ଜାପାନୀ ୟେନ୍
ଜାପାନୀ ୟେନ୍ | |||||
---|---|---|---|---|---|
| |||||
ISO 4217 କୋଡ଼ | JPY | ||||
କେନ୍ଦ୍ରୀୟ ବ୍ୟାଙ୍କ୍ | Bank of Japan | ||||
ୱେବସାଇଟ୍ | www | ||||
User(s) | Japan | ||||
ମୁଦ୍ରାସ୍ଫୀତି | 0.1% | ||||
ଆଧାର | The World Factbook, 2012 est. | ||||
ବିଭାଜନ | |||||
1/100 | sen | ||||
1/1000 | rin | ||||
ଚିହ୍ନ | ¥ (international) 円 (Japan—present day) 圓 (Japan—traditional) | ||||
ବହୁବଚନ | The language(s) of this currency does not have a morphological plural distinction. | ||||
ଧାତବ ମୁଦ୍ରା | ¥1, ¥5, ¥10, ¥50, ¥100, ¥500 | ||||
Banknotes | ¥1000, ¥2000, ¥5000, ¥10,000 | ||||
ମୁଦ୍ରକ | National Printing Bureau | ||||
ୱେବସାଇଟ୍ | www | ||||
ମୁଦ୍ରାଶାଳା | Japan Mint | ||||
ୱେବସାଇଟ୍ | www |
ଜାପାନୀ ୟେନ୍ (円 ବା 圓, ଚିହ୍ନ: ¥;ISO 4217 କୋଡ଼: JPY) ହେଉଛି ଜାପାନର ଆଧିକାରିକ ମୁଦ୍ରା । ଆନ୍ତର୍ଜାତିକ ବ୍ୟାପାରରେ ଆମେରିକୀୟ ଡଲାର ଓ ଇଉରୋ ପରେ ଏହା ତୃତୀୟ ସର୍ବାଧିକ ବିପଣିତ ମୁଦ୍ରା । [୧] ଡଲାର, ଇଉରୋ ଓ ପାଉଣ୍ଡ ଷ୍ଟର୍ଲିଙ୍ଗ ସହ ୟେନ୍ ଏକ ରିଜର୍ଭ୍ କରେନ୍ସି ଭାବେ ମଧ୍ୟ ବେଶ୍ ପ୍ରଚଳିତ ।
ବ୍ୟୁତ୍ପତ୍ତି
[ସମ୍ପାଦନା]ୟେନ୍ ବା ଏନ୍ (Shinjitai: 円, Kyūjitai: 圓)ର ଆକ୍ଷରିକ ଅର୍ଥ ଗୋଲ (ଚୀନର ମୁଦ୍ରା ୟୁଆନ ଓ କୋରିଆର ମୁଦ୍ରା ୱୋନର ଅର୍ଥ ମଧ୍ୟ ଏକା) । ପ୍ରଥମତଃ ଚୀନାମାନେ ବ୍ୟାପାର ଲାଗି ରୂପା ବ୍ୟବହାର କରୁଥିଲେ । ଏହା ରୂପା ମୁଣ୍ଡା ଆକାରରେ ରହୁଥିଲା । ପରେ ସ୍ପେନୀୟ ଓ ମେକ୍ସିକୀୟମାନେ ପ୍ରଥମ କରି ନିଜ ଗୋଲାକୃତି ମୁଦ୍ରା ଚୀନରେ ପ୍ରଚଳିତ କରାଇଲେ । ଏହାକୁ 銀圓 (ରୂପା ଗୋଲକ) କୁହାଗଲା । [୨] ଚୀନରୁ ଏହି ଶବ୍ଦ ଜାପାନରେ ପ୍ରଚଳିତ ହେଲା (ଯେହେତୁ ଜାପାନୀ ଭାଷା ବହୁମାତ୍ରାରେ ଚୀନା ଭାଷାଦ୍ୱାରା ପ୍ରଭାବିତ), ପରେ ଚୀନାମାନେ 圓କୁ 元ଦ୍ୱାରା ବଦଳାଇ ଦେଲେ । ଉଭୟର ଉଚ୍ଚାରଣ ଚୀନା ମାଣ୍ଡାରିନ ଭାଷାରେ ସମାନ କିନ୍ତୁ ଜାପାନୀ ଭାଷାରେ ନୁହଁ । ଜାପାନୀମାନେ ସେହି ପୂର୍ବ ପ୍ରଚଳିତ ଶବ୍ଦଟିକୁ ବଜାୟ ରଖିଲେ । ୨ୟ ବିଶ୍ୱଯୁଦ୍ଧ ପରେ ଏହାକୁ ସରଳୀକୃତ କରି 円 କରାଯାଇଛି ।
- ↑ "Foreign exchange turnover in April 2013: preliminary global results" (PDF). Bank for International Settlements. Retrieved 7 February 2015.
- ↑ Mikami Ryuzo, an article about the yen in Heibonsha World Encyclopedia, Kato Shuichi(ed.), Vol. 3, Tokyo: Heibonsha, 2007.