ରାଣୀ ଲକ୍ଷ୍ମୀବାଈ
ରାଣୀ ଲକ୍ଷ୍ମୀବାଈ | |
---|---|
ଝାନ୍ସୀର ରାଣୀ | |
ଜନ୍ମନାମ | ମଣିକର୍ଣ୍ଣିକା |
ଜନ୍ମ | ୧୯ ନଭେମ୍ବର ୧୮୨୮ |
ଜନ୍ମସ୍ଥାନ | ବାରଣାସୀ, ଭାରତ |
ମୃତ୍ୟୁ | ୧୮ ଜୁନ ୧୮୫୮ | (ବୟସ ୨୯)
ମୃତ୍ୟୁସ୍ଥାନ | ଗ୍ୱାଲିଅର, ଭାରତ |
ପୂର୍ବାଧିକାରୀ | ରାଣୀ ରମାବାଈ |
ଉତ୍ତରାଧିକାରୀ | ବ୍ରିଟିଶ ଶାସନ |
Consort to | ଝାନ୍ସୀର ନରେଶ ମହାରାଜ ଗଙ୍ଗାଧର ରାଓ ନେୱାଲକର |
ରାଜବଂଶ | ମରାଠା ଶାସକ |
ସନ୍ତାନ | ଦାମୋଦର ରାଓ, ଆନନ୍ଦ ରାଓ(ପାଳିତ ପୁତ୍ର) |
ରାଣୀ ଲକ୍ଷ୍ମୀବାଈ (୧୯ ନଭେମ୍ବର ୧୮୨୮- ୧୮ ଜୁନ ୧୮୫୮), [୧][୨][୩] ମରାଠା ଶାସିତ ଝାନ୍ସୀ ରାଜ୍ୟର ରାଣୀ ତଥା ୧୮୫୭ ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମର ଜଣେ ନାୟିକା ଥିଲେ । ସ୍ୱଦେଶ ଓ ସ୍ୱଜାତିକୁ ପରାଧୀନତାର ବନ୍ଧନରୁ ମୁକ୍ତ କରିବା ପାଇଁ ସେ ସଂଗ୍ରାମ କରିଥିଲେ । ପେଶବା ବାଜିରାଓଙ୍କ ବ୍ରହ୍ମାବର୍ତ୍ତ ରାଜପ୍ରାସାଦରେ ତାଙ୍କ ପୌଷ୍ୟପୁତ୍ର ନାନା ସାହେବଙ୍କ ପାଖରେ ପିଲାଅଦିନୁ ଖଡ୍ଗଚାଳନା, ଅଶ୍ୱାରୋହଣ, ବିଭିନ୍ନ ପ୍ରକାର ଶାରୀରିକ ବ୍ୟାୟାମ, ଦୁର୍ଦ୍ଦାନ୍ତ ହସ୍ତୀମାନଙ୍କୁ ଆୟତ କରିବା ଆଦି କଳାରେ ସେ ପାରଙ୍ଗମ ଥିଲେ ।
ଜୀବନୀ
[ସମ୍ପାଦନା]ଲକ୍ଷ୍ମୀବାଈଙ୍କ ଜନ୍ମ ୧୮୨୮[୧][୩][୪][୫] ମସିହା ନଭେମ୍ବର ୧୯ ତାରିଖରେ ବାରଣାସୀରେ ଏକ ବ୍ରାହ୍ମଣ ପରିବାରରେ ହୋଇଥିଲା । ତାଙ୍କ ପିଲାବେଳର ନାମ ମଣିକର୍ଣ୍ଣିକା ଓ ଡାକ ନାମ ମନୁ ଥିଲା । [୬] ତାଙ୍କ ପିତାଙ୍କ ନାମ ମୋରପନ୍ତ ତାମ୍ବେ ଓ ମାତାଙ୍କ ନାମ ଭାଗିରଥୀ ବାଈ ଥିଲା । ମନୁ, ମାତ୍ର ୪ବର୍ଷର ହେଇଥିବା ବେଳେ ତାଙ୍କ ମାତା ମୃତ୍ୟୁବରଣ କରିଥିଲେ ।
ଲକ୍ଷ୍ମୀବାଈ ଝାନସୀର ରାଜା ଗଙ୍ଗାଧର ରାଓଙ୍କୁ ବିବାହ କରିଥିଲେ । ତାଙ୍କର କୈଣସି ସନ୍ତାନ ନ ଥିଲେ । ୧୮୫୩ ମସିହାରେ ରାଜା ଗଙ୍ଗାଧରଙ୍କ ମୃତ୍ୟୁ ପରେ ତାଙ୍କର ପୌଷ୍ୟ ସନ୍ତାନ ଦାମୋଦରଙ୍କୁ ଇଂରେଜମାନେ ସ୍ୱୀକାର ନକରି ଝାନସୀକୁ ନିଜ କବଳ ନେଇଥିଲେ । ଏହି ସମୟରେ ରାଣୀ ଲକ୍ଷ୍ମୀବାଈ ବିରୋଧ କରିଥିଲେ । ଏହାର ଚାରିବର୍ଷ ପରେ ୧୮୫୭ରେ ଭାରତରେ ବିପ୍ଳବ ଆରମ୍ଭ ହୋଇଥିଲା । ୧୮୫୭ ମସିହା ମେ ମାସ ୧୨ ତାରିଖରେ ଦିଲ୍ଲୀର ଲାଲକିଲ୍ଲାରେ ଯେତେବେଳେ ସ୍ୱାଧୀନତାର ପତାକା ଉଡିଥିଲା, ସେତେବେଳେ ଝାନସୀର ଜନସାଧାରଣ ରାଣୀଙ୍କ ଆଦେଶକୁ ଅପେକ୍ଷା କରିରହିଥିଲେ । ପ୍ରଥମେ ଦିଲ୍ଲୀ ଓ ପରେ ଝାନସୀରେ ବିପ୍ଳବ ଆରମ୍ଭ ହୋଇଥିଲା । ଝାନସୀର ବିଭିନ୍ନ ଦୁର୍ଗ ମାନଙ୍କରେ ବିପ୍ଳବୀମାନଙ୍କ ଡରରେ ଆତ୍ମଗୋପନ କରିଥିବା ଅଳ୍ପ କେତେକ ଇଂରେଜମାନଙ୍କୁ ହଟାଇ ଝାନସୀ ସେନା ଦୁର୍ଗ ଉପରେ ବିଜୟ ପତାକା ଉଡାଇଥିଲେ ।
