହୋଇଥିବା କାର୍ଯ୍ୟକ୍ରମ ଆଘନା, ଗ୍ରାମୀଣ ସାଂସ୍କୃତିକ କାର୍ଯ୍ୟକ୍ରମ ତାଙ୍କର ଭାଗ୍ୟକୁ ବଦଳାଇ ଦେଇଥିଲା । ସେଥିରେ ସେ ବାଉଁଶ ଖେଳ ଦେଖାଇ ଲୋକଙ୍କୁ ମନୋରଞ୍ଜନ କରାଇଥିଲେ । ତାଙ୍କର ଏହି ବାଉଁଶ ଖେଳରେ ଖୁସି ହୋଇ ଭାରତୀୟ କ୍ରୀଡ଼ା ପ୍ରାଧୀକରଣ (ସାଇ)ଙ୍କ କର୍ମକର୍ତ୍ତା ତାଙ୍କୁ ବ୍ୟାୟାମ/କସରତ (ଜିମ୍ନାଷ୍ଟିକ)ରେ ଯୋଗଦେବା ପାଇଁ ପ୍ରସ୍ତାବ ଦେଇଥିଲେ । ଜିମ୍ନାଷ୍ଟିକରେ ଶିକ୍ଷା ପାଇବା ପରେ ସ୍ପେଶାଲ ଏରିଆ ଗେମ୍ସ (ସାଗ) ସ୍କିମରେ ଭାଗନେଇଥିଲେ । ଜାତୀୟ ସବ୍‌ଜୁନିୟର ଜିମ୍ନାଷ୍ଟିକରେ ତାଙ୍କୁ ୧୯୮୯ ମସିହାରେ ସ୍ୱର୍ଣ୍ଣ ପଦକ ମିଳିଥିଲା । ସାଗ ସ୍କିମ ୧୯୯୨ ମସିହାରେ ହଠାତ୍ ବ‌ନ୍ଦ ହୋଇଯାଇଥିବାରୁ ତାଙ୍କର ସ୍ୱପ୍ନ ଚୁର ଚୁର ହୋଇଯାଇଥିଲା । ପୁଣି ଗ୍ରାମକୁ ଫେରି ସିଏ ବାଉଁଶ ଖେଳରେ ଜୀବନ ଆଗକୁ ନେବାକୁ ଚାହିଁଥିଲେ କିନ୍ତୁ ସେଥିରେ ଅଭ୍ୟାସ ନଥିବାରୁ ଭଲ ଭାବରେ ଖେଳି ପାରିଲେ ନାହିଁ । ୧୯୯୭ ମସିହାରେ ସାଗ ସ୍କିମ ପୁଣି ଆରମ୍ଭ ହୋଇଥିଲା ଓ ସେଥିରେ ପୁଣି ସେ ଯୋଗ ଦେଇଥିଲେ । ୧୯୯୭ ମସିହାରେ ସି ଆର ପି ଏଫର କନେଷ୍ଟବଳର ନିଯୁକ୍ତି ପାଇଥିଲେ ।

ଫିଟ୍‌ନେସ୍ କାରଣରୁ ରଶ୍ମି ଜିମ୍ନାଷ୍ଟିକ ଛାଡ଼ି ଡ଼ାଇଭିଂକୁ ନିଜର କ୍ୟାରିୟର୍ ଭାବେ ଗ୍ରହଣ କରିଥିଲେ ଏବଂ ସେଥିରେ ଶିକ୍ଷା ପ୍ରାପ୍ତ କରିଥିଲେ । ୨୦୦୨ ମସିହାରେ ଡ଼ାଇଭିଂରେ ହାଇଦ୍ରାବାଦ୍ ଜାତୀୟ କ୍ରୀଡ଼ା (ହାଇବୋର୍ଡ଼ ଡ଼ାଇଭିଂ) ପ୍ରତିଯୋଗିତାରେ ସ୍ୱର୍ଣ୍ଣପଦକ ହାସଲ କରିଥିଲେ ଏବଂ ସେହି ବର୍ଷ ହିଁ ୫୬ ତମ ଜାତୀୟ ଆକ୍ୱାଟିକ୍ ଚାମ୍ପିୟନ୍‌ସିପ୍ରେ ସ୍ୱର୍ଣ୍ଣ ପଦକ ଜିତିଥିଲେ । ତାପରେ ତାଙ୍କୁ ସି ଆର୍ ପି ଏଫର ଆସିଷ୍ଟାଣ୍ଟ୍ କମାଣ୍ତାଣ୍ଟ ପଦବୀରେ ନିଯୁକ୍ତି କରାଯାଇଥିଲା ।[୧]

ଆଧାର[ସମ୍ପାଦନା]

  1. "Tap & train talent from villages, says gymnast - Times of India". The Times of India. Retrieved 28 July 2018.