ବିକ୍ରମଖୋଲ

ଉଇକିପିଡ଼ିଆ‌ରୁ

ବିକ୍ରମଖୋଲ, ଝାରସୁଗୁଡ଼ା ଜିଲ୍ଲାର ଏକ ପ୍ରାକ-ଐତିହାସିକ ପୁରାତତ୍ତ୍ୱ ସ୍ଥଳ । ଏହା ବେଲପାହାଡ଼ ସହରଠାରୁ ତିନି କିଲୋମିଟର ଦୂର ବଞ୍ଜାରୀ ଗ୍ରାମରେ ଅବସ୍ଥିତ । ଏଠାରେ ପ୍ରାଚୀନ ବ୍ରାହ୍ମୀଲିପି ଖୋଦିତ ପ୍ରସ୍ତର ଗୁମ୍ଫା ଦେଖିବାକୁ ମିଳେ । ଏଠାକାର ପ୍ରାକ-ଐତିହାସିକ ଶିଳାଲେଖକୁ ଖୃଷ୍ଟପୂର୍ବ ୩୦୦୦ ମସିହାର ବୋଲି ପ୍ରତ୍ନତତ୍ତ୍ୱବିଦ ମାନଙ୍କଦ୍ୱାରା ଚିହ୍ନଟ ହୋଇଛି ।

ଶିଳାଲେଖ[ସମ୍ପାଦନା]

ବିକ୍ରମଖୋଲସ୍ଥିତ ପ୍ରସ୍ତର ଆସ୍ଥାନ ଯେଉଁ ସ୍ଥାନରେ ଶିଳାଲେଖ ଅବିଷ୍କୃତ ହୋଇଥିଲା ତାହା ଖ୍ରୀଷ୍ଟ ପୂର୍ବ ୩୦୦୦ରୁ ଖ୍ରୀଷ୍ଟପୂର୍ବ ୪୦୦୦ ମସିହା ସମୟର । ୧୯୩୫ ମସିହାରେ ଡକ୍ଟର କେ. ପି ଜୟସ୍ୱାଲଙ୍କ ଏ ବିଷୟରେ ଗବେଷଣାତ୍ମକ ନିବନ୍ଧ ରଚନା କରିଥିଲେ । [୧]। ଖୋଦିତ ଶିଳାଲେଖ ଗୁଡ଼ିକୁ ୧୯୫୫ ମସିହାରେ ତର୍ଜମା କରାଯାଇଥିଲା । ଲିପି ଖୋଦିତ ପଥରଟିର ଦୈର୍ଘ୍ୟ ୩୭ ମିଟର, ପ୍ରସ୍ଥ ୫.୬୫ ମିଟର ଓ ଉଚ୍ଚତା ୮ ମିଟର । [୨]ଏହି ଲେଖା ଗୁଡ଼ିକର ସମ୍ପୂର୍ଣ୍ଣ ବିଶ୍ଳେଷଣ ବର୍ତ୍ତମାନ ଯାଏ କରାଯାଇନି । କିଛି ଇତିହାସବିଦ ଏହାକୁ ମହେଞ୍ଜୋଦାରୋ ସମୟର ବୋଲି କହିଥାନ୍ତି ।[୩] ଦେଖାଯାଇଥାଏ ଯେ କିଛି ଖୋଦନ ପ୍ରଥମେ ଚିତ୍ରିତ ହେଇ ପରେ ଖୋଦନ[୪] କରାଯାଇଥିଲା । ଏହି ଲିପିର ଏକ ନକଲ ଭୁବନେଶ୍ୱରସ୍ଥିତ ରାଜ୍ୟ ସଂଗ୍ରହାଳୟରେ ରଖା ଯାଇଛି ।[୫]

ପ୍ରାଚୀନ ମହେଞ୍ଜୋଦାରୋ ସଭ୍ୟତାରେ ବ୍ୟବହୃତ ହେଉଥିବା ଲିପି ସହ ଏହାର ସାଦୃଶ୍ୟ ଥିବା ପ୍ରତ୍ନତାତ୍ୱିକ ଖନନ ଓ ଗବେଷଣାରୁ ଜଣାଯାଏ । ଲିପି ବ୍ୟତିତ କେତେକ ପଶୁପକ୍ଷୀଙ୍କ ଚିତ୍ର ମଧ୍ୟ ଶିଳାରେ ଦେଖାଯାଏ । ସ୍ୱାମୀ ଜ୍ଞାନନନ୍ଦ ନାମକ ସାଧୁ ଖୋଦିତ ଲିପି ଆବିଷ୍କାର କରିଥିଲେ ।

ଅବହେଳା[ସମ୍ପାଦନା]

ଐତିହାସିକମାନେ ମର୍ମାହତ ହେଇ କହିଥାନ୍ତି ଯେ ଏହି ବିରଳ ଲିପିରେ ଲିଖିତ ସିଲାଲେଖାକୁ ଚରମ ଅବହେଳା କରାଯାଉଥିବାରୁ ତାହା କ୍ରମଶଃ ନଷ୍ଟ ହେବାକୁ ଯାଉଛି । ନିକଟସ୍ଥ ପର୍ବତଞ୍ଚଳରେ କୋଇଲାଖଣି ସମୂହ ରହିଛି ଓ ବିନହୀନନା ଶିଳ୍ପ ଗଢ଼ି ଉଠିଛି । ଫଳରେ ପରିବେଶିକ ଅବସ୍ଥା ଏହି ଖୋଲା ଜଙ୍ଗଲ ସ୍ଥାନରେ ଥିବା ପ୍ରାକ- ଐତିହାସିକ ସ୍ଥଳ [୧]ରେ ବହୁ ପ୍ରଭାବ ପକାଉଛି ।[୬] ଏହା ନିରାପତ୍ତା ବିହୀନ ଭାବରେ ଅରଣ୍ୟରେ ରହିଛି । ବିଭିନ୍ନ ସମୟରେ କିଛି ବ୍ୟକ୍ତି ଏଠାକୁ ଅବାଧ ଭାବରେ ଆସି ସିଲାଲେଖ[୭]କୁ ନଷ୍ଟ ମଧ୍ୟ କରୁଥିବାର ଦେଖାଯାଏ । ଏହି ଅଞ୍ଚଳ ସରକାରଙ୍କ ସଂରକ୍ଷିତ ଜଙ୍ଗଲରେ ରହିଥିଲେ ମଧ୍ୟ ଅଞ୍ଚଳର ସୁରକ୍ଷା ପାଇଁ ବ୍ୟବସ୍ଥା କରାଯାଇ ନାହିଁ ।

ଆଧାର[ସମ୍ପାଦନା]

  1. ୧.୦ ୧.୧ Mohanty, Subrat (28 December 2011). "Ancient rock art starts to fade out - Engravings in Vikramkhol cave under threat". The Telegraph. Kolkotta. Retrieved 4 November 2014.
  2. "Vikramkhol". Puratatva Indian Archeological Society (26): 35. 1996. Retrieved 4 November 2014.
  3. Danino, Michel (2010). The Lost River: On The Trail of Saraswati. London: Penguin. ISBN 978-9351187745. Retrieved 4 November 2014. {{cite book}}: Unknown parameter |subscription= ignored (|url-access= suggested) (help)
  4. "Vikramkhol (Bikramkhol)". navaratnanews.com. Archived from the original on July 20, 2013. Retrieved 4 November 2014.
  5. Panda, Namita; MohantyY, Subrat (4 September 2015). "Scripts fade into oblivion - Vikramkhol inscriptions cited to claim classical tag for Odia". The Telegraph. Retrieved 4 November 2014.
  6. "Rock Art Shelter of Vikramkhol - Vikramkhol - Jharsuguda". Indira Gandhi National Center for Archeology. Retrieved 4 November 2014.
  7. "Inscriptions on the Vikramkhol rock shelter in Jharsuguda". The Telegraph. 29 December 2011. Retrieved 4 November 2014.