ଆଧାର
[ସମ୍ପାଦନା]- ↑ ୧.୦ ୧.୧ Jhansi Ki Rani Lakshmibai Biography (gives birth date of 19 November 1835)
- ↑ Meyer, Karl E. & Brysac, Shareen Blair (1999) Tournament of Shadows. Washington, DC: Counterpoint; p. 138--"The Rani of Jhansi ... known to history as Lakshmi Bai, she was possibly only twelve in 1842 when she married the .. Rajah of Jhansi ..."
- ↑ ୩.୦ ୩.୧ Though the day of the month is regarded as certain historians disagree about the year: among those suggested are 1827 and 1835.
- ↑ Meyer, Karl E. & Brysac, Shareen Blair (1999) Tournament of Shadows. Washington, DC: Counterpoint; p. 138--"The Rani of Jhansi ... known to history as Lakshmi Bai, she was possibly only twelve in 1842 when she married the .. Rajah of Jhansi ..."
- ↑ The 177th anniversary of the Rani's birth according to the Hindu calendar was celebrated at Varanasi in November 2012: "Lakshmi Bai birth anniversary celebrated". Times of India. World News. 13 November 2012. Retrieved 6 December 2012.
- ↑ Allen Copsey (23 September 2005). "Lakshmibai, Rani of Jhansi – Early Life". Copsey-family.org. Retrieved 7 July 2012. (gives date of birth as 19 November 1835)
ବାହାର ତଥ୍ୟ
[ସମ୍ପାଦନା]- Timeline from the birth of Lakshmibai until her death; Allen Copsey
- Lakshmibai, Rani of Jhansi; Allen Copsey
- John Lang's account of his meeting with the Rani; uploaded by Allen Copsey
- Rani Lakshmibai: warrior queen of Jhansi Archived 2016-12-05 at the Wayback Machine.; Saints, Sisters, and Sluts
- Day-by-day account of Jhansi's role during the First Indian Rebellion Archived 2009-06-03 at the Wayback Machine.
- First Freedom War 1857: स्वातंत्र्यसमर १८५७ चा
- Rani Lakshmibai in Time's list of top 10 daredevil wives; uploaded by sameerjoshi0511atgmaildotcom