ହେପାଟାଇଟିସ୍ ଏ ଟିକା

ଉଇକିପିଡ଼ିଆ‌ରୁ
ହେପାଟାଇଟିସ୍ ଏ ଟିକା
Vaccine description
Target diseaseHepatitis A
TypeKilled/Inactivated
Clinical data
Trade namesHavrix
AHFS/Drugs.comConsumer Drug Information
MedlinePlusa695003
Pregnancy
category
  • Safety undetermined, risk likely low
Routes of
administration
IM
ATC code
Legal status
Legal status
  • Rx-only (US)
Identifiers
ChemSpider
  • none
 ☒NcheckY (what is this?)  (verify)

ହେପାଟାଇଟିସ୍ ଏ ଟିକା ଏକ ପ୍ରକାର ଟିକା ଯାହା ହେପାଟାଇଟିସ ଏ ରୋଗକୁ ପ୍ରତିରୋଧ କରେ ।[୧] ଏହା ୯୫ % ଲୋକଙ୍କଠାରେ ଅତି କମରେ ୧୫ ବର୍ଷ ଓ ପ୍ରାୟ ଆଜୀବନ ପ୍ରଭାବଶାଳୀ ରହେ ।[୨][୧] ଏକ ବର୍ଷ ବୟସ ପରେ ଦୁଇ ଡୋଜ ଦେବାକୁ ସୁପାରିସ କରାଯାଏ । ଏହା ଇଞ୍ଜେକସନ ଆକାରରେ ମାଂସପେଶୀରେ ଦିଆଯାଏ ।[୧]

ହେପାଟାଇଟିସ୍ ଏ ରୋଗ ମଧ୍ୟମ ଧରଣର ହେଉଥିବା ଇଲାକାରେ ଡବ୍ଲ୍ୟୁଏଚଓ (WHO) ସମସ୍ତଙ୍କୁ ଟିକା ଦେବାକୁ ସୁପାରିସ କରେ । ଅତି ସାଧାରଣ ଭାବରେ ହେଉଥିବା ସ୍ଥାନରେ ପିଲାଦିନୁ ଇମ୍ମ୍ୟୁନିଟି ତିଆରି ହେଉଥିବା ଯୋଗୁ ସମସ୍ତଙ୍କୁ ଟିକା ଦେବା ଅନାବଶ୍ୟକ ।[୧] କିନ୍ତୁ ସେଣ୍ଟର ଫର ଡିଜିଜ କଣ୍ଟ୍ରୋଲ ଆଣ୍ଡ ପ୍ରେଭେନସନ୍ ସବୁ ପିଲାଙ୍କୁ ଓ ସଙ୍କଟାପନ୍ନ ସବୁ ବ‌ୟଃପ୍ରାପ୍ତ ଲୋକଙ୍କୁ ଟିକା ଦେବାକୁ ଉପଦେଶ ଦେଉଛି । [୩]

ସାଂଘାତିକ ପାର୍ଶ୍ୱ ପ୍ରତିକ୍ରିୟା କ୍ୱଚିତ ଦେଖାଯାଏ । ଇଞ୍ଜେକସିନ ନେଇଥିବା ସ୍ଥାନରେ ୧୫ % ପିଲାଙ୍କର ଓ ଅଧା ସଂଖ୍ୟକ ବଡ଼ ମଣିଷଙ୍କର କଷ୍ଟ ହୁଏ ।ଅଧିକାଂଶ ଟିକା ନିଷ୍କ୍ରିୟ ଥାଆନ୍ତି ଓ ଅଳ୍ପ କେତେକ ଦୁର୍ବଳ ଭୁତାଣୁ ଥାଆନ୍ତି । ଦୁର୍ବଳ ଭୁତାଣୁ ଟିକା ଗର୍ଭାବସ୍ଥାରେଇମ୍ମ୍ୟୁନିଟି ଅଭାବ ଥିବା ଲୋକଙ୍କୁ ଦେବାକୁ ମନାକରାଯାଏ । ହେପାଟାଇଟିସ୍ ବି ବା ଟାଇଫଏଡ ଟିକା ସ‌ହିତ ହେପାଟାଇଟିସ୍ ଏ ଟିକା ମିଶେଇ କେତେକ ମିଶ୍ରିତ ଟିକା ଉପଲବ୍‌ଧ ହେଉଛି ।[୧]

ପ୍ରଥମ ହେପାଟାଇଟିସ୍ ଏ ଟିକା ସନ ୧୯୯୧ରେ ୟୁରୋପରେ ଓ ସନ ୧୯୯୫ରେ ସ୍ୱିକୃତି ପାଇଲା ।[୪] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୫] ଆମେରିକାରେ ଏହାର ମୂଲ୍ୟ ୫୦ରୁ ୧୦୦ ଡଲାର । [୬]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ "WHO position paper on hepatitis A vaccines – June 2012" (PDF). Wkly Epidemiol Rec. 87 (28/29): 261-76. 2012 Jul 13. PMID 22905367. {{cite journal}}: Check date values in: |date= (help)
  2. Ott JJ, Irving G, Wiersma ST (December 2012). "Long-term protective effects of hepatitis A vaccines. A systematic review". Vaccine. 31 (1): 3–11. doi:10.1016/j.vaccine.2012.04.104. PMID 22609026.{{cite journal}}: CS1 maint: multiple names: authors list (link)
  3. "Hepatitis A In-Short". CDC. July 25, 2014. Retrieved 7 December 2015.
  4. Patravale, Vandana; Dandekar, Prajakta; Jain, Ratnesh (2012). Nanoparticulate drug delivery perspectives on the transition from laboratory to market (1. publ. ed.). Oxford: Woodhead Pub. p. 212. ISBN 9781908818195.
  5. "19th WHO Model List of Essential Medicines (April 2015)" (PDF). WHO. April 2015. Retrieved May 10, 2015.
  6. Hamilton, Richart (2015). Tarascon Pocket Pharmacopoeia 2015 Deluxe Lab-Coat Edition. Jones & Bartlett Learning. p. 314. ISBN 9781284057560.