ମହେଞ୍ଜୋଦାରୋ

ଉଇକିପିଡ଼ିଆ‌ରୁ

ଏହି ତଥୟାବଳିଟି ଭୂତତ୍ତ୍ୱ ବିଭାଗର,ଓ ଏହା ମନୁଷ୍ୟ ଜାତି ଇତିହାସର ଏକ ମୁଖ୍ୟ ଅଂଶ।ଏହି ତଥ୍ୟାବଳୀ ଟିରେ ଥିବା ସହରଟି ପୂରାତନ ଯୁଗରେ ପ୍ରଥମେ ଗଢ଼ି ଉଠିଥିବା ସଭ୍ୟତାମାନଙ୍କ ମଧ୍ୟରୁ ଗୋଟିଏ। ଏହା ସହିତ ହଁରପ୍ପା ନାମର ଅନ୍ୟ ଏକ ସଭ୍ୟତା ମଧ୍ୟ ଗଢ଼ିଉଠି ଥିଲା । ସାଧାରଣତହ ଏହି ଦୁଇ ସହରଙ୍କୁ ପ୍ରଥମ ଦୁଇ ଏକ ସହିତ ଗଢ଼ି ଉଠିଥିବା ସହର ବୋଲି କୁହନ୍ତି , କିନ୍ତୁ ଏବେ ଏହା ଲଖନା,ସିଂଧ୍, ପାକିସ୍ଥାନରେ ଅବସ୍ଥିତ।ଏହା ଖ୍ରୀଷ୍ଟପୂର୍ବ ୨୫୦୦ ଗଢ଼ି ଉଠିଥିଲା । ଏହା ପୁରତନ ଯୁଗର ସବୁଠୁ ଅଧିକ ଜନବସ୍ତି ଥିବା ସହର ଓ ପ୍ରଥମ ସହର ମାନଙ୍କ ମଧ୍ୟରୁ ଗୋଟିଏ ଥିଲା। ସେହି ସମୟର ଏହା ସବୁ ଠୁ ଉନ୍ନତ ସହର ମାନଙ୍କ ମଧ୍ୟରୁ ଥିଲା।ଏହା ଇଜିପ୍ଟର ସଭ୍ୟତାଠାରୁ ମଧ୍ୟ ଅଧିକ ଉନ୍ନତ ଥିଲା ଏହି ସହରଟି ଖ୍ରୀଷ୍ଟପୂର୍ବ୧୯୦୦ରେ ଲୂପ୍ତ ହୋଇ ଯାଇଥିଲା।

ଏହି ସହରଟି ୩୫୦୦ ବର୍ଷ ଯାଏଁ ମାଟି ତଳେ ପୋତି ହୋଇ ରହିଥିଲା , ଏବଂ ଏହାକୁ କୌଣସି ସରକାରି କିମ୍ବା ବେସରକାରୀ ସଂଘଦ୍ୱାରା ଖୋଜା ହୋଇନଥିଲା । କିନ୍ତୁ ୧୯୧୯ରୁ ନେଇକି ୧୯୨୦ ମଧ୍ୟରେ ଭାରତୀୟ ଭୂତତ୍ତ୍ୱ ବିଭାଗର ଜଣେ ଉଚ୍ଚ ପଦବୀର କର୍ମଚାରୀଙ୍କ ପ୍ରୟୋଜନରେ ଏହାର ଉଦ୍ଧାର ହୋଇଥିଲା। ସେ ସେଠାରେ ଥିବା ଏକ ଗୌତମବୁଦ୍ଧଙ୍କ ପୁରାତନ ସ୍ତୁପକୁ ଖୋଜି ପାଇଥିଲେ । ଏବଂ ଏହା ପରେ ସେ ସେହି ସ୍ଥାନର ଭୋଗଲିକ ମହତ୍ତ୍ୱ ଜାଣିପାରି ଥିଲେ । ଏହା ପରେ ସେହି ସ୍ଥାନର ରକ୍ଷଣ ବେକ୍ଷଣ ଏବଂ ସେହି ସ୍ଥାନରେ ଥିବା ପୁରାତନ ଭୌଗଳିକ ସମ୍ପତିର ଅନୁସନ୍ଧାନ ଓ ଉତ୍ତୋଳନ ହୋଇଥିଲା ।

ଏହା ପରେ ୧୯୨୪-୨୫ ମଧ୍ୟରେ କାଶୀନାଥ ନାରାୟଣ ଦିକ୍ସଇତଙ୍କଦ୍ୱାରା ଅନ୍ୟ ଏକ ବଡ଼ଧରଣର ଅନୁସନ୍ଧାନ ଓ ଗବେଷଣା ହୋଇଥିଲା ଓ ପୁନଃ ବହୁତ ମାତ୍ରରେ ପୁରାତନ ଯୁଗର ଅବସିସ ମିଳି ଥିଲା । ପୁନଃ ଜନ ମାର୍ଷଲ ନାମକ ଏକ ଅଫିସରଙ୍କ ନିର୍ଦେଶରେ ୧୯୨୫-୨୬ ଯାଏଁ ଅନୁସନ୍ଧାନ ଚାଲି ଥିଲା।କିନ୍ତୁ ୧୯୬୫-୬୬ ଯାଏଁ ବହୁତ ବଡ଼ ଧାରଣର ଅନୁସନ୍ଧାନ ଚାଲି ଥିଲା ଓ ଏହା ଡ଼।· ଜର୍ଜ ଏଫ ଡଏଲଶଙ୍କ ନିର୍ଦେଶରେ ଶେଷ ଥର ପାଇଁ ହୋଇଥିଲା । ଏବଂ ଏହା ସବୁଠୁ ବଡ଼ ଧରଣର ହୋଇଥିଲା।

ଏହା ପରେ ସେହି ସ୍ଥାନର ପରିବେଶର ବ୍ୟତିକ୍ରମ ଓ ପରିବେଶ ପ୍ରଦୂଷଣ ଓ ପୁରା ତନ ପ୍ରସ୍ତର ଯୁଗର ସ୍ତୁପ, କାରୀଗିରିର କ୍ଷୟ ଯୋଗୁଁ ଏହି ଅଭିଯାନଟି ଅନିର୍ଦ୍ଧିଷ୍ଟ କାଳ ପାଇଁ ବନ୍ଦ ହୋଇ ଯାଇ ଥିଲା।

ଏହି ସବୁ ଅନୁସନ୍ଧାନରୁ ପୁରାତନ ଯୁଗରେ ଲୋକ ମାନଙ୍କ ରହିବା ଶୈଳୀ ଓ ତାଙ୍କଦ୍ୱାରା ବ୍ୟବହୃତ ସାମଗ୍ରୀ ବିଷୟରେ ଜାଣିବାକୁ ମିଳିଥିଲା। ସେହି ସ୍ଥାନରୁ ମିଳିଥିବା ପ୍ରାଚୀନ ସାମଗ୍ରୀ ସବୁ ଏବେ ସଂଗ୍ରହଳର ରକ୍ଷଣାବେକ୍ଷଣରେ ଅଛି ।

ଆଧାର[ସମ୍ପାଦନା]

[୧] [୨] [୩]

  1. https://www.penn.museum/sites/expedition/civilization-and-floods-in-the-indus-valley/
  2. http://www.frontline.in/arts-and-culture/heritage/harappan-surprises/article6032206.ece?homepage=true
  3. https://www.jstage.jst.go.jp/article/jaabe/4/1/4_1_51/_pdf