ଟଙ୍କ ତୋରାଣି

ଉଇକିପିଡ଼ିଆ‌ରୁ
ଟଙ୍କ ତୋରାଣି
ଆରମ୍ଭ
ମୂଳ ଜାଗାଭାରତ
ଅଞ୍ଚଳଓଡ଼ିଶା
ଖାଇବାର ସବିଶେଷ
ଖାଇବାର ମେଳଣଅବଢ଼ା
ବାଢ଼ିବାର ତାତିସାଧାରଣ ଉତ୍ତାପ
ମୂଳ ଉପାଦାନଅବଢ଼ା ଅନ୍ନ, ଦହି, କଞ୍ଚା ଲଙ୍କା, ଲେମ୍ବୁ, ଅଦା, ଭୃଷୁଙ୍ଗା ପତ୍ରଜିରା ଗୁଣ୍ଡ
ବଦଳତୋରାଣି

ଟଙ୍କ ତୋରାଣି (ଅବଢ଼ା ତୋରାଣି ନାମରେ ମଧ୍ୟ ଜଣା) ଜଗନ୍ନାଥ ମନ୍ଦିରର ଆନନ୍ଦ ବଜାରରେ ମିଳୁଥିବା ଏକ ପାନୀୟ। ଏହି ତୋରାଣି ରନ୍ଧା ଅବଢ଼ା ଅନ୍ନରେ ଦହି, କଞ୍ଚା ଲଙ୍କା, ଲେମ୍ବୁ, ଅଦା, ଭୃଷୁଙ୍ଗା ପତ୍ର ଓ ଜିରା ଗୁଣ୍ଡ ଆଦି ମିଶାଇ ତିଆରି କରାଯାଏ । ରଥ ଯାତ୍ରା ସମୟରେ ବଡ଼ଦେଉଳରୁ ମାଉସୀ ମା’ ମନ୍ଦିର ଯାଏ ରଥ ଟାଣି ନେଲାବେଳେ ଲୋକମାନଙ୍କୁ ସେବନ ପାଇଁ ଏହି ଟଙ୍କ ତୋରାଣୀ ପରସାଯାଇଥାଏ ।[୧] ୨୦୧୩ ମସିହାରେ ଓଡ଼ିଶା ପୋଲିସ ହାବିଲଦାର ପକ୍ଷରୁ ମନ୍ଦିର ଆଗରେ ଏକ "ଅବଢ଼ା ତୋରାଣି ବଣ୍ଟନ କେନ୍ଦ୍ର" ଖୋଲି ଟଙ୍କ ତୋରାଣୀ ବିତରଣ କରାଯାଉଛି । ୨୦୧୫ ମସିହାରେ ଅପରିଷ୍କାର ପରିବେଶରେ ତିଆରି କରାଯାଉଥିବାର ଅଭିଯୋଗକୁ ବିଚାର କରି ଓଡ଼ିଶା ଉଚ୍ଚନ୍ୟାୟାଳୟର ରାୟ ପରେ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ ତରଫରୁ ଟଙ୍କ ତୋରାଣି ବିକ୍ରି ବନ୍ଦ କରାଯାଇଥିଲା ।[୨][୩] ୧୫୧୨ ମସିହାରେ କବୀରଙ୍କ ପୁରୀ ଆଗମନ ସମୟରେ ଭକ୍ତମାନଙ୍କୁ ଟଙ୍କ ତୋରାଣି ପରସାଯିବା କବୀର ଚଉରା ମଠରେ ଲିପିବଦ୍ଧ ହୋଇଛି ।[୪]

ପ୍ରସ୍ତୁତି ପ୍ରଣାଳୀ[ସମ୍ପାଦନା]

ଆବଶ୍ୟକୀୟ ଉପାଦାନ

ଅଭଡ଼ା ଅନ୍ନ - ଏକ ଛୋଟ କୁଡୁଆ।

  • ପାଣି
  • ଦହି
  • ଲେମ୍ବୁ
  • ଲେମ୍ବୁ ପତ୍ର
  • ଆମ୍ବ କଷି ଅଦା
  • କଞ୍ଚା ଲଙ୍କା
  • ଜୀରା ଗୁଣ୍ଡ
  • ଭୃସଙ୍ଗ ପତ୍ର
  1. ଅବଢ଼ା ଅନ୍ନରେରେ ପାଣି ପୂରାଇ ଅନ୍ୟୁନ ୬ ଘଣ୍ଟା ରଖନ୍ତୁ । ପାଣି ଅଧିକ ହେଲେ ଭଲ ।
  2. ୬ ଘଣ୍ଟା ପରେ ତୋରାଣିକୁ ଅଲଗା କରି ଦିଅନ୍ତୁ ।
  3. ତୋରାଣିରେ ଦହି, ଲେମ୍ବୁ, ଭୃସଙ୍ଗ ପତ୍ର ଓ ଲେମ୍ବୁ ପତ୍ର ପକାନ୍ତୁ ।
  4. ଆମ୍ବକଷି ଅଦାକୁ ଛେଚି ମିଶାଇବେ ।
  5. ସ୍ୱାଦ ଅନୁଯାୟୀ ଲଙ୍କା, ଲୁଣ ଓ ଜୀରା ଗୁଣ୍ଡ ପକାନ୍ତୁ ।
  6. ଏକ ଡଙ୍କିରେ କିଛି ସମୟ ପାଈଁ ଘାଣ୍ଟନ୍ତୁ ।
  7. ପ୍ରସ୍ତୁତ ପାନୀୟ ଟଙ୍କ ତୋରାଣି ଅଟେ । ଏହାକୁ ମାଟି ପାତ୍ରରେ ପିଈବାକୁ ଭଲ ଲାଗେ ।

ଅଧିକ ପଠନ[ସମ୍ପାଦନା]

ଆଧାର[ସମ୍ପାଦନା]

  1. Bal, Sandip (୧୯ ଜୁଲାଇ ୨୦୧୩). "Drenched in religious fervour - Cops serve torani and get closer to devotees". ଟେଲିଗ୍ରାଫ. Retrieved ୧୦ ଅଗଷ୍ଟ ୨୦୧୫. {{cite news}}: Check date values in: |accessdate= and |date= (help)
  2. "Restrict Sale of Mahaprasad in Shree Jagannath Temple: HC". Retrieved 10 August 2015.
  3. "Sale of Abhada only at Anand Bazar". ପ୍ରଗତିବାଦୀ. ୯ ଫେବୃଆରି ୨୦୧୫. Retrieved 10 August 2015. {{cite news}}: Check date values in: |date= (help)
  4. Pradhani, Damodar (ଜୁନ ୨୦୧୪). "Purusottama Sri Jagannath and Universal Religion" (PDF). Odisha Review. Retrieved 10 August 2015.