ଉଇକିପିଡ଼ିଆ:କର୍ମଶାଳା/କିସ ଉଇକିପାଠାଗାର ପ୍ରକଳ୍ପ/୩
ଦେଖଣା
ଏହି କର୍ମଶାଳାଟି "କାର୍ଯ୍ୟକାରୀ ଦଳ"ର ସଦସ୍ୟମାନଙ୍କ ଅଭ୍ୟାସ ନିମନ୍ତେ ଏକ ଗଣ-ଲିଖନ କର୍ମଶାଳା । ସେପ୍ଟେମ୍ବର ୧୯ ତାରିଖରେ ଏହି କର୍ମଶାଳାଟି ଆୟୋଜିତ ହୋଇଥିଲା । ଏଥିରେ ଭାଗ ନେଇଥିବା ଶିକ୍ଷକମାନଙ୍କୁ ସେମାନେ ଆଗ କର୍ମଶାଳାରେ ଆରମ୍ଭ କରିଥିବା ପୃଷ୍ଠା ସହ ଅଧିକ ପୃଷ୍ଠା ଟାଇପ କରି ସେମାନଙ୍କୁ ଭଲ ଭାବେ ଟାଇପିଙ୍ଗ ଶିଖାଇବା ଉଦ୍ଦେଶ୍ୟରେ କରାଯାଇଥିଲା।
ପରିଚାଳନା
[ସମ୍ପାଦନା]- ପ୍ରୀତିନନ୍ଦା ରାୟ - ପରିଚାଳକ
- ସୁଭାସିସ ପାଣିଗାହି, ସେଣ୍ଟର ଫର ଇଣ୍ଟରନେଟ ଏଣ୍ଡ ସୋସାଇଟି
ଅଂଶଗ୍ରହଣ
[ସମ୍ପାଦନା]ନାମ (ଲେଖିଥିବା ପୃଷ୍ଠାର କ୍ରମାଙ୍କ)
- ପ୍ରୀତିନନ୍ଦା ରାୟ (ପରିଚାଳକ)(୨୧,୨୨,୨୩,୨୭,୩୦,୩୬,୪୩,୪୪)
- ମହତ ଶତପଥୀ(୨୦,୩୨,୩୩,୪୧,୪୯,୫୦)
- ଲୁସି ପ୍ରିୟଦର୍ଶନୀ ନାୟକ(୧୩,୧୭,୨୮,୩୯,୪୦)
- ସର୍ବେଶ୍ବର ବେହେରା(୧୯,୨୬,୩୪,୩୮,୪୭,୫୧)
- ଲୁସିନା ପ୍ରିୟଦର୍ଶିନୀ ରାଉତ(୧୬,୪୮)
- ଶାସ୍ୱତi ଜେନା(୧୮,୨୫,୩୧,୪୨,୪୫)
- ମାନସୀ ଚନ୍ଦ୍ର ନାୟକ(୨୪)
- ନୀଳିମା ସାମନ୍ତ(୧୪,୩୭)
- ଡ. ସାଗରିକା ପରିଡ଼ା(୧୫,୨୯,୩୫,୪୬,୫୩)
ବିବରଣୀ
[ସମ୍ପାଦନା]- ଏଥିରେ ୯ ଜଣ ଶିକ୍ଷକ ଯୋଗଦେଇ ଆଗରୁ ବାକିଥିବା ପୃଷ୍ଠା ଓ ନୂଆ ପୃଷ୍ଠାମାନ ଟାଇପ କରିଥିଲେ ।
- ଓଡ଼ିଆରେ ଟାଇପ କରିବାରେ ସହାୟତା ପାଇଁ ଏକ ମାନୁଆଲ ବଣ୍ଟାଯାଇଥିଲା ।
ବୈଷୟିକ ଅସୁବିଧା ଓ ସମାଧାନ
[ସମ୍ପାଦନା]- କଲେଜ ଲ୍ୟାବରେ କେବଳ ଉଇଣ୍ଡୋଜ ଏକ୍ସପି ଥିବା ବେଳେ ଓଡ଼ିଆ ୱେବଫଣ୍ଟ କେବଳ ଇଣ୍ଟରଫେସ ପାଇଁ ଲୋଡ଼ ହୋଇ ସମ୍ପାଦନା ଘର ଭିତରେ ଲୋଡ଼ ହେଉନଥିଲା । ଏହା କୁ ସୁଧାରିବା ପାଇଁ ରିପୋର୍ଟ କରାଯାଇଥିବା ବଗ ସମାହିତ ହୋଇନାହିଁ ।
- ଏଥି ସହିତ ଲ୍ୟାବର ସବୁ କମ୍ପୁଟରରେ ଲୋହିତ ଓଡ଼ିଆ ଫଣ୍ଟ ଇନଷ୍ଟଲ କରିବା ପାଇଁ ଲ୍ୟାବ କୋର୍ଡ଼ିନେଟରକରାଯାଇଥିବା ଅନୁରୋଧ ଏବେ ଯାଏ କାମ ହୋଇନାହିଁ । ତାଙ୍କୁ ଆଉଥରେ ମନେପକାଇଦିଆଯାଇଛି ।
- ଶିକ୍ଷକମାନେ ଏଥିରେ ଏକକାଳୀନ ପାଖାପାଖି ୨ ଘଣ୍ଟା ଧରି ଲେଖିବା ହେତୁ ଶେଷ ଆଡ଼କୁ ଲେଖାରେ ଅନିଚ୍ଛା ପ୍ରକାଶ କରିଥିଲେ । ଆଗକୁ ଏହି ଭଳି କର୍ମଶାଳା ମଝିରେ କିଛି ସମୟ ପାଇଁ ବିରତି ଦେଇ ସେମାନଙ୍କ ଚିତ୍ତ ବିନୋଦନର ସୁବିଧା କରାଗଲେ ଭଲ ହେବ ବୋଲି ମତ ଆସିଥିଲା ।