ଓକିଲ ଦିବସ
ଓକିଲ ଦିବସ | |
---|---|
ପାଳନକାରୀ | ଓକିଲ ଗଣ |
ବିଶେଷତା | ମଧୁବାବୁଙ୍କୁ ସମ୍ମାନ ପ୍ରଦାନ |
ପର୍ବ ପାଳନ | ଉତ୍ସବ, ସଭା ସମିତି |
୨୦୨୪ ତାରିଖ | ୨୮ ଏପ୍ରିଲ୍ |
ଓକିଲ ଦିବସ ଓଡ଼ିଶାର ପ୍ରଥମ ବାରିଷ୍ଟର ତଥା ପ୍ରଥମ ସ୍ନାତକ ମଧୁସୁଦନ ଦାସଙ୍କ ଜନ୍ମତିଥି(ଜୟନ୍ତୀ)ରେ ପାଳିତ ଏକ ବିଶେଷ ଦିବସ ଯାହା ମଧୁବାବୁଙ୍କୁ ସମ୍ମାନ ଜଣାଇ ପାଳନ କରାଯାଇଥାଏ । ମଧୁବାବୁଙ୍କ ଜୀବନ ଚରିତ ଉତ୍କଳର ଅର୍ଦ୍ଧଶତାବ୍ଦୀର ଇତିହାସ । ସେ ହିଁ ଥିଲେ ଅନେକ କ୍ଷେତ୍ରରେ ପ୍ରଥମ ଓଡ଼ିଆ ।[୧][୨] କଲିକତା ବିଶ୍ୱବିଦ୍ୟାଳୟରୁ ଏମ୍.ଏ, ବି.ଏଲ୍. ଡିଗ୍ରୀ ହାସଲ କରିବାରେ ସେ ଥିଲେ ପ୍ରଥମ ଓଡ଼ିଆ । ଓକିଲାତି କ୍ଷେତ୍ରରେ ସେ ଥିଲେ ଏକ ଆଦର୍ଶ ତଥା ଅନନ୍ୟ ପ୍ରତିଭା । ନିଜର ଓକିଲାତି ବାକ୍ ଚାତୁରୀ ଓ ତର୍କଜ୍ଞାନର ପ୍ରଭାବରେ ରାଣୀ ସୂର୍ଯ୍ୟମଣୀ ପାଟମହାଦେଈଙ୍କ ପକ୍ଷ ରଖି ଶ୍ରୀମନ୍ଦିର ପରିଚାଳନାର ଭାର ସେ ତତ୍କାଳୀନ ସରକାରଙ୍କ ହାତମୁଠାରୁ ଛଡ଼ାଇ ଆଣିପାରିଥିଲେ ।[୩] ସେ କେବଳ ଉତ୍କଳ ଗୌରବ ନ ଥିଲେ, ସେ ଥିଲେ ଯଥାର୍ଥରେ ଭାରତର ଗର୍ବ । ଓଡ଼ିଶାରେ ନାରୀଜାତିକୁ ଓକିଲାତି କ୍ଷେତ୍ରରେ ପ୍ରୋତ୍ସାହିତ କରିବାରେ ତାଙ୍କର ଅବଦାନ ଅତୁଳନୀୟ ।[୪] ସେହି ମହାନ୍ ବ୍ୟକ୍ତିତ୍ୱଙ୍କୁ ସମ୍ମାନ ଜଣାଇ ତାଙ୍କର ଜନ୍ମ ଦିନକୁ ସାରା ଓଡ଼ିଶାରେ “ଓକିଲ ଦିବସ” ଭାବେ ପାଳନ କରାଯାଉଛି ।[୫][୬] ଏହି ଦିନକୁ ସ୍ୱାଭିମାନ ଦିବସ ରୂପେ ମଧ୍ୟ ପାଳନ କରାଯାଉଛି ।
ଇତିହାସ
[ସମ୍ପାଦନା]ପାଳନ
[ସମ୍ପାଦନା]ଏହି ଦିନ ରାଜ୍ୟର ବାର ଆସୋସିଏସନ୍ ଗୁଡିକରେ ତଥା ନ୍ୟାୟିକ ଦପ୍ତର ମାନଙ୍କରେ ମଧୁବାବୁଙ୍କ ସମ୍ମାନରେ ସଭା ସମିତି ତଥା ଆଲୋଚନାଚକ୍ର ଅନୁଷ୍ଠିତ ହୁଏ ।[୭][୮][୯][୧୦]
ଆଧାର
[ସମ୍ପାଦନା]- ↑ "First Famous Odia Personalities"
- ↑ "Eminent Personalities of Odisha"
- ↑ କର, ରଜତ କୁମାର (୨୮ ଏପ୍ରିଲ୍ ୨୦୧୪). "ମଧୁଙ୍କ ଜଗନ୍ନାଥ". ଧରିତ୍ରୀ. Retrieved 7 June 2015.
{{cite news}}
: Check date values in:|date=
(help) - ↑ ଡଃ ଧରଣୀଧର ନାଥ, ମହିମାଦୀପ୍ତ ମନୀଷୀ ମଧୁସୁଦନ, ସମାଜ, ୨୮ ଏପ୍ରିଲ୍,୨୦୧୪, ପୃଷ୍ଠା: ୧୨
- ↑ "ଓକିଲ ଦିବସ" Archived 2014-04-17 at the Wayback Machine.ସମାଜ ତା ୨୮.୦୪.୨୦୧୫
- ↑ " ଭୁବନେଶ୍ୱର ଓକିଲ ସଂଘ ପକ୍ଷରୁ ଓକିଲ ଦିବସ"[permanent dead link]ସମ୍ବାଦ ତା ୨୯.୦୪.୨୦୧୫
- ↑ ""Bar Associations reminisced Madhubabu"". Archived from the original on 2015-09-24. Retrieved 2015-04-22.
- ↑ "LAWYERS MUST BE DEDICATED TO THEIR CAREER"
- ↑ "Odisha salutes Madhu babu"
- ↑ "BE DEDICATED TO SOCIETY LIKE MADHUBABU"
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